ETV Bharat / bharat

ସରକାରରେ ସଙ୍କଟ ପରେ ଏବେ ମଣିପୁରରେ ମନ୍ତ୍ରୀ ଚିନ୍ତା - Manipur Chief Minister

ମଣିପୁର ସରକାରରେ ସଙ୍କଟ ଟଳିବା ପରେ ଏବେ କିଏ ମନ୍ତ୍ରୀ ହେବ, ସେ ନେଇ ବିଜେପିକୁ ଚିନ୍ତା ଘାରିଛି । ଏସମ୍ପର୍କରେ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ସରକାରରେ ସଙ୍କଟ ପରେ ଏବେ ମଣିପୁରରେ ମନ୍ତ୍ରୀ ଚିନ୍ତା

author img

By

Published : Jun 27, 2020, 9:16 AM IST

ନୂଆଦିଲ୍ଲୀ: ମଣିପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ ବିଜେପି ଛାଡି ସହଯୋଗୀ ଏନପିପି ସରକାରଙ୍କୁ ଅସ୍ଥିରତା ଭିତରକୁ ଠେଲିଦେଉଛି । ତ କେତେବେଳେ ପୁଣି ସହଯୋଗର ହାତ ବଢାଉଛି । ତେବେ ଏସବୁ ଭିତରେ ଏବେ ମଣିପୁରର ଏନ ବିରେନ ସିଂ ସରକାରଙ୍କୁ ମନ୍ତ୍ରିମଣ୍ଡଳ ପୁର୍ନଃଗଠନ କରିବାକୁ ସମସ୍ୟା ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏନେଇ ଆଜି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସି ବିଜେପି ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି । ରାଜନୈତିକ ଅସ୍ଥିରତା ପରେ ଏବେ ମନ୍ତ୍ରୀ ପଦ ପାଇଁ ଅଧିକାଂଶ ବିଧାୟକ ଦାବି କରୁଥିବାରୁ ସେନେଇ ମୁଖ୍ୟମନ୍ତ୍ରୀ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା ପାଇଁ ଯାଉଥିବା ମଣିପୁରରେ ଚର୍ଚ୍ଚା ଚାଲିଛି ।

ସୂଚନାଥାଉକି, କିଛିଦିନ ହେବ ମଣିପୁରରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । 3 ବିଜେପି ବିଧାୟକ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେବା ତଥା ସହଯୋଗୀ ଏନପିପିର ସମୁଦାୟ 4 ବିଧାୟକ ହାତ ଛାଡି ଦେଇଥିବାରୁ ସରକାର ସଙ୍କଟରେ ଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ କଂଗ୍ରେସ ସେଠାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ।

ଏହାକୁ ଲକ୍ଷ୍ୟ କରି ବିଜେପି ପକ୍ଷରୁ ସରକାରଙ୍କୁ ବଞ୍ଚାଇବା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏନପିପି ନେତା ତଥା ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ସହିତ 4 ବିଧାୟକଙ୍କୁ ଦିଲ୍ଲୀ ଡକରା ଯାଇ ଆଲୋଚନା କରାଯାଇଥିଲା । ପରେ ଏନପିପି ଗୁରୁବାର ପୁଣି ନିଜ ସମର୍ଥନ ସରକାରଙ୍କୁ ଦେଇଥିଲା ।

ତେବେ ସମର୍ଥନ ପ୍ରତ୍ୟାହାର ପୂର୍ବରୁ ଏନପିପିର 4 ବିଧାୟକ ମନ୍ତ୍ରୀ ଥିବାବେଳେ ଏବେ ପୁଣି ମନ୍ତ୍ରିମଣ୍ଡଳ ପୁର୍ନଃଗଠନବେଳେ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି କୁହାଯାଇଥିବା ସୂଚନା ମିଳିଛି । ସେହିପରି ବିଜେପିର ଅନ୍ୟତମ ସହଯୋଗୀ ଏନପିଏଫର 4 ବିଧାୟକ ଥିବାବେଳେ 2 ଜଣ ମନ୍ତ୍ରୀ ଅଛନ୍ତି । ଏନପିପି ଭଳି ସେମଧ୍ୟ ଆଉ 2 ବିଧାୟକଙ୍କୁ ମନ୍ତ୍ରୀ କରିବା ନେଇ ଚାପ ପକାଉଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସେପଟେ ଏସବୁ ବାଦ, କିଛି ବିଧାୟକ ମଧ୍ୟ ମନ୍ତ୍ରୀ ହେବା ପାଇଁ ଗୋଡ ଟେକି ବସିଛନ୍ତି । ଯାହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାର କାରଣ ସାଜିଥିବା କୁହାଯାଉଛି । ତେବେ ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 12 ଜଣ ମନ୍ତ୍ରୀ ଥିଲେ । ସେଥିରେ ବିଜେପିରୁ 6, ଏନପିପିରୁ 4 ଓ ଏନପିଏଫରୁ 2 ଜଣ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.