ETV Bharat / bharat

ମଦ ପାଇଁ ସ୍ତ୍ରୀକୁ ମାରିଦେଲା ସ୍ବାମୀ

author img

By

Published : May 8, 2020, 12:09 PM IST

ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଟଙ୍କା ନ ଦେବାରୁ କଲା ହତ୍ୟା । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

Man kills wife for refusing money to buy liquor
ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଲକ୍ଷ୍ନୌ: ମଦ ପାଇଁ ଗଲା ସ୍ତ୍ରୀର ଜୀବନ । ମଦୁଆ ସ୍ବାମୀ ମଦ ପିଇବା ପାଇଁ ପଇସା ମାଗିଲା ହେଲେ, ସ୍ତ୍ରୀ ନ ଦେବାରୁ ହତ୍ୟା କଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦ ଜିଲ୍ଲାର ବାମରୁଲିଆ ଗାଁରେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, 6 ବର୍ଷ ତଳେ ପ୍ରଶାନ୍ତ ଲକ୍ଷ୍ମୀଦେବୀଙ୍କୁ ବିବାହ କରିଥିଲେ । ଆଉ ତାଙ୍କର 5 ବର୍ଷର ଗୋଟିଏ ପୁଅ ଓ 3ବର୍ଷର ଗୋଟିଏ ଝିଅ ମଧ୍ୟ ରହିଛି । ହେଲେ ପ୍ରଶାନ୍ତ ଜଣେ ନିଶାଡି ହୋଇଥିବାରୁ ପ୍ରତ୍ୟକ ଦିନ ମଦ ପିଇବା ପାଇଁ ନିଜ ସ୍ତ୍ରୀକୁ ଟଙ୍କା ମାଗନ୍ତି। ସ୍ତ୍ରୀ ଟଙ୍କା ନ ଦେବାରୁ ତାଙ୍କୁ ମାରଧର ବି କରନ୍ତି । ହେଲେ, ଗୁରୁବାର ପ୍ରଶାନ୍ତ ପତ୍ନୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ପଇସା ନ ଦେବାରୁ ପାଖରେ ଥିବା ଅଳଙ୍କାରକୁ ମଧ୍ୟ ମାଗିଥିଲେ । ହେଲେ ସେ ନ ଦେବାରୁ ତାଙ୍କୁ ମାଡ ମାରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନଓ୍ବାବଗଞ୍ଜ ଥାନା ଅଧିକାରୀ କହିଛନ୍ତି ।

ସୌଜନ୍ୟ @ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.