ହାଇଦ୍ରାବାଦ:ତେଲେଙ୍ଗାନା ବିଧାନସଭାକୁ ଯାଇଥିବା ରାସ୍ତାରେ ଜଣେ ବେସରକାରୀ ଚାକିରିଆ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଛି । ବ୍ୟକ୍ତି ଜଣଙ୍କ ନବିନ୍ଦ୍ର ଭାରତୀ ନିକଟ ତେଲେଙ୍ଗାନା ବିଧାନସଭା ଆଡକୁ ଯାଇଥିବା ରାସ୍ତା ଉପରେ ନିଜ ଦେହରେ କିରୋସିନ ନିଆଁ ଲଗାଇଦେଇଥିଲା । ତେବେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସକର୍ମୀ ସଙ୍ଗେସଙ୍ଗେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି ।
ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ ମେହବୁବ ନଗର କଡଥାଲ ଗାଁର ବୋଲି ଜଣାପଡିଛି । ତେବେ ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ବାରମ୍ବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ନ୍ୟାୟ ଭିକ୍ଷା କରୁଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି ।