ETV Bharat / bharat

କୋରୋନାରେ ମୃତ ଘୋଷିତ ବୃଦ୍ଧ, ଶ୍ରାଦ୍ଧର ଦିନକ ପୂର୍ବରୁ ଘରକୁ ଫେରିଲେ - କୋରୋନା ଆକ୍ରାନ୍ତଙ୍କ ମୃ୍ତ୍ୟୁ ଖବର

