ETV Bharat / bharat

ମଣିପୁର ଆସ୍ଥା ଭୋଟରେ ବିଜେପି ବିଜୟୀ - ଆସ୍ଥା ଭୋଟ

ମନ୍ତ୍ରୀଙ୍କ ଇସ୍ତଫା ପରେ ସଂଖ୍ୟାଲଘୁରେ ଆସିଥିବା ବିଜେପି ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା। ତେବେ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ନେତୃତ୍ବାଧୀନ ବିଜେପି ଆସ୍ଥା ଭୋଟରେ ବିଜୟୀ ହୋଇଛି ।

ମଣିପୁର ଆସ୍ଥା ଭୋଟରେ ବିଜେପି ବିଜୟୀ
ମଣିପୁର ଆସ୍ଥା ଭୋଟରେ ବିଜେପି ବିଜୟୀ
author img

By

Published : Aug 10, 2020, 10:59 PM IST

ଇମ୍ଫାଲ: ମଣିପୁର ରାଜନୀତିରେ ପ୍ରାୟ 3 ସପ୍ତାହ ଧରି ଚାଲିଥିବା ରାଜନୈତିକ ଡ୍ରାମା ଉପରେ ଜବନିକା ପଡିଛି । ବିଜେପି ମଣିପୁରରେ ସରକାର ବଞ୍ଚାଇବାରେ ସଫଳ ହୋଇଛି । ମନ୍ତ୍ରୀଙ୍କ ଇସ୍ତଫା ପରେ ସଂଖ୍ୟାଲଘୁରେ ଆସିଥିବା ବିଜେପି ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା। ତେବେ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ନେତୃତ୍ବାଧୀନ ବିଜେପି ଆସ୍ଥା ଭୋଟରେ ବିଜୟୀ ହୋଇଛି ।

ଆସ୍ଥା ଭୋଟ୍ ସମୟରେ 60 ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ସପକ୍ଷରେ 28 ଟି ଭୋଟ୍ ପଡିଥିଲା । ତେବେ କଂଗ୍ରେସର ଆଠଜଣ ବିଧାୟକ ବିଧାନସଭାରେ ଅନୁପସ୍ଥିତ ଥିଲେ। ଭୋଟ୍ ଦେବା ପରେ କଂଗ୍ରେସ ବିଧାୟକମାନେ ବିରୋଧ କରି ଗୃହରେ ଚେୟାର ଫୋପାଡିଥିଲେ।

ସୋମବାର ବିଧାନସଭାରେ ଭଏସ୍ ଭୋଟ୍ ସହିତ ମତଦାନ କରାଯାଇଥିଲା। ଭୋଟିଂ ସମୟରେ 28 ଜଣ ବିଜେପି ବିଧାୟକ ଏବଂ କେବଳ 16 ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ଥିଲେ। ଆଠ ଜଣ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ବିଜେପିକୁ ବିୟଜ ପାଇଁ ରାସ୍ତା ସଫା କରିଥିଲା। ମଣିପୁର ବିଧାନସଭାର ବର୍ତ୍ତମାନର 53 ଜଣ ବିଧାୟକ ଅଛନ୍ତି । ଦଳ ବଦଳ ଆଇନ ଅନୁଯୋୟୀ 4 ଜଣ ବିଧାୟକ ଅଯୋଗ୍ୟ ହୋଇଥିବା ବେଳେ ତିନିଜଣ ବିଧାୟକ ଇସ୍ତଫା ଦେଇଛନ୍ତି।

କଂଗ୍ରେସରେ ବର୍ତ୍ତମାନ 24 ଜଣ ବିଧାୟକ ଥିବା ବେଳେ ଶାସକ ବିଜେପି ପାଖରେ ସମର୍ଥିତ ବିଧାୟକଙ୍କ ସହ 29 ଜଣ ବିଧାୟକ ଅଛନ୍ତି। ଏଥିମଧ୍ୟରେ ବିଜେପିର 18 ଜଣ ବିଧାୟକ, 4 ଟି ଏନପିପି ସ, 4ଏନପିଏଫ, ଜଣେ ଟିଏମସି ବିଧାୟକ , ଲୋକ ଜନକ୍ଷେତ୍ର ପାର୍ଟିର ଜଣେ ଏବଂ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି । 28 ଜୁଲାଇରେ ବିଜେପି ନେତୃତ୍ବାଧୀନ ସରକାର ବିରୋଧରେ କଂଗ୍ରେସ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା।

ଜୁନ୍ 17 ରେ 6 ବିଧାୟକ ବିଜେପିର ସମର୍ଥନ ପ୍ରତ୍ୟାହାର କରିନେଇଥିବା ବେଳେ 3 ଜଣ ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଏହାପରେ ସେଠାରେ ରାଜନୈତିକ ସଙ୍କଟ ଉପୁଜିଥିଲା । ତେବେ ବିଜେପିର ଶୀର୍ଷ ନେତୃତ୍ବଙ୍କ ହସ୍ତକ୍ଷେପ ପରେ ଏନପିପିର 4 ଜଣ ବିଧାୟକ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ଫେରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.