ETV Bharat / bharat

ଲକଡାଉନ ସମୟରେ ଡାଏବେଟିସର ପରିଚାଳନା ଏବଂ ବ୍ଲଡ ସୁଗାର ନିୟନ୍ତ୍ରଣରେ ରଖିବା ଉପାୟ - କୋରୋନା ଓ ମଧୁମେହ ରୋଗୀ

ଲକଡାଉନ ଯୋଗୁଁ ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ ସାଧାରଣ ଦିନରେ ସେମାନେ ସ୍ବାଭାବିକ ଭାବେ କରୁଥିବା ନିତିଦିନିଆ ଚଲାବୁଲା ଏବଂ ବ୍ୟାୟାମ କରିପାରୁନାହାନ୍ତି । ନିକଟସ୍ଥ ତେଜରାତି ଦୋକାନରେ ଯାହା କିଛି ମିଳୁଛି, ସେଇଥିରେ ହିଁ ଚଳିବାକୁ ପଡୁଥିବାରୁ ଭୋଜନ ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇପଡ଼ିଛି ।

Lockdown, diabetics treatment in lockdown, corona and diabetics patient, diabetics treatment in corona crisis, health tips during corona crisis, ଲକଡାଉନରେ ମଧୁମେହ ରୋଗୀଙ୍କ ଚିକିତ୍ସା, କୋରୋନା ଓ ମଧୁମେହ ରୋଗୀ, ଲକଡାଉନରେ ମଧୁମେହ ପରିଚାଳନା, କୋରୋନାରେ ସ୍ବାସ୍ଥ୍ୟ ଟିପ୍ସ
ଲକଡାଉନ ସମୟରେ ଡାଏବେଟିସର ପରିଚାଳନା ଏବଂ ବ୍ଲଡ ସୁଗାର ନିୟନ୍ତ୍ରଣରେ ରଖିବା ଉପାୟ
author img

By

Published : Apr 10, 2020, 6:59 AM IST

ଡକ୍ଟର ଜିଭିଏସ ମୂର୍ତ୍ତି, ନିର୍ଦ୍ଦେଶକ, ଭାରତୀୟ ଜନସ୍ବାସ୍ଥ୍ୟ ସଂସ୍ଥା, ହାଇଦ୍ରାବାଦ

କୋଭିଡ-19ର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼ୁଛି ଏବଂ ଆମ ଭିତରେ ଅଛନ୍ତି ଲକ୍ଷ ଲକ୍ଷ ମଧୁମେହ ବା ଡାଏବେଟିସ ରୋଗୀ । ଭାରତରେ ପ୍ରାୟ 7 କୋଟି ଡାଏବେଟିସ ପୀଡ଼ିତ ବ୍ୟକ୍ତି ଅଛନ୍ତି । ଯଦି ଭାରତରେ ପ୍ରତି ପରିବାରର ହାରାହାରି ସଦସ୍ୟ ସଂଖ୍ୟା 5 ବୋଲି ଧରି ନିଆଯାଏ, ତେବେ ଏହାର ଅର୍ଥ ଭାରତର 35 କୋଟି ଲୋକ, ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ଡାଏବେଟିସ ଦ୍ବାରା ପ୍ରଭାବିତ । ଡାଏବେଟିସକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ସହିତ ମାନସିକ ଚାପ ଏବଂ ଦୁଶ୍ଚିନ୍ତା ଡାଏବେଟିସ ପୀଡ଼ିତ ରୋଗୀ ଓ ସେମାନଙ୍କ ପରିବାରକୁ ଅସୁବିଧାରେ ପକାଇପାରେ ।

