ନୂଆଦିଲ୍ଲୀ: ଦିଲ୍ଲୀ ସରକାରରେ ବଡ଼ଧରଣର ପରିବର୍ତ୍ତନ। ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆଙ୍କୁ ରାଜ୍ୟର ଶ୍ରମ ବିଭାଗର ଦାୟିତ୍ବ ଭାର ଦିଆଯାଇଛି।
ଦିଲ୍ଲୀ ଶ୍ରମମନ୍ତ୍ରୀ ଗୋପାଳ ରାୟଙ୍କ ଠାରୁ ଏହି ବିଭାଗକୁ ନେଇ ମନୀଷ ସିସୋଦିଆଙ୍କୁ ନିଯୁକ୍ତ କରାଯାଇଛି। ତେବେ ଏହି ପରିବର୍ତ୍ତନର କାରଣ ଗୋପାଳ ରାୟ ଦିଲ୍ଲୀ ପ୍ରଦୂଷଣ ରୋକିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ କରାଯାଇଛି ।
ଦିଲ୍ଲୀ ସରକାରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଉପରେ କାର୍ଯ୍ୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ବର୍ତ୍ତମାନ ମନ୍ତ୍ରୀ ଗୋପାଳ ରାୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟଭାରରେ ସାମାନ୍ୟ କୋହଳ ପାଇଁ ମନିଷ ସିସୋଦିଆଙ୍କୁ ତାଙ୍କ ବିଭାଗ ହସ୍ତାନ୍ତର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