ଲକ୍ଷ୍ନୌ: ଟ୍ରିପଲ ତଲାକ ଏବେ ଦେଶରେ ସବୁ ମହଲେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଏହାକୁ ନେଇ ଦେଶର ରାଜନୀତି ପାଣିପାଗ ମଧ୍ୟ ଅଧିକାଂଶ ସମୟ ଉଷ୍ମତା ପ୍ରକାଶ ପାଇଛି । ଏପରି ସ୍ଥଳେ ଟ୍ରିପଲ ତଲାକକୁ ନେଇ ଏକ ଅଭାବନୀୟ ଘଟଣାଦେଖିବାକୁ ମିଳିଛି । ଲକ୍ଷ୍ନୌରେ ଜଣେ ମହିଳାଙ୍କ ସ୍ବାମୀ ମଦନିଶାରେ ତଲାକ ତଲାକ ତଲାକ କହିବା ପରେ ଘଟିଛି ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇଛି ।
ଆଉ ଏହି ଘଟଣା ପରେ ତଲାକ ପାଇଥିବା ପତ୍ନୀ ନିଜ ସ୍ୱୀମୀଙ୍କ ବନ୍ଧୁ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ । ଯେତେବେଳେ ମହିଳାଙ୍କ ସ୍ୱାମୀ ତାଙ୍କୁ ତଲାକ ଦେଇଥିଲେ ସେ ନିଶାରେ ଥିଲେ । ନିଶା ଉତୁରିବା ପରେ ସେ ନିଜ ଭୁଲକୁ ହୃଦୟଙ୍ଗମ କରି ପାରିଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା, ତାଙ୍କ ପତ୍ନୀ ଆଉ ଜଣଙ୍କ ସହ ରହିବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ । ତେଣୁ ସେ ସ୍ୱାମୀଙ୍କ ସହ ରହିବାକୁ ମନା କରିଦେଇଥିଲେ । ଏହାପରେ ମାମଲା ଯାଇ ପହଁଞ୍ଚିଥିଲା ପୋଲିସ ପାଖରେ ।
ସୂଚନା ଅନୁଯାୟୀ ଲକ୍ଷ୍ନୌର ଚିନହଟରେ ରହୁଥିବା ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଆରିଫ ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ । କେବଳ 8 ମାସ ଆଗରୁ ତାଙ୍କ ବାହାଘର ହୋଇଥିଲା । ବାହାଘର ପରେ ପ୍ରତିଦିନ ତାଙ୍କ ସ୍ୱାମୀ ମଦ ପିଇ ଆସି ତାଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ କରୁଥିଲେ । ତେବେ ଯେଉଁଦିନ ମଦ ନିଶାରେ ସ୍ୱାମୀ ତାଙ୍କୁ ତଲାକ ଦେଲେ ସେ ସ୍ୱାମୀଙ୍କ ବନ୍ଧୁ ଅଲୀଙ୍କ ସହ ରହିବାକୁ ନିଷ୍ପତ୍ତି ନେଲେ । ଅଲୀଙ୍କୁ ବିବାହ କରିବା ପାଇଁ ମହିଳା ଜଣକ ମଙ୍ଗଳବାର ଚିନହଟର ମସଜିଦକୁ ଯାଇଥିବା ବେଳେ ଆରିଫ ସେଠାରେ ପହଁଞ୍ଚି ହଙ୍ଗାମା କରିଥିଲେ । ଏହା ପରେ ପୋଲିସ ସେଠାରେ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।