ETV Bharat / bharat

ଏକତରଫା ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ହାଣି ହତ୍ୟା କଲା ଯୁବକ - ଯୁବତୀଙ୍କୁ ହାଣି ହତ୍ୟା

ଉତ୍ତରପ୍ରଦେଶର ଜଲାଲପୁର ଥାନା ନିକଟସ୍ଥ ନିବାଦା ଗ୍ରାମରେ ଜଣେ ପ୍ରେମିକ ଏକ ଯୁବତୀଙ୍କୁ କୁରାଢୀରେ ହାଣି ହତ୍ୟା କରିଛି ।

murder
ଏକତରଫା ପ୍ରେମର ବିଫଳ ହୋଇ ଯୁବତୀଙ୍କୁ ହାଣି ହତ୍ୟା କଲା ଯୁବକ
author img

By

Published : May 27, 2020, 3:22 PM IST

ଲକ୍ଷ୍ନୌ: କୋରୋନା ମହାମାରୀକୁ ନେଇ ଦେଶରେ ଲକଡାଉନ ଲାଗୁ ହୋଇଛି । ଏହାମଧ୍ୟରେ ଦେଶରେ ଅପରାଧ ହାର ମଧ୍ୟ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶର ଜଲାଲପୁର ଥାନା ନିକଟସ୍ଥ ନିବାଦା ଗ୍ରାମରେ ଜଣେ ପ୍ରେମିକ ଏକ ଯୁବତୀଙ୍କୁ କୁରାଢୀରେ ହାଣି ହତ୍ୟା କରିଛି ।

ଏକତରଫା ପ୍ରେମର ବିଫଳ ହୋଇ ଯୁବତୀଙ୍କୁ ହାଣି ହତ୍ୟା କଲା ଯୁବକ

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଦନପଦ ଗ୍ରାମର ଜଣେ ଯୁବକ ଜଲାଲପୁରର ନେବାଦା ଗ୍ରାମର ନିଜ ଭାଉଜଙ୍କ ଉଉଣୀ ହାରି କାଞ୍ଚନ ନାମକ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ସେ ହାରିଙ୍କୁ ପ୍ରେମ ନିବେଦନ କରି ବିବାହ କରିବାକୁ ଚାହୁଁଥିଲେ ।

ମାତ୍ର ହାରି କାଞ୍ଚନ ଯୁବକଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହାମଧ୍ୟରେ ହାରି କାଞ୍ଚନଙ୍କ ବିବାହ ଅନ୍ୟ ସ୍ଥାନରେ ସ୍ଥିର କରାଯାଇଥିଲା । ଏହି ଖବର ଯୁବକ ଜଣଙ୍କ ଜାଣିବା ପରେ ସେ ରାଗରେ କ୍ରୋଧିତ ହୋଇଥିଲେ ।

ଏହାପରେ ହାରି କାଞ୍ଚନ ଓ ତାଙ୍କ ପରିବାର ଲୋକ ଶୋଇଥିବା ବେଳେ ଯୁବକ ଜଣଙ୍କ କୁରାଢୀରେ ହାରିଙ୍କୁ ହାଣିଥିଲେ । ହାରିଙ୍କ ଚିତ୍କାର ଶୁଣି ପଡୋଶୀ ସେଠାରେ ପହଞ୍ଚିଥିଲେ । ମାତ୍ର ସେତେବେଳେ ସେଠାରୁ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ । ହାରିଙ୍କୁ ଗୁରୁତର ଅବସ୍ଥାରେ ପଡୋଶୀ ନିକଟସ୍ଥ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.