ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ମାନହାନୀ ମକଦ୍ଦମା । ନୋଟିସ ପଠାଇଛନ୍ତି ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ନିଜ ବିରୋଧିକୁ ଟାର୍ଗେଟ କରିଛନ୍ତି ମନୋଜ । ପ୍ରାୟ 500 କୋଟି ଟଙ୍କାର ମାନହାନୀ ମକବ୍ଦମା କରିଛନ୍ତି ମନୋଜ ତିୱାରୀ ।
ପ୍ରକାଶ ଥାଉକି, ଆମ ଆଦମୀ ପାର୍ଟି ନିଜ ନିର୍ବାଚନ ଥିମ୍ ଗୀତରେ ମନୋଜ ତିୱାରୀଙ୍କ ଗୀତର ଭିଡିଓ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ଅଧ୍ୟକ୍ଷ । ମନୋଜ କେଜ୍ରିୱାଲଙ୍କୁ ମିଛ ମେସିନ୍ ବୋଲି ସମ୍ବୋଧନ ମଧ୍ୟ କରିଛନ୍ତି । ଅଭିନେତା ତଥା ନେତା ମନୋଜ ତିୱାରୀଙ୍କ ଗୀତ, ଭିଡିଓକୁ ଏଡିଟ୍ କାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।
ସେ ଅଭିଯୋଗ କରିଥିଲେ,‘ ଥୀମ୍ ଗୀତରେ ମୋ ଫଟୋ ଓ ଗୀତ ବ୍ୟବହାର କରିବାର ଅଧିକାର ତାଙ୍କୁ କିଏ ଦେଲା । ବିନା ଅନୁମତିରେ ଭିଡିଓ କିମ୍ବା ଗୀତ ବ୍ୟବହାର କରାଯାଇନଥାଏ ବୋଲି କ'ଣ କେଜ୍ରିୱାଲ ଜାଣି ନାହିଁନ୍ତି ?’ କେଜ୍ରିୱାଲ ନିଜ ପରାଜୟକୁ ଦେଖି ଏତେ ଡରି ଯାଇଛନ୍ତି ଯେ, ବିଜ୍ଞାପନରେ ଶିଶୁ, ମହିଳା, ଶ୍ରମିକଙ୍କ ଫଟୋ ବ୍ୟବହାର କରୁଥିବାର କହିଛନ୍ତି ମନୋଜ ।
ନିଜ ସଭାରେ ଲୋକ ଜମା କରିବା ପାଇଁ କେଜ୍ରିୱାଲ ବାହାରୁ ଲୋକ ଆଣୁଥିବାର ସେ ଅଭିଯୋଗ କରିଛନ୍ତି । ଆମ ଆଦମୀ ପାର୍ଟି ପୁଣି ନିମ୍ନ ସ୍ତର ରାଜନୀତିର ପରିଚୟ ଦେଇଥିବାର କହିଛନ୍ତି ବିଜେପି ମିଡିଆ ପ୍ରଭାରୀ ନୀଳକାନ୍ତ ବକ୍ସି ।