ETV Bharat / bharat

ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟର ପାଲଟିଛି ବାଉଁଶ କୁଡିଆ

ଗ୍ରାମବାସୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ । ନିଜ ଟ୍ବିଟରରେ ଏନେଇ ସେ ବାଉଁଶ କୁଡିଆର ତାରିଫ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 16, 2020, 4:41 PM IST

ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟର ପାଲଟିଛି ବାଉଁଶ କୁଡିଆ
ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟର ପାଲଟିଛି ବାଉଁଶ କୁଡିଆ

ଇମ୍ଫାଲ: କୋରୋନା ଯୋଗୁଁ ଲାଗୁ ଲକଡାଉନରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଲୋକ ଫସିରହିଛନ୍ତି । କଟକଣା କୋହଳ ହେବା ପରେ ସମସ୍ତେ ଧିରେ ଧିରେ ନିଜ ରାଜ୍ୟ ଓ ଘରକୁ ଫେରୁଛନ୍ତି । ଏପରି ସମୟରେ ବାହାର ଲୋକଙ୍କ ଠାରୁ କୋରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଫଳରେ ସୋସିଆଲ ଦୂରତ୍ବ ମାନିବା ନିହାତି ଆବଶ୍ୟକ ।

ତେବେ ସମସ୍ତ ଫେରନ୍ତାଙ୍କ ପାଇଁ ସବୁଆଡେ ଯଥେଷ୍ଟ ପରିମାଣର କ୍ବାରେଣ୍ଟାଇନ ସେଣ୍ଟର ନାହିଁ । ବିଶେଷ କରି ଦୂରବର୍ତ୍ତୀ ଗାଁ ମାନଙ୍କରେ ଏହି ସମସ୍ୟା ଅଧିକ ରହିଛି । ଏହାକୁ ଲକ୍ଷ୍ୟ ରଖି ମଣିପୁରର ଟୁଙ୍ଗଜୟ ଗାଁ ପରିଷଦ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏଠାରେ ବାହାରୁ ଫେରୁଥିବା ଲୋକଙ୍କ ପାଇଁ 80ଟି କ୍ବାରେଣ୍ଟାଇନ କୁଡିଆ ବନାଯାଇଛି । ଏହା ବାଉଁଶରେ ତିଆରି ହୋଇଥିବା ଜଣାପଡିଛି । ସମସ୍ତ ବାହାର ଫେରନ୍ତାଙ୍କୁ ପ୍ରଥମେ ଏଠାରେ ରଖାଯିବା ପରେ ଏମାନେ ଗାଁ ଭିତରକୁ ପ୍ରବେଶ କରିବାର ଅନୁମତି ପାଇବେ ।

ଗ୍ରାମବାସୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ । ନିଜ ଟ୍ବିଟରରେ ଏନେଇ ସେ ବାଉଁଶ କୁଡିଆର ତାରିଫ କରିଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଏହା ଉପରେ ଟ୍ବିଟ କରି ପ୍ରଶଂସା କରିଛନ୍ତି । ଟୁଙ୍ଗଜୟ ଗାଁ ନାଗାଲାଣ୍ଡ-ମଣିପୁର ବର୍ଡରରେ ସେନାପତି ଜିଲ୍ଲାରେ ଅବସ୍ଥିତ । ମଣିପୁର ରାଜଧାନୀ ଇମ୍ଫାଲର 110 କିଲୋମିଟର ଉତ୍ତରକୁ ଏହା ଅବସ୍ଥିତ । ଏଠାରେ ନାଗା ଜାତି ବାସ କରନ୍ତି । ପ୍ରତି କୁଡିଆରେ ଗୋଟିଏ ବେଡ୍, ଟଏଲେଟ୍, ଗ୍ୟାସ ଟେବୁଲ, ଚାର୍ଜିଂ ପଏଣ୍ଟ ସହ ଅଲଗା ଇଲେକ୍ଟ୍ରିସିଟିର ବ୍ୟବସ୍ଥା ରହିଛି । ବାଉଁଶ ଓ ଅନ୍ୟାନ୍ୟ ସ୍ଥାନୀୟ ସାମଗ୍ରୀରେ ଏହା ତିଆରି ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.