ETV Bharat / bharat

ଅମାନିଆ ବାପାକୁ ବୁଝାଇ ନପାରି ଥାନାକୁ ଗଲା ପୁଅ

ପ୍ରତ୍ୟେକ ପିଲା ନିଜ ବାପା ମାଆଙ୍କୁ ଦୁନିଆରେ ଅଧିକ ଭଲ ପାଇଥାନ୍ତି ଏବଂ ତାଙ୍କ ପାଇଁ ସେମାନେ କିଛି ବି କରିଦିଅନ୍ତି । ହେଲେ ଏହି ଲକଡାଉନ ସମୟରେ ବାପା ନିୟମ ନମାନି ବାହାରକୁ ଯାଉଥିବା ହେତୁ ବାପାଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି ପୁଅ । ଅଧିକ ପଢନ୍ତୁ...

author img

By

Published : Apr 3, 2020, 3:33 PM IST

ଅମାନିଆ ବାପାକୁ ବୁଝାଇ ନପାରି ଥାନାକୁ ଗଲା ପୁଅ
ଅମାନିଆ ବାପାକୁ ବୁଝାଇ ନପାରି ଥାନାକୁ ଗଲା ପୁଅ

ନୂଆଦିଲ୍ଲୀ: 21 ଦିନ ପାଇଁ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଛି । ଅତି ଆବଶ୍ୟକ ନଥିଲେ ଘରୁ ପଦାକୁ ଗୋଡ କାଢିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଲୋକେ ନିୟମ ମାନୁନାହନ୍ତି । ଏଥିପାଇଁ 24 ଘଣ୍ଟା ପଇଁତରା ମାରୁଛି ପୋଲିସ । ତେବେ ଏତିକି ବେଳେ ଏକ ରୋଚକମୟ ଘଟଣା ସାମନାକୁ ଆସିଛି । ଜଣେ 30 ବର୍ଷୀୟ ଯୁବକ ନିଜ ବାପାଙ୍କ ନାଁରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀର ବସନ୍ତ କୁଞ୍ଜରେ ବାସ କରୁଥିବା ଜଣେ ଯୁବକ ନିଜ ବାପାଙ୍କ ନାଁରେ ଅଭିଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଥାନାକୁ ଯାଇ ଏକ ମାମଲା ରୁଜୁ କରିବା ସହ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଲକଡାଉନ ନିୟମ ନମାନି ତାଙ୍କ ବାପା ପ୍ରତ୍ୟେକ ଦିନ ଘରୁ ବାହାରକୁ ଯାଉଛନ୍ତି । ଯେତେ ବୁଝାଇଲେ ବି ବୁଝୁନାହାନ୍ତି । ମହାମାରୀ କୋରୋନା ଭାଇରସରେ ସାଧାରଣତଃ ବୟସ୍କ ଲୋକ ଅଧିକ ଆକ୍ରାନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ନିଜ ବାପା ନାଁରେ ଅଭିଯୋଗ କରିଥିବା ଯୁବକ କହିଛନ୍ତି ।

ଦିଲ୍ଲୀ ପୋଲିସ ମଧ୍ୟ ଅଭିଯୋଗ ପତ୍ର ଗ୍ରହଣ କରି ମାମଲା ରୁଜୁ କରିଥିବା ଜଣାପଡିଛି । ସେପଟେ ଦିଲ୍ଲୀ ପୋଲିସ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଥିବା ଖବର ସାମନାକୁ ଆସୁଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.