ETV Bharat / bharat

ଅନେକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡିବ

author img

By

Published : Sep 19, 2020, 8:03 PM IST

ପ୍ରତିଷେଧକ ଟିକା ଗୁଡ଼ିକର ଡାକ୍ତରୀ ପରୀକ୍ଷଣ ସମାପନ, ଟିକା କିଣିବା ପୂର୍ବରୁ ବୁଝାମଣା ସମ୍ପାଦନ ଏବଂ ସରକାର ଓ ବେସରକାରୀ ସଂସ୍ଥା ପକ୍ଷରୁ ପାଣ୍ଠି ଓ ନିୟମ ମୁତାବକ ଅନୁମୋଦନ ପ୍ରଦାନ ପରେ ହିଁ ଟିକାର ଉତ୍ପାଦନ କାମ ଆରମ୍ଭ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅନେକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡ଼ିବ
ଅନେକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡ଼ିବ

ପ୍ରତିବର୍ଷ ମିଳିତ ଜାତିସଂଘ ଶିଶୁ କଲ୍ୟାଣ ପାଣ୍ଠି (ୟୁନିସେଫ) ପକ୍ଷରୁ ସାରା ବିଶ୍ବର ଅଧା ଶିଶୁଙ୍କୁ ବିଭିନ୍ନ ଜୀବନ ରକ୍ଷାକାରୀ ପ୍ରତିଷେଧକ ଟିକା ଦିଆଯାଇଥାଏ । ଏହି ସବୁ ପ୍ରତିଷେଧକ ଟିକା ଧନୁଷ୍ଟଙ୍କାର, ମିଳିମିଳା, ପୋଲିଓ, ପୀତ ଜ୍ବର ଏବଂ ଧଇଁ କାଶ ବା ହୁପିଂ କଫ୍ ସଂକ୍ରମଣରୁ ଲକ୍ଷ ଲକ୍ଷ ଶିଶୁଙ୍କୁ ସୁରକ୍ଷିତ ରଖେ । ୟୁନିସେଫ ବର୍ଷକୁ 200 କୋଟି ପ୍ରତିଷେଧକ ଟିକା କିଣେ ଏବଂ 100 ଟି ଦେଶରେ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରେ। ୟୁନିସେଫ ଏବେ ବିଶ୍ବରେ ପ୍ରତିଷେଧକ ଟିକାର ସବୁଠାରୁ ବଡ଼ କ୍ରେତା । ଖୁବ ଶୀଘ୍ର ବିଶ୍ବର 92ଟି ଦରିଦ୍ର ଦେଶରେ କୋଭିଡ-19 ପ୍ରତିଷେଧକ ଟିକା ଦେବାର ଦାୟିତ୍ବ ମଧ୍ୟ ବହନ କରିବ ୟୁନିସେଫ । ସମଗ୍ର ବିଶ୍ବରେ ଲୋକଙ୍କୁ ପ୍ରତିଷେଧକ ଟିକା ଦେବା ଲକ୍ଷ୍ୟରେ ଚାଲିଥିବା କୋଭାକ୍ସ କାର୍ଯ୍ୟକ୍ରମର ପୁରୋଭାଗରେ ରହିଛି ‘ଗାଭି-ଦି ଭ୍ୟାକସିନ ଆଲିଆନ୍ସ’ ସଂସ୍ଥା । ଏହି କାର୍ଯ୍ୟକ୍ରମ ଅନୁସାରେ, ୟୁନିସେଫ ହିଁ କୋଭିଡ ପ୍ରତିଷେଧକ ଟିକା ସଂଗ୍ରହ କରିବା ସହିତ ସ୍ବଳ୍ପ ଆୟକାରୀ ଦେଶ ସମୂହରେ ଲୋକଙ୍କୁ ଏହି ଟିକା ଦେବାର ଦାୟିତ୍ବ ତୁଲାଇବ । ସମ୍ପ୍ରତି ବିଭିନ୍ନ ପରୀକ୍ଷଣ ପର୍ଯ୍ୟାୟରେ ରହିଥିବା ଅନେକ କୋଭିଡ ପ୍ରତିଷେଧକ ଟିକା ମଧ୍ୟରୁ ସଫଳ ଟିକାଗୁଡ଼ିକର ପ୍ରସ୍ତୁତି ସହିତ ଆସନ୍ତା ଦୁଇ ବର୍ଷ ମଧ୍ୟରେ କୋଟି କୋଟି ଲୋକଙ୍କୁ ଏହା ବିତରଣ କରିବା ଆବଶ୍ୟକ ହେବ। ଏବେ 10ଟି ଦେଶରେ ମୋଟ 28 ଟି ପ୍ରତିଷେଧକ ଟିକା ପ୍ରସ୍ତୁତକାରୀ କମ୍ପାନୀ କୋଭିଡ-19 ଟିକା ଉତ୍ପାଦନ କରିବା ଲାଗି ପ୍ରସ୍ତୁତ ହୋଇସାରିଲେଣି ।