ଡାଏବେଟିସ ରୋଗୀମାନେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା, ଦେଶର ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ସହ ସମାନ । କିନ୍ତୁ ଡାଏବେଟିସ ପୀଡ଼ିତ ବ୍ୟକ୍ତି କୋଭିଡ-19ରେ ପୀଡ଼ିତ ହେଲେ ଡାଏବେଟିସ ନଥିବା ଲୋକଙ୍କ ତୁଳନାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାର ଆଶଙ୍କା ଅଧିକ । କାରଣ, ଡାଏବେଟିସ ରୋଗୀଙ୍କ ଶରୀରରେ କୋରୋନା ଭାଇରସର ସଂକ୍ରମଣ ଅଧିକ ଗୁରୁତର ଲକ୍ଷଣ ଏବଂ ଜଟିଳ ଅବସ୍ଥା ସୃଷ୍ଟି କରିପାରେ । ଆରମ୍ଭରୁ ଯେଉଁ ସବୁ ଦେଶରେ ଏହି ସର୍ବବ୍ୟାପୀ ମହାମାରୀ ବ୍ୟାପିଥିଲା ସେଠାରେ ଏହା ଲକ୍ଷ୍ୟ କରାଯାଇଛି । ଡାଏବେଟିସ ଥିବା ସବୁ ଲୋକଙ୍କ କ୍ଷେତ୍ରରେ ଗୁରୁତର ଜଟିଳ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ଖୁବ ଅଧିକ ଏବଂ ଡାଏବେଟିସରେ ପୀଡ଼ିତ 60 ବର୍ଷର କିମ୍ବା ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ଏହି ବିପଦ ଆଶଙ୍କା ସର୍ବାଧିକ ।

ଡାଏବେଟିସରେ ପୀଡ଼ିତ ଜଣେ ବ୍ୟକ୍ତି କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଲେ ତାଙ୍କର ରକ୍ତ ଶର୍କରା ବା ବ୍ଲଡ ସୁଗାର ମାତ୍ରା ପ୍ରଭାବିତ ହୋଇଥାଏ । ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼ିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ଅଧିକ କ୍ରିୟାଶୀଳ ହେଉଥିବାରୁ, ଏହାର ଫଳସ୍ବରୂପ ବ୍ଲଡ୍‌ ସୁଗାରର ଉପର ଓ ତଳ ସ୍ତରରେ ଅସ୍ଥିରତା ଦେଖାଦିଏ । ଆମେ ଜାଣୁ ଯେ ଡାଏବେଟିସ ଶରୀରର ସବୁ ଅଙ୍ଗକୁ ପ୍ରଭାବିତ କରେ ଏବଂ ଦୁର୍ବଳ ଶାରୀରିକ ନିୟନ୍ତ୍ରଣ କ୍ଷମତା ଯୋଗୁଁ ଆଖି, ପାଦ, ବୃକକ୍‌ ଏବଂ ଶରୀରର ଅନ୍ୟ ଅଙ୍ଗରେ ଥିବା ସମସ୍ୟା ବଢ଼ିବାରେ ଲାଗେ । ସୁତରାଂ, ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ, ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ କୋଭିଡ୍‌-19 ପ୍ରତିଷେଧକ ସଂପର୍କିତ ପରାମର୍ଶ ପ୍ରତି ଅଧିକ ଧ୍ୟାନ ଦେବା ଏବଂ ଏହାକୁ ମାନି ଚଳିବା ନିଶ୍ଚିତ ରୂପେ ଆବଶ୍ୟକ ।

ଲକଡାଉନ ଯୋଗୁଁ ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ ସାଧାରଣ ଦିନରେ ସେମାନେ ସ୍ବାଭାବିକ ଭାବେ କରୁଥିବା ନିତିଦିନିଆ ଚଲାବୁଲା ଏବଂ ବ୍ୟାୟାମ କରିପାରୁନାହାନ୍ତି । ନିକଟସ୍ଥ ତେଜରାତି ଦୋକାନରେ ଯାହା କିଛି ମିଳୁଛି, ସେଇଥିରେ ହିଁ ଚଳିବାକୁ ପଡୁଥିବାରୁ ଭୋଜନ ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇପଡ଼ିଛି । ଡାଏବେଟିସ ସଂପର୍କିତ ଶାରୀରିକ ସ୍ଥିତି ପରିଚାଳନା ପାଇଁ ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ ଅନ୍ୟାନ୍ୟ ଉପଚାର ସହିତ ଦୈନନ୍ଦିନ ଔଷଧ ସେବନ ଉପରେ ନିର୍ଭର କରନ୍ତି । ସେମାନେ ଗଚ୍ଛିତ ରଖିଥିବା ଔଷଧ ଶେଷ ହେବାକୁ ଯାଉଛି ଏବଂ ସେଇ ସମାନ ବ୍ରାଣ୍ଡର ଔଷଧ ସ୍ଥାନୀୟ ଔଷଧ ଦୋକାନରେ ମିଳୁଛି କି ନାହିଁ ବୋଲି ସେମାନଙ୍କ ଚିନ୍ତା ବଢ଼ିଯାଇପାରେ ।

ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ କ’ଣ କରିବା ଉଚିତ ?

