ETV Bharat / bharat

ବିବାହିତା ନାରୀଙ୍କୁ ପ୍ରେମ କରି ଫସିଲେ ଯୁବକ, ଗଛରେ ବାନ୍ଧି ନିର୍ଧୁମ ଛେଚିଲେ ସ୍ବାମୀ - arrest

ବିବାହିତ ମହିଳାଙ୍କ ସହ ପ୍ରେମ କରି ଫେରାର ହୋଇଥିଲେ ଯୁବକ । ଯାହାଫଳରେ ମହିଳାଙ୍କ ସ୍ବାମୀ ଷଡଯନ୍ତ କରି ପ୍ରେମିକ ଜଣକୁ ଆପୋଷ ବୁଝାମଣା ପାଇଁ ଡାକି ନିର୍ଧୁମ ମାରିଥିଲେ । ତେବେ ଖାଲି ପ୍ରେମିକ ନୁହେଁ, ପ୍ରେମିକର ସମ୍ପର୍କୀୟ ଦୁଇ ଭଉଣୀ ବି ଥିଲେ ସାମିଲ ।

ଫଟୋ ସୌଜନ୍ଯ: ଇଟିଭି ଭାରତ ବ୍ୟୁରୋ
author img

By

Published : May 16, 2019, 1:07 PM IST

Updated : May 16, 2019, 2:24 PM IST

ଭୋପାଳ: ମଧ୍ୟପ୍ରଦେଶରେ ଏକ ଅମାନବିକତା କାଣ୍ଡ ଦେଖିବାକୁ ମିଳିଛି । ଏକ ବ୍ୟକ୍ତିଙ୍କ ସମେତ ତାଙ୍କର ଦୁଇ ସମ୍ପର୍କୀୟ ଭଉଣୀଙ୍କୁ ଗଛରେ ବାନ୍ଧି ପିଟିଛନ୍ତି ସ୍ଥାନୀୟ ଲୋକେ । ତେବେ ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଅର୍ଜୁନ କଲୋନୀରେ ।

ଭିଡିଓ ସୌଜନ୍ଯ: ଇଟିଭି ଭାରତ ବ୍ୟୁରୋ

ସୂଚନା ଅନୁଯାୟୀ, ଏଭଳି କାଣ୍ତର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୁକେଶ । ତେବେ ମୁକେଶଙ୍କ ସ୍ତ୍ରୀ ନିଜ ପ୍ରେମିକଙ୍କ ସହ କିଛି ଦିନ ହେବ ଫେରାର ଥିଲେ । ତେଣୁ ଏହି ଘଟଣାକୁ ନେଇ ଦହି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଗତ ମଙ୍ଗଳବାର ସେମାନେ ଧରାପଡିଥିଲେ ।

ଏପଟେ ପ୍ରତିଶୋଧର ନିଆଁରେ ଜଳୁଥିବା ସ୍ବାମୀ ରାକେଶ ନିଜର ସ୍ତ୍ରୀର ପ୍ରେମିକକୁ ପାନେ ଚଖାଇବା ପାଇଁ ଚକ୍ରାନ୍ତ ଚଳାଇଥିଲା । ତେଣୁ ସେ ମିଛ କହି ନିଜ ସ୍ତ୍ରୀର ପ୍ରେମିକକୁ ଆପସ ବୁଝାମଣା ପାଇଁ ଅର୍ଜୁନ କଲୋନୀ ଡକାଇଥିଲେ ।

ତେବେ ଏହାପରେ ବ୍ୟକ୍ତି ନିଜର ଦୁଇ ସମ୍ପର୍କୀୟ ଭଉଣୀଙ୍କ ସହ ଅର୍ଜୁନ କଲୋନୀ ପହଁଞ୍ଚିଥିଲେ । ତେବେ ସେମାନେ ଆସିବା ପରେ ରାକେଶ ସେମାନଙ୍କୁ ଗଛରେ ବାନ୍ଧି ଅତି ନୃଶଂସ ଭାବରେ ପିଟି ଚାଲିଥିଲେ । ତେବେ ଦୁଇ ସମ୍ପର୍କାୟ ଭଉଣୀଙ୍କୁ ମାରିବାର କାରଣ ଥିଲା ଯେ ସେମାନେ ଏମାନଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିଲେ । ନୃଶଂସ ରାକେଶ ଏମାନଙ୍କୁ ପିଟିବା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହି ଦୃଶ୍ୟର ମଜା ଉଠାଉଥିବା ସହ କିଛି ଲୋକ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ତେବେ ପୋଲିସ ଏହି ଘଟଣାକୁ ନେଇ 9 ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି ଓ 4 ଜଣ ଫେରାର ଅଛନ୍ତି । ଏହାଛଡା ପୋକ୍ସୋ ଆଧାରରେ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ ହୋଇଛି । ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Intro:Body:

FGH

Conclusion:
Last Updated : May 16, 2019, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.