ରଣନୈତିକ ସହଭାଗିତା

ସାରା ବିଶ୍ବର ସାତ ଶହ କୋଟିରୁ ଅଧିକ ଲୋକଙ୍କୁ ପ୍ରତିଷେଧକ ଟିକା ପ୍ରଦାନ ଏକ ବ୍ୟୟବହୁଳ ବ୍ୟାପାର । ପ୍ରତିଷେଧକ ଟିକାଗୁଡ଼ିକର ଡାକ୍ତରୀ ପରୀକ୍ଷଣ ସମାପନ, ଟିକା କିଣିବା ପୂର୍ବରୁ ବୁଝାମଣା ସମ୍ପାଦନ ଏବଂ ସରକାର ଓ ବେସରକାରୀ ସଂସ୍ଥା ପକ୍ଷରୁ ପାଣ୍ଠି ଓ ନିୟମ ମୁତାବକ ଅନୁମୋଦନ ପ୍ରଦାନ ପରେ ହିଁ ଟିକାର ଉତ୍ପାଦନ କାମ ଆରମ୍ଭ ହେବ । ‘ପାନ-ଆମେରିକାନ ହେଲଥ ଅର୍ଗାନାଇଜେସନ’ (PAHO) ଦ୍ବାରା ପ୍ରଦତ୍ତ ପାଣ୍ଠି ସହଯୋଗରେ ୟୁନିସେଫ ବିକାଶଶୀଳ ଦେଶ ସମୂହରେ ଏହି ପ୍ରତିଷେଧକ ଟିକା ବିତରଣ କରିବ। ‘କୋଭାକ୍ସ’ କାର୍ଯ୍ୟକ୍ରମରେ 80ଟି ଧନୀ ରାଷ୍ଟ୍ର ଯୋଗ ଦେବେ। ଏହି ସବୁ ରାଷ୍ଟ୍ର ସେମାନଙ୍କ ନିଜସ୍ବ ବଜେଟରୁ କୋଭିଡ-19 ପ୍ରତିଷେଧକ ଟିକା କିଣିବା ପାଇଁ ବ୍ୟୟବରାଦ କରିବେ। ପ୍ରତିଷେଧକ ଟିକା କିଣିବା କ୍ଷେତ୍ରରେ ସମନ୍ବୟ ସ୍ଥାପନ ଲାଗି ସେମାନଙ୍କ ପକ୍ଷରୁ ୟୁନିସେଫ ସଂଯୋଜକ ଭାବେ ମଧ୍ୟ କାମ କରିବ। ଯେହେତୁ ଧନୀ ଦେଶ ସମୂହ ସେମାନଙ୍କ ନିଜସ୍ବ ପାଣ୍ଠିରୁ ଲୋକମାନଙ୍କୁ ପ୍ରତିଷେଧକ ଟିକା ଦେବାକୁ ଚାହୁଁଛନ୍ତି, ତେଣୁ ଏହି ପାଣ୍ଠି ପ୍ରତିଷେଧକ ଟିକା ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ପ୍ରାରମ୍ଭିକ ବିନିଯୋଗ ରୂପେ ବ୍ୟବହୃତ ହେବ । କୋଭାକ୍‌ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସଂକ୍ରାନ୍ତରେ ସେପ୍‌ଟେମ୍ବର 18 ତାରିଖ ଦିନ ଏହି ଧନୀ ରାଷ୍ଟ୍ରମାନେ ୟୁନିସେଫ୍‌ ସହିତ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିବେ ।