 ‘ଘରେ ରୁହନ୍ତୁ’ ନୀତିକୁ କଠୋର ଭାବରେ ପାଳନ କରନ୍ତୁ । ଅନ୍ୟମାନଙ୍କଠାରୁ 1-2 ମିଟର ଶାରୀରିକ ଦୂରତା ବଜାୟ ରଖିବା ନିୟମ ପାଳନ କରନ୍ତୁ ଏବଂ ଆପଣଙ୍କୁ ଦେଖା କରିବାକୁ ଆସୁଥିବା ବ୍ୟକ୍ତିମାନେ ଯେପରି ଏହି ନିରାପଦ ଦୂରତା ବଜାୟ ରଖନ୍ତି ତାହା ଦେଖି ନିଅନ୍ତୁ । ଏମିତି କି ଔଷଧପତ୍ର କିମ୍ବା ତେଜରାତି ଜିନିଷ ଆଣିବା ଲାଗି ଘରର ଅନ୍ୟ କେହି ସଦସ୍ୟ କିମ୍ବା ପଡ଼ୋଶୀ କିମ୍ବା ସୁରକ୍ଷା କର୍ମୀ ଯିବା ହିଁ ଭଲ ।

 ନିଶ୍ଚିତ କରି ନିଅନ୍ତୁ ଯେ, କେବଳ ଡାଏବେଟିସ ପୀଡ଼ିତ ବ୍ୟକ୍ତି ନୁହଁନ୍ତି, ବରଂ ଘରର ସମସ୍ତ ଲୋକ ବାରମ୍ବାର ସାବୁନ ଓ ପାଣିରେ ହାତ ଧୋଇବାର ସ୍ବାସ୍ଥ୍ୟରକ୍ଷା ନୀତି ଅନୁସରଣ କରୁଛନ୍ତି ।

 ପୂର୍ବରୁ ସେବନ କରୁଥିବା ସମସ୍ତ ଔଷଧପତ୍ର ସେବନକୁ ନିଶ୍ଚିତ ଭାବରେ ଅବ୍ୟାହତ ରଖନ୍ତୁ । ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ କୌଣସି ଔଷଧ ସେବନ ବନ୍ଦ କରନ୍ତୁ ନାହିଁ କି ନିଜେ ନିଜେ ନିର୍ଦ୍ଧାରିତ ମାତ୍ରା କମ କରନ୍ତୁ ନାହିଁ । ଯଦି ଆପଣ ରକ୍ତଚାପ ହ୍ରାସ କରିବା ଲାଗି କୌଣସି ଔଷଧ ବା ଆସ୍ପିରିନ ଇତ୍ୟାଦି ସେବନ କରୁଛନ୍ତି, ତେବେ ସେଗୁଡ଼ିକୁ ପୂର୍ବଭଳି ସେଇ ସମାନ ମାତ୍ରାରେ ସେବନ କରିବା ଅବ୍ୟାହତ ରଖନ୍ତୁ ।

 ଡାଏବେଟିସ ପାଇଁ ଆପଣ ସେବନ କରୁଥିବା ଔଷଧକୁ 3-4 ସପ୍ତାହ ପାଇଁ ଗଚ୍ଛିତ କରି ରଖନ୍ତୁ । ଯେପରିକି ଡାଏବେଟିସ ନିୟନ୍ତ୍ରଣ କରିବା ଲାଗି ଆପଣଙ୍କର ଅତ୍ୟାବଶ୍ୟକ ଔଷଧପତ୍ର ସରି ନଯାଏ ।

