ନୂଆଦିଲ୍ଲୀ: ଏଥର ଦଶହରାରେ ପ୍ରତିବର୍ଷ ପରି ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜିତ ହେଉନାହିଁ । ପ୍ରଦୂଷଣ ଓ କୋରୋନା କାରଣରୁ ଦିଲ୍ଲୀରେ କୌଣସି ପର୍ବ ଧୁମଧାମରେ ପାଳନ କରାଯାଉନାହିଁ । ଏମିତିକି ଦିଲ୍ଲୀର ନେତା ମନ୍ତ୍ରୀମାନେ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାଁନ୍ତି ।
ତେବେ ଦଶହରା ରାବଣ ପୋଡିରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ତାଙ୍କ ଘରେ ରାବଣର ପ୍ରଭାବ ଉପରେ ଏକ ପ୍ରତୀକାତ୍ମକ ତୀର ମାରିଛନ୍ତି । ମନୀଷ ସିସୋଡିଆ କରୋନା ଏବଂ ପ୍ରଦୂଷଣକୁ ରାବଣର ଆଖ୍ୟା ଦେଇ ଏକ ସକାରତ୍ମକ ତୀର ଚାଳନା କରିଛନ୍ତି । ଏହି ସମୟରେ ଲବକୁଶ ରାମଲୀଳା କମିଟିର ସାଧାରଣ ସମ୍ପାଦକ ଅର୍ଜୁନ କୁମାର ଏବଂ ସିଟିଆଇର କନଭେୟର ବ୍ରିଜେଶ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ ।
ଉପମୁଖ୍ୟମନ୍ତ୍ରୀ ସିସୋଡିଆ କହିଛନ୍ତି ଯେ, ''ପ୍ରଦୂଷଣ ମୁକ୍ତ ଦଶହରା ପାଳନ କର ଏବଂ ପ୍ରଦୂଷଣ ଓ କରୋନା କ୍ଷତିକାରକ ଅଟେ, ଯାହାକୁ ଦୂର କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।'' ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଏଥର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମେ ସର୍ବନିମ୍ନ ପ୍ରଦୂଷଣ ସୃଷ୍ଟି କରୁଛୁ । ଲବକୁଶ ରାମଲୀଳା କମିଟି ଚଳିତ ବର୍ଷ ପ୍ରଦୂଷଣମୁକ୍ତ ଦଶହରା ପାଳନ କରୁଛି ବୋଲି ସେ କହିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତ ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