ସାରା ବିଶ୍ବର ସମସ୍ତ ଦେଶରେ ନିଶ୍ଚିତ ଭାବରେ ଏହି ପ୍ରତିଷେଧକ ଟିକା ଉପଲବ୍‌ଧ କରାଇବା କୋଭାକ୍ସ କାର୍ଯ୍ୟକ୍ରମର ଲକ୍ଷ୍ୟ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିଶ୍ବ ବ୍ୟାଙ୍କ, ଗାଭି-ଦି ଭ୍ୟାକ୍ସିନ ଆଲିଆନସ, ପିଏଓ, ଏସଇପିଆଇ, ଦି ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପ୍ରଭୃତି ସଂସ୍ଥା ସହଯୋଗରେ ୟୁନିସେଫ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସଂପନ୍ନ କରିବ । ଗରିବ ଦେଶ ସମୂହର ଲୋକଙ୍କୁ ପ୍ରତିଷେଧକ ଟିକା ଦେବା କ୍ଷେତ୍ରରେ ଉପରୋକ୍ତ ସଂଗଠନଗୁଡ଼ିକର ଆର୍ଥିକ ସହାୟତା ବେଶ ଉପଯୋଗୀ ସାବ୍ୟସ୍ତ ହେବ। ଗତ 20 ବର୍ଷ ଧରି ‘ଗାଭି-ଦି ଭ୍ୟାକସିନ ଆଲିଆନସ’ ଏବଂ ୟୁନିସେଫ, ବିଭିନ୍ନ ଦେଶର 7 କୋଟି 60 ଲକ୍ଷ ଶିଶୁଙ୍କୁ ଜୀବନ ରକ୍ଷାକାରୀ ପ୍ରତିଷେଧକ ଟିକା ପ୍ରଦାନ କରିଛନ୍ତି ଏବଂ ଏହା ଫଳରେ 1 କୋଟି 30 ଲକ୍ଷ ସମ୍ଭାବିତ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିଛି । କୋଭିଡ-19 ପ୍ରତିଷେଧକ ଟିକା କାର୍ଯ୍ୟକ୍ରମକୁ ସଫଳତାର ସହ ସଂପୂର୍ଣ୍ଣ କରିବା କ୍ଷେତ୍ରରେ ଏହି ଅନୁଭୂତି ସହାୟକ ହେବ ।