 ଆପଣଙ୍କ ପାଖରେ ଗଚ୍ଛିତ ଔଷଧ ଉପରେ ନଜର ରଖନ୍ତୁ ଏବଂ ଗୋଟିଏ ସପ୍ତାହ ପାଇଁ ଔଷଧ ହାତରେ ଥିବା ସମୟରେ ହିଁ ପୁଣି ଔଷଧ କିଣିବାର ବ୍ୟବସ୍ଥା କରନ୍ତୁ । ଲକଡାଉନ ସମୟରେ ଇନସୁଲିନ କିମ୍ବା ମେଟଫର୍ମିନେ ଭଳି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଔଷଧ ହୁଏତ ମିଳି ନପାରେ । ଯେଉଁ ଔଷଧ ବିକ୍ରେତାଙ୍କ ନିକଟରୁ ଆପଣ ନିୟମିତ ଔଷଧ ଆଣୁଛନ୍ତି, ତାଙ୍କ ସହ କଥାବାର୍ତ୍ତା କରି ଆପଣ ବ୍ୟବହାର କରିବା ଭଳି କେଉଁ ବିକଳ୍ପ ଔଷଧ ରହିଛି ପଚାରି ନିଅନ୍ତୁ । ଆପଣଙ୍କ ଡାକ୍ତରଙ୍କୁ ଫୋନ କରି କେଉଁ ବିକଳ୍ପ ଔଷଧ ଆପଣ ସେବନ କରିପାରିବେ ତାହା ପଚାରି ବୁଝନ୍ତୁ । ମନେ ରଖନ୍ତୁ ଯେ, ଆପଣଙ୍କୁ ଅଲଗା ବ୍ରାଣ୍ଡର ଔଷଧ କିଣିବାକୁ ପଡୁଥିଲେ ହେଁ ନିୟମିତ ଭାବେ ଡାଏବେଟିସ ନିୟନ୍ତ୍ରଣକାରୀ ଔଷଧ ସେବନ ଗୁରୁତ୍ବପୂର୍ଣ୍ଣ କଥା ।

 ଆପଣଙ୍କ ଭୋଜନ ପୂର୍ବ ଭଳି ରହିବା ଉଚିତ । ଦିନକୁ ତିନି ଥର ଭୋଜନ କରିବା ପରିବର୍ତ୍ତେ ନିୟମିତ ବ୍ୟବଧାନରେ ଅଳ୍ପ ପରିମାଣର ଖାଦ୍ୟ ବାରମ୍ବାର ଖାଇବା ଭଲ । ପାଗ ବଦଳିବା ସହିତ ଗରମ ଓ ଶୁଷ୍କତା ବଢୁଥିବାରୁ ଆପଣ ପ୍ରଚୁର ପରିମାଣର ପାଣି ପିଇବା ଉଚିତ ।

 ଆପଣ ଯଦି ଘରେ ନିୟମିତ ବ୍ଲଡ୍‌ ସୁଗାର ପରୀକ୍ଷା କରୁଛନ୍ତି, ତେବେ ତାହା ଅବ୍ୟାହତ ରଖନ୍ତୁ । ଆପଣଙ୍କର ସମସ୍ତ ନିୟମିତ ଶାରୀରିକ କ୍ରିୟା ସଂପାଦିତ ହେଉ ନଥିବାରୁ. ହୁଏତ ଏବେ ଅଧିକ ଥର ପରୀକ୍ଷା କରିବା ଆବଶ୍ୟକ ହୋଇପାରେ ।

 ସୁଗାର ସ୍ତର ବୃଦ୍ଧି (ହାଇପରଗ୍ଲାଇକାମିଆ)ର ସଂକେତ ପ୍ରତି ସଚେତନ ରହନ୍ତୁ । ଏହାର ଲକ୍ଷଣରେ ରହିଛି ସ୍ବାଭାବିକତା ତୁଳନାରେ ଅଧିକ ଥର ପରିସ୍ରା କରିବା (ବିଶେଷତଃ ରାତିରେ), ଖୁବ ଶୋଷ ଲାଗିବା, ମୁଣ୍ଡବିନ୍ଧା କ୍ଲାନ୍ତି ଏବଂ ଅଳସ ଲାଗିବା ।

 ଆପଣଙ୍କର ନିୟମିତ ଡାଏବେଟିସ ପରୀକ୍ଷଣ ପାଇଁ କିମ୍ବା କୌଣସି ବାକି ଥିବା ଡାକ୍ତରୀ ପରୀକ୍ଷା ପାଇଁ ଆପଣ ସବୁବେଳେ ଯାଉଥିବା ହସ୍ପିଟାଲ କିମ୍ବା କ୍ଲିନିକକୁ ଏବେ ଯିବା ଉଚିତ ନୁହେଁ । ଆପଣ ବାହାରକୁ ବାହାରିବା ନିରାପଦ ବୋଲି କୁହାଯିବା ପର୍ଯ୍ୟନ୍ତ ଏହାକୁ ରୋକିହେବ ।

