ଲକ୍ଷ୍ନୌ: ଶ୍ରମିକ ସ୍ପେଶାଲ ଟ୍ରେନରେ ମିଳିଲା ମୃତଦେହ । ଗୁଜୁରାଟରୁ ଲକ୍ଷ୍ନୌ ଅଭିମେଖେ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟରୁ ମୃତଦେହ ମିଳିଥିବା ନେଇ ରେଳବାଇ ପୋଲିସ କହିଛି । ସୂଚନା ଅନୁସାରେ, ଯେତେବେଳେ ଟ୍ରେନଟି ଗୁଜୁରାଟରୁ ବାହାରିଲା ରାସ୍ତାରେ କୈଣସି ବ୍ୟକ୍ତି ଅସୁସ୍ଥ ଥିବା ନେଇ କୈଣସି ସୂଚନା ପାଇ ନ ଥିବା ରେଳ ବିଭାଗ ଏସପି ସୌମିତ୍ର ୟାଦବ କହିଛନ୍ତି ।
ଯେତେବେଳେ ଟ୍ରେନଟି, ଲକ୍ଷ୍ନୌରେ ପହଞ୍ଚିଥିବା ଟ୍ରେନ ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ପଡି ଥିବାର ଦେଖିଥିଲା ପୋଲିସ । ପରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ତ ବଳରାମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ରେଳାଇ ଏସପି କହିଛନ୍ତି । ମୃତକ ହେଉଛନ୍ତି ସୀତାପୁର ଅଞ୍ଚଳର କହ୍ନେୟା । ତାଙ୍କ ବସୟ ପାଖାପାଖି 30 ହେବ । ତେବେ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ସୌଜନ୍ୟ @IANS