ETV Bharat / bharat

ମଣିପୁର ରାଜନୀତିରେ ପୁଣି ହଇଚଇ, 6 କଂଗ୍ରେସ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 17, 2020, 3:20 PM IST

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଂଗ୍ରେସର ଜଣେ ବିଧାୟକ ଏବଂ 6 ଜଣ ପୂର୍ବତନ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି। ଏହି 6 ଜଣ ପୂର୍ବତନ ବିଧାୟକ ସେହି 8 ଜଣ ବିଧାୟକଙ୍କ ମଧ୍ୟରେ ସାମିଲ ଅଛନ୍ତି ଯିଏ ଅଗଷ୍ଟ 10 ରେ କଂଗ୍ରେସର ହ୍ବିପ୍‌କୁ ଉଲ୍ଲଂଘନ କରି ବିଧାନସଭା ଅଧିବେଶନରୁ ଦୂରେଇ ରହିଥିଲେ। ସେମାନଙ୍କ ଅନୁପସ୍ଥିତି ଯୋଗୁଁ ବିଜେପିର ଏନ ବିରେନ ସିଂ ସରକାର ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଥିଲେ ।

6 କଂଗ୍ରେସ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ: ମଣିପୁର ରାଜନୀତିରେ ଉତ୍ତେଜନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଂଗ୍ରେସର ଜଣେ ବିଧାୟକ ଏବଂ 6 ଜଣ ପୂର୍ବତନ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି। ସେ ତାଙ୍କ ଚାର୍ଟାର୍ଡ ​​ବିମାନରେ ଦିଲ୍ଲୀ ଆସିଛନ୍ତି। ତେବେ ଦିଲ୍ଲୀରେ ପହଞ୍ଚିବା ପରେ ମଣିପୁରରେ କୌଣସି ବଡ଼ ରାଜନୈତିକ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ହେଉଛି।

ଏନ ବିରେନ ସିଂଙ୍କ ସହ ଦିଲ୍ଲୀ ପହଞ୍ଚିଥିବା ଏହି 6 ଜଣ ପୂର୍ବତନ ବିଧାୟକ ସେହି 8 ଜଣ ବିଧାୟକଙ୍କ ମଧ୍ୟରେ ସାମିଲ ଅଛନ୍ତି ଯିଏ ଅଗଷ୍ଟ 10 ରେ କଂଗ୍ରେସର ହ୍ବିପ୍‌କୁ ଉଲ୍ଲଂଘନ କରି ବିଧାନସଭା ଅଧିବେଶନରୁ ଦୂରେଇ ରହିଥିଲେ। ସେମାନଙ୍କ ଅନୁପସ୍ଥିତି ଯୋଗୁଁ ବିଜେପିର ଏନ ବିରେନ ସିଂ ସରକାର ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଥିଲେ ।

ତେବେ ସ୍ବତନ୍ତ୍ର ଚାର୍ଟାର୍ଡ ​​ବିମାନରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ବ୍ୟକ୍ତି ବୋଲି କୁହାଯାଉଛି। ତେବେ ଏନେଇ ବିରେନ ସିଂ କହିଛନ୍ତି, 6 ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଏବଂ ବିଜେପିରେ ଯୋଗଦେବାକୁ ଚାହୁଁଛନ୍ତି। ତେଣୁ ମୁଁ ସେମାନଙ୍କୁ ଏଠାକୁ ଆଣିଛି । ମୁଁ ଦଳର ସାଧାରଣ ସମ୍ପାଦକ ତଥା ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିବାକୁ ଚେଷ୍ଟା କରୁଛି। ବିରୋଧୀ ଅନେକ କଥା କହୁଛନ୍ତି କିନ୍ତୁ ଆମେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉତ୍ସାହିତ କରୁଛୁ। ମଣିପୁରରେ ସବୁ ଠିକ୍ ଅଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଆସିଥିବା 6 ପୂର୍ବତନ ବିଧାୟକ ଅଗଷ୍ଟ 10ରେ ବିଧାନସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ସେମାନେ ଅଗଷ୍ଟ 11ରେ କଂଗ୍ରେସ ଦଳ ଛାଡିଥିଲେ । ତେବେ ଏହି 6 ଜଣ ପୂର୍ବତନ ବିଧାୟକ ଏବଂ ଜଣେ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.