ନୂଆଦିଲ୍ଲୀ: ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବ୍ୟକ୍ତି । ଶନିବାର ଜଣେ ବ୍ୟକ୍ତି ଦିଲ୍ଲୀର ଦିଲଶାଦ ଗାର୍ଡେନ ନିକଟରେ ଥିବା ତାଙ୍କ ବାସଭବନ ବାହାରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ମନୀଷ ତାନେଜା ବୋଲି ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ, ସିମାପୁରୀରେ ମନୀଷ ତାନେଜା କାରରେ ନିଜକୁ ଗୁଳି କରିଥିବା ପୋଲିସକୁ ସୂଚନା ମିଳିଥିଲା । ଖବର ପାଇ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେଉଁଠାରେ ପୋଲିସ ତାଙ୍କୁ କାର ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।
ଏହାପରେ ପୋଲିସ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛନ୍ତି । ଘଟଣାସ୍ଥଳରୁ କୌଣସ୍ ସୁସାଇଡ ନୋଟ ଜବତ କରାଯାଇନାହିଁ । ଏପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।