ETV Bharat / bharat

ରାସ୍ତା ମଝିରେ ଛିଙ୍କିବା ପଡିଲା ମହଙ୍ଗା, ମାଡ ଖାଇଲେ ବାଇକ ଆରୋହୀ - ରାସ୍ତା ମଝିରେ ଛିଙ୍କିବା ପଡିଲା ମହଙ୍ଗା

ରାସ୍ତା ମଝିରେ ଛିଙ୍କିବା ପଡିଲା ମହଙ୍ଗା । ରାସ୍ତା ମଝିରେ ଲୋକଙ୍କ ଠାରୁ ଛେଚା ଖାଇଲେ ବାଇକ ଆରୋହୀ । ଅଧିକ ପଢନ୍ତୁ...

Man beaten up by public for sneezing in road
ପ୍ରତିକାତ୍ମକ ଫଟୋ
author img

By

Published : Mar 20, 2020, 12:43 PM IST

ମୁମ୍ବାଇ: କୋରୋନା ଜାଲରେ ମହାରାଷ୍ଟ୍ର । ରାଜ୍ୟର ବିଭିନ୍ନ ସହରକୁ ବ୍ୟାପିଚାଲିଛି ଏହି ଭୂତାଣୁ । ବର୍ତ୍ତମାନସୁଦ୍ଧା ଏଥିରେ 52 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ତେଣୁ ଲୋକଙ୍କ ମନରେ ଭରି ରହିଛି ଭୟ । ଫଳରେ କୋହ୍ଲାପୁରେ ଘଟିଛି ଏକ ଅଜବ ଘଟଣା । ଜଣେ ବାଇକ ଚାଳକଙ୍କୁ ଘୋଷାଡି ଘୋଷାଡି ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

କାରଣ ସର୍ବସାଧାରଣ ସ୍ଥାନରେ ସେ ଛିଙ୍କି ଦେଲେ । କୋହ୍ଲାପୁର ଗୁଜାରୀ ଅଞ୍ଚଳରେ ଘଟିଛି ଏହି ଘଟଣା । ଘଟଣାର ସମସ୍ତ ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭିରେ କଏଦ ହୋଇରହିଛି । ବ୍ୟକ୍ତି ଜଣକ ରାସ୍ତାରେ ଯାଉଥିବା ବେଳେ ହଠାତ ଛିଙ୍କି ଦେଇଥିଲେ। ଫଳରେ ତାଙ୍କୁ ଅନ୍ୟ ଜଣେ ପଥଚାରୀ ଅଟକାଇ ବିନା ରୁମାଲରେ କାହିଁକି ଛିଙ୍କିଲେ ବୋଲି ପ୍ରଶ୍ନ କରିଥିଲେ ।

ଏହାପରେ ବ୍ୟକ୍ତିଙ୍କ ସହ କିଛି ଲୋକଙ୍କ ହାତାହାତି ହୋଇଥିଲେ । ଛିଙ୍କିବା ଦ୍ବାରା କୋରୋନା ବ୍ୟାପୁଥିବା ନେଇ ଲୋକଙ୍କ ଭିତରେ ଥିବା ଭୟ ଯୋଗୁଁ ଏପରି ଘଟଣା ସାମନାକୁ ଆସୁଛି । ରାସ୍ତା ମଝିରେ ଏପରି ଘଟଣା ପରେ କିଛି ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.