ଏକ ବିଶାଳ କାର୍ଯ୍ୟକ୍ରମ

ବର୍ତ୍ତମାନ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଥିବା କୋଭିଡ ପ୍ରତିଷେଧକ ଟିକାକୁ ଶହ ଶହ କୋଟି ସଂଖ୍ୟାରେ ପ୍ରସ୍ତୁତ କରିବା ସାରା ବିଶ୍ବ ପାଇଁ ଏକ ବିଶାଳକାୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାକୁ ବିଭିନ୍ନ ଦେଶକୁ ପଠାଇବା ଏବଂ ସେଠାରେ ସୁରକ୍ଷିତ ଭାବରେ ସାଧାରଣ ଲୋକଙ୍କୁ ବିତରଣ କରିବା ତାହାଠାରୁ ଅଧିକ ବିରାଟ ଆକାରର ଏକ ଆହ୍ବାନ। ଏବେଠାରୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ସକାଶେ ‘ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ’ (IATA) ବିଭିନ୍ନ ସରକାର ଓ ଶିଳ୍ପ ସଂସ୍ଥାଙ୍କୁ ସତର୍କ କରାଇ ଦେଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଆକାଶ ମାର୍ଗରେ ପ୍ରତିଷେଧକ ଟିକାର ପରିବହନ ଏତେ ସହଜ କାମ ନୁହେଁ । କୋଭିଡ ପ୍ରତିଷେଧକ ଟିକାର ନିରାପଦ ଏବଂ ତ୍ବରିତ ପରିବହନକୁ ଏ ଶତାବ୍ଦୀର ଇତିହାସରେ ଏକ ଅଭୂତପୂର୍ବ ସଫଳତା ରୂପରେ ଉଲ୍ଳେଖ କରାଯିବ । କୋଭିଡ ସଂକଟ କାରଣରୁ, ସଂପ୍ରତି ସାରା ବିଶ୍ବରେ ଆକାଶପଥ ଯାତ୍ରାକୁ ହୁଏତ ବାତିଲ କରାଯାଇଛି କିମ୍ବା ବହୁ ପରିମାଣରେ କମ୍‌ କରିଦିଆଯାଇଛି । ଏହା ଫଳରେ ଆବଶ୍ୟକ ସଂଖ୍ୟକ ବିମାନ ଉପଲବ୍ଧ ହେଉନାହିଁ ଏବଂ ଅନେକ ବିମାନକୁ ହ୍ୟାଙ୍ଗରକୁ ସ୍ଥାନାନ୍ତରିତ କରାଯାଇଛି । ଭବିଷ୍ୟତରେ କୋଭିଡ ପ୍ରତିଷେଧକ ଟିକାକୁ ଯଥାଶୀଘ୍ର ଲକ୍ଷ୍ୟସ୍ଥଳକୁ ପଠାଇବାରେ ସମସ୍ୟା ଉପୁଜିବ ବୋଲି ୟୁନିସେଫ୍‌, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଗାଭି ସଂସ୍ଥା ଚିନ୍ତା ପ୍ରକଟ କରିଛନ୍ତି । ଜଣ ପିଛା ଗୋଟିଏ କରି ବିଶ୍ବର 78 କୋଟି ଲୋକଙ୍କ ପାଖରେ ପ୍ରତିଷେଧକ ଟିକା ପହଞ୍ଚାଇବା ଲାଗି 8,000ଟି ବୋଇଂ-747 ଜମ୍ବୋ ଜେଟ ବିମାନ ଆବଶ୍ୟକ ହେବ । ଜଣଙ୍କୁ ଦୁଇଟି ଲେଖାଏଁ ଟିକା ଦେବା ଆବଶ୍ୟକ ହେଲେ କିଭଳି ପରିସ୍ଥିତି ଉପୁଜିବ ତାହା ଏଥିରୁ କଳ୍ପନା କରାଯାଇପାରେ । ପ୍ରତିଷେଧକ ଟିକା ଉତ୍ପାଦନ କେନ୍ଦ୍ର ରହିଥିବା ସଂପନ୍ନ ରାଷ୍ଟ୍ରଗୁଡ଼ିକ ପକ୍ଷରେ, ରେଫ୍ରିଜେରେଟର ବା ଶୀତଳୀକରଣ ବ୍ୟବସ୍ଥା ଥିବା ଯାନବାହନ ଜରିଆରେ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହି ଟିକା ପରିବହନ କରାଯାଇପାରିବ। କିନ୍ତୁ ଅନ୍ତର୍ଜାତୀୟ ପରିବହନ କ୍ଷେତ୍ରରେ ବିମାନ ଆବଶ୍ୟକ ହେବ। ଗରିବ ଦେଶମାନଙ୍କରେ ସୁରକ୍ଷିତ ରାସ୍ତା ନଥିବାରୁ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ରେଫ୍ରିଜେରେଟର ସଂଲଗ୍ନ ଯାନବାହନର ଅଭାବ ରହିଥିବାରୁ, ବିମାନ ଯୋଗେ ପ୍ରତିଷେଧକ ଟିକା ପହଞ୍ଚିବା ପରେ ବି ସଡ଼କ ପଥରେ ନେଇ ଏହାକୁ ସେସବୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଏକ ବିରାଟ ଆହ୍ବାନ ସଦୃଶ ହେବ । ଏହି ସବୁ ପ୍ରତିବନ୍ଧକକୁ ଅତିକ୍ରମ କରିବା ସହିତ କୋଭିଡ ପ୍ରତିଷେଧକ ଟିକା ବିତରଣ କାର୍ଯ୍ୟକ୍ରମକୁ ସଫଳତାର ସହିତ ସଂପନ୍ନ କରିବା ଲକ୍ଷ୍ୟରେ ୟୁନିସେଫ ବିଭିନ୍ନ ଦେଶର ସରକାର ଏବଂ ଉତ୍ପାଦନ, ଅଧିଗ୍ରହଣ, ପରିବହନ ଏବଂ ସାମଗ୍ରୀ ଉପଲବ୍ଧ କରାଇବା କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ।

ପରିବହନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ପ୍ରତିଷେଧକ ଟିକା ଉତ୍ପାଦନ ହେଲା ସଙ୍ଗେ ସଙ୍ଗେ ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରକାର ଅନୁମତି ହାସଲ ହୋଇସାରିଥିବା ଦରକାର ଏବଂ ଏହି ଟିକାକୁ ନିର୍ଦ୍ଧାରିତ ତାପମାତ୍ରାରେ ସଂରକ୍ଷଣ କରି ରଖିବା ସହିତ ଅତି ଶୀଘ୍ର ସାରା ବିଶ୍ବର ବିଭିନ୍ନ ଲକ୍ଷ୍ୟସ୍ଥଳରେ ଏହାକୁ ପହଞ୍ଚାଇବା ନିହାତି ଆବଶ୍ୟକ । ଶୀତଳୀକରଣ ସୁବିଧାକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯିବା ଦରକାର । କାରଣ, ସାମାନ୍ୟ ତ୍ରୁଟି ହେଲେ ପ୍ରତିଷେଧକ ଟିକାର କାର୍ଯ୍ୟକ୍ଷମତା ହ୍ରାସ ପାଇବ । ତେଣୁ ଏବେଠାରୁ ନୂତନ ଶୀତଳ ଭଣ୍ଡାର କୋଠା ନିର୍ମାଣ ହେବା ସହିତ ପୂର୍ବରୁ ଥିବା ଶୀତଳୀକରଣ ସୁବିଧା ସଂପନ୍ନ ପଣ୍ୟାଗାରଗୁଡ଼ିକର ପୁନର୍ବିନ୍ୟାସ କାର୍ଯ୍ୟ ଆରମ୍ଭ କରାଯିବା ଉଚିତ ।

