ଉତ୍ତରପ୍ରଦେଶ: ପ୍ରାର୍ଥିପତ୍ର ଦାଖଲ କଲେ ମେନକା ଗାନ୍ଧୀ। ସୁଲତାନପୁର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ନିଜର ନାମାଙ୍କନ ଭରିଲେ ମେନକା। ଦଳୀୟ ସମର୍ଥକଙ୍କ ସହ ଆସି ରିଟର୍ଣ୍ଣିଂ ଅଫିସର ନିକଟରେ ମେନକା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ସୂଚନାଥାଉକି, ପୂର୍ବରୁ ପିଲିଭିଟ ଆସନରୁ ଲଢୁଥିଲେ ମେନକା। ତେବେ ଚଳିତ ବର୍ଷ ବିଜେପି ପିଲିଭିଟରୁ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇ ମନେକାଙ୍କୁ ସୁଲତାନପୁରରୁ ପ୍ରାର୍ଥୀ କରିଛି ।