 ଘରେ ରହିବାର ଅର୍ଥ ନୁହେଁ ଯେ ଆପଣ ଆପଣଙ୍କର ନିତିଦିନିଆ ବ୍ୟାୟାମ ବନ୍ଦ କରିଦେବେ । ଆପଣ ହୁଏତ ସନ୍ଧ୍ୟା ଭ୍ରମଣରେ ବାହାରକୁ ବାହାରି ପାରନ୍ତି ନାହିଁ, କିନ୍ତୁ ଘର ଭିତରେ ଚଲାବୁଲା କରିବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ । ଦିନକୁ 4 ଥର 400-500 ମିଟର ଚାଲିବା 1.5-2 କିଲୋମିଟର ଚାଲିବା ସହ ସମାନ ହେବ । ହାତଗୋଡ଼ ଲମ୍ବେଇବା ଏବଂ ନଇଁବା ଭଳି ବ୍ୟାୟାମ କରାଯାଇପାରେ । ଗୋଟିଏ ଜାଗାରେ ବେଶି ସମୟ ପାଇଁ ବସି ରହନ୍ତୁ ନାହିଁ । 45-60 ମିନିଟ୍‌ ବସିଲା ପରେ ଉଠି ଯାଆନ୍ତୁ ଏବଂ ଚଲାବୁଲା କରନ୍ତୁ । ଏମିତି କି ବସିଥିବା ବେଳେ ବି ଆପଣଙ୍କ ପାଦ ଓ ହାତକୁ ବୁଲାନ୍ତୁ, ଯାହା ଫଳରେ ଜଡ଼ତା ହ୍ରାସ ପାଇବ ।

 ଘରେ ଆପଣଙ୍କ ପୁଅଝିଅ, ନାତିନାତୁଣୀ ବା ନିଜର ସାଙ୍ଗସାଥୀମାନଙ୍କ ସହିତ ସବୁ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ । ହୁଏତ ଏହା ତାସ୍‌ ଖେଳ କିମ୍ବା କ୍ୟାରମ୍‌, ଲୁଡୋ, ସାପ-ସିଡି଼ ଇତ୍ୟାଦି ଭଳି ବୋର୍ଡ ଗେମ ହୋଇପାରେ । ପରିବାରର ସବୁ ସଦସ୍ୟଙ୍କୁ ବାନ୍ଧି ରଖିଲା ଭଳି ପୁରୁଣା ଦିନର କାହାଣୀ କହିବା କିମ୍ବା କେବଳ ଗପସପ ବି ମନୋରଞ୍ଜକ ହୋଇପାରେ ।

 ଯଦି ଘରେ କାହାରିକୁ କୋଭିଡ-19 ସଂକ୍ରମଣ ହୋଇଥିବା ଜଣାଯାଏ କିମ୍ବା ସନ୍ଦେହ କରାଯାଏ, ତେବେ ସେମାନେ ଆପଣଙ୍କଠାରୁ ଏବଂ ଅନ୍ୟ ସଦସ୍ୟମାନଙ୍କଠାରୁ ଯେପରି ଅଲଗା ହୋଇ ରହନ୍ତି ତାହା ନିଶ୍ଚିତ ରୂପେ ଦେଖନ୍ତୁ ।

ମନେ ରଖନ୍ତୁ, ଡାଏବେଟିସ ପୀଡ଼ିତ ରୋଗୀମାନଙ୍କର ସଂକ୍ରମଣ ସମ୍ଭାବନା ଅନ୍ୟମାନଙ୍କ ସହ ସମାନ । କିନ୍ତୁ ନିଜକୁ କୋଭିଡ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଏହାର ପ୍ରତିରୋଧ ଦିଗରେ ସବୁ ପ୍ରକାର ପରାମର୍ଶକୁ ଦକ୍ଷତାର ସହ ଅନୁସରଣ କରିବା ଗୁରୁତ୍ବପୂର୍ଣ୍ଣ କଥା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.