ଏହି ପ୍ରତିଷେଧକ ଟିକାକୁ ସୁରକ୍ଷିତ ଭାବେ ସଂରକ୍ଷଣ କରିବା ସକାଶେ ଟିକା ପାଇଁ ଆବଶ୍ୟକ ଆଦର୍ଶ ତାପମାତ୍ରା ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିବା ଏବଂ ଭଲ ଭାବେ ତାଲିମ ନେଇଥିବା ବହୁସଂଖ୍ୟକ କର୍ମଚାରୀ ଆବଶ୍ୟକ ହେବେ । ପରିବହନ ପ୍ରକ୍ରିୟାରେ ଏବଂ ଭଣ୍ଡାର ଘରେ ରଖାଯାଇଥିବା ବେଳେ ପ୍ରତିଷେଧକ ଟିକା ଯେପରି ନଷ୍ଟ ହୋଇ ନଯାଏ, ସେ ଦିଗରେ ଅବିରତ ତଦାରଖ କରିବା ଆବଶ୍ୟକ । ଏଥିପାଇଁ ଦରକାର ପଡ଼ିଲେ, ସମ୍ବେଦନଶୀଳ ଯନ୍ତ୍ରପାତି ସ୍ଥାପନ କରାଯିବା ଦରକାର । ଆକାଶ ମାର୍ଗରେ ପରିବହନ ସମୟରେ ପ୍ରତିଷେଧକ ଟିକାର ଚୋରି ରୋକିବା ଦିଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ ।

ଗୋଟିଏ ଦେଶର ସୀମା ପାର କରି ଆଉ ଗୋଟିଏ ଦେଶକୁ ନିଆଯିବା ବାଟରେ, ସଂପୃକ୍ତ ସ୍ବାସ୍ଥ୍ୟ ଓ ବହିଃଶୁଳ୍କ ବିଭାଗ ଅଧିକାରୀମାନେ, କୌଣସି ବିଳମ୍ବ ନକରି, ଅନୁମୋଦନ ସଂପର୍କିତ ସମସ୍ତ କାଗଜପତ୍ର ଏବଂ ଅନୁମତିପତ୍ର ପ୍ରଦାନ ପ୍ରକ୍ରିୟା ଯଥାଶୀଘ୍ର ସଂପନ୍ନ କରିବା ଆବଶ୍ୟକ । ପ୍ରତିଷେଧକ ଟିକା ନେଇ ଯାଉଥିବା ବିମାନଗୁଡ଼ିକ ବିମାନବନ୍ଦରେ ଅବତରଣ କରିବା କିମ୍ବା ଅବତରଣ ନ କରି ଯାତ୍ରା ଅବ୍ୟାହତ ରଖିବାରେ ସକ୍ଷମ ହୋଇଥିବା ଉଚିତ । ଅବତରଣ କରିବା ପରେ ବିମାନର କର୍ମଚାରୀମାନଙ୍କୁ ପୃଥକ ବାସ ଏବଂ କର୍ଫ୍ୟୁ ଭଳି କଟକଣାରୁ ବାଦ ଦିଆଯିବା ଉଚିତ । କୌଣସି ଦେଶରେ ବିମାନ ଅବତରଣ କରିବା ମାତ୍ରେ ହିଁ ପ୍ରତିଷେଧକ ଟିକା ଗ୍ରହଣ କରିବାକୁ ଅଗ୍ରାଧିକାର ଭିତ୍ତିରେ ଅନୁମତି ଦିଆଯିବା ସହିତ ଏହାକୁ ଯଥାଶୀଘ୍ର ସମ୍ଭବ ସୁରକ୍ଷିତ ଭାବରେ ସଂରକ୍ଷିତ କରିବା ଦିଗରେ ଅନୁମତି ପ୍ରଦାନ ଆବଶ୍ୟକ । ତାପମାତ୍ରାରେ ପ୍ରଭେଦ ଯୋଗୁଁ ପ୍ରତିଷେଧକ ଟିକା ନଷ୍ଟ ହୋଇଯିବା ଆଶଙ୍କା ଦୃଷ୍ଟିରୁ ଏହା ଖୁବ ଗୁରୁତ୍ବପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.