ETV Bharat / bharat

10 ଦିନ ପାଇଁ ଇମ୍ଫାଲକୁ ଉଡିବନି ବିମାନ: ମଣିପୁର ସରକାର - Covid-19

ବାକି ରହିଥିବା Covid-19 ଟେଷ୍ଟକୁ ସମ୍ପୂର୍ଣ୍ଣ କରିବା ପାଇଁ ମଣିପୁର ସରକାର ସୋମବାର ଯାତ୍ରୀବାହୀ ବିମାନ ସେବା ଇମ୍ଫାଲରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଅଧିକ ପଢନ୍ତୁ...

10 ଦିନ ପାଇଁ ଇମ୍ଫାଲକୁ ଗଡ଼ିବନି ବିମାନ: ମଣିପୁର ସରକାର

author img

By

Published : Jun 15, 2020, 7:33 PM IST

Updated : Jun 15, 2020, 7:46 PM IST

ଇମ୍ଫାଲ: 10 ଦିନ ପାଇଁ ଇମ୍ଫାଲରୁ ବିମାନ ସେବା ବନ୍ଦ କରିବାକୁ ମଣିପୁର ସରକାର କେନ୍ଦ୍ରକୁ କହିଛନ୍ତି । ସୋମବାର ଇମ୍ଫାଲରେ ପାଞ୍ଚଟି ବିମାନ ଅବତରଣ କରିଛି । ତେବେ ବାକି ରହିଥିବା Covid-19 ଟେଷ୍ଟକୁ ସମ୍ପୂର୍ଣ୍ଣ କରିବା ପାଇଁ ମଣିପୁର ସରକାର ସୋମବାର ଯାତ୍ରୀବାହୀ ବିମାନ ଚଳାଚଳ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସମସ୍ତ ବିମାନ ସେବା, ଡିଜିସିଏ ଏବଂ ଏଏଆଇକ ଆବଶ୍ୟକୀୟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଜେ ସୁରେଶ ବାବୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଲୋକଙ୍କ ସଖ୍ୟା ଅଧିକ ହେତୁ ପରୀକ୍ଷଣରେ ବହୁ ବିଳମ୍ବ ହେଉଛି ଏବଂ 15000 ନମୁନାର ଫଳାଫଳ ଅପେକ୍ଷାରେ ଅଛି ବୋଲି ମଧ୍ୟ ସେ ଚିଠିରେ ଲେଖିଛନ୍ତି । ମଣିପୁରରେ କୋଭିଡ୍ -19 ମାମଲା 458 ଟି ଥିବା ବେଳେ 367 ଟି ମାମଲା ସକ୍ରିୟ ଅଛି । ତେବେ ଗତ ମାସରେ ସରକାର ଲୋକଙ୍କୁ ଘରକୁ ଫେରିବାକୁ ଅନୁମତି ଦେବା ପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Last Updated : Jun 15, 2020, 7:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.