ମୁମ୍ବାଇ:ଅନ୍ଧବିଶ୍ବାସ ଯେ ମଣିଷକୁ ଏତେ କ୍ରୁର, ଅମାନବିକତା କରିପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର କୋଲାବାର ଅଞ୍ଚଳରେ । ଜଣେ ବ୍ୟକ୍ତି ଅନ୍ଧବିଶ୍ବାସର ବଶବତୀ ହୋଇ ନିଜ ବନ୍ଧୁଙ୍କ 3 ବର୍ଷୀୟ ଶିଶୁ କନ୍ୟାକୁ 7 ମହଲାରୁ ଫୋପାଡି ହତ୍ୟା କରିଥିବା ଜଣାପଡିଛି ।
ବରିଷ୍ଠ ପୋଲିସ ଅଧିକାରୀ ଶିବାଜୀ ଫଦାରେଙ୍କ ଅନୁଯାୟୀ , ପୋଲିସକୁ ଉକ୍ତ ବ୍ୟକ୍ତିଙ୍କ ଏକ ଡାଏରୀ ମିଳିଥିଲା । ଯେଉଁଥିରେ ଲେଖାଥିଲା ଯଦି ସେ 2 ଜଣଙ୍କୁ ବଳି ଦେଉଛନ୍ତି ତେବେ ତାଙ୍କ ଜୀବନର ସମସ୍ତ ସମସ୍ୟାକୁ ଦୂର ହେବ । ଯାହା ତାଙ୍କୁ ଜଣେ ମହିଳା କହିଥିଲେ ।
ଏହାପରେ ସେ ଗତ ସେପ୍ଟେମ୍ବର 7 ତାରିଖ ସନ୍ଧ୍ୟା ପ୍ରାୟ 7.30 ରେ ନିଜ ବନ୍ଧୁଙ୍କ ଦୁଇ ଜଣ ପିଲାଙ୍କୁ ଘରକୁ ଡାକିଥିଲା । ଏହାପରେ ସେମାନଙ୍କ ମଧ୍ୟରୁ ଜଣେ 3 ବର୍ଷୀୟ ଶିଶିକନ୍ୟାକୁ 7 ମହଲାରୁ ଫୋପାଡି ଦେଇଥିଲେ । ତେବେ ଏହି ଘଟଣାରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି ।
ପୋଲିସ ଖବର ପାଇ ଅଭିଯୁକ୍ତ ଅନିଲ ଚୌକନୀକୁ ଗିରଫ କରିଥିବା ବେଳେ ଗତ ରବିବାର କୋର୍ଟ ଚାଲାଣ କରି ଅଭିଯୁକ୍ତକୁ 5 ଦିନ ରିମାଣ୍ଡରେ ନେଇଛି । ଏପଟେ ଅଭିଯୁକ୍ତ ଏହି ଅଭିଯୋଗକୁ ଖଣ୍ଡନ କରିଛି ।