ETV Bharat / bharat

ପତ୍ନୀ ସମେତ 3 ଶିଶୁଙ୍କୁ ନିର୍ମମ ହତ୍ୟା, ଶାଳକଙ୍କ ପାଖକୁ ପଠାଇଲେ ଭିଡିଓ - engineer

ପତ୍ନୀ ଓ 3 କଅଁଳ ଶିଶୁଙ୍କ ଗଳା କାଟି ହତ୍ୟା କରିଛନ୍ତି ଏହି ନୃଶଂସ ବ୍ୟକ୍ତି । ହେଲେ ଏତିକିରେ ଶେଷ ହୋଇନି ତାଙ୍କର ବର୍ବରତା । ସମସ୍ତଙ୍କୁ ହତ୍ୟା କରିବା ପରେ ଭିଡିଓ କରି ନିଜ ଶାଳକଙ୍କ ପାଖକୁ ପଠାଇଥିଲେ ଅଭିଯୁକ୍ତ । ଏଭଳି ଏକ ବର୍ବର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦରେ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 22, 2019, 12:56 PM IST

Updated : Apr 22, 2019, 1:21 PM IST

ଗାଜିଆବାଦ: ସାତଜନ୍ମର ସାଥି ହୋଇ ରହିବାର ପ୍ରତିଶୃତି ଦେଇଥିଲେ । ହେଲେ ନିଜେ ଜାଣିଶୁଣି ସବୁ କିଛି ମିଛରେ ପରିଣତ କରିଦେଲେ । ନା ସେ ଭଲ ସ୍ବାମୀ ହୋଇ ପାରିଲେ ନା ହିଁ ଭଲ ବାପା । ପତ୍ନୀ ଓ 3 କଅଁଳ ଶିଶୁଙ୍କ ଗଳା କାଟି ହତ୍ୟା କରିଛନ୍ତି ଏହି ନୃଶଂସ ବ୍ୟକ୍ତି । ହେଲେ ଏତିକିରେ ଶେଷ ହୋଇନି ତାଙ୍କର ବର୍ବରତା । ସମସ୍ତଙ୍କୁ ହତ୍ୟା କରିବା ପରେ ଭିଡିଓ ବନାଇ ନିଜ ଶାଳକଙ୍କ ପାଖକୁ ପଠାଇଥିଲେ ଅଭିଯୁକ୍ତ । ଏଭଳି ନୃଶଂସ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦରେ ।

ଗାଜିଆବାଦର ଇନ୍ଦିରାପୁରୀରେ ରହୁଥିବା ଇଞ୍ଜିନିୟର ସୁମିତ କୁମାର ନିଜ ପତ୍ନୀ ଏବଂ ସନ୍ତାନଙ୍କୁ କରିଛନ୍ତି ହତ୍ୟା କରି ପରେ ଶାଳକଙ୍କୁ ଭିଡିଓ ପଠାଇବା ସହ ନିଜେ ଆତ୍ମହତ୍ୟା କରିବା କଥା ମଧ୍ୟ ଜଣାଇଥିଲେ । ସଙ୍ଗେ ସଙ୍ଗେ ଇନ୍ଦିରାପୁରୀ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ସୁମିତ ଫେରାର ହୋଇଯାଇଥିଲେ ।

ତେବେ ସୁମିତ ଏପରି କରିବାର କାରଣ ଜଣାପଡିନାହିଁ । କିନ୍ତୁ ଟେଲିଭିଜନର କୌଣସି ସିରିଏଲକୁ ଦେଖି ସେ ଏପରି ହତ୍ୟା କରିଥିବା ଜଣାପଡିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Intro:Body:Conclusion:
Last Updated : Apr 22, 2019, 1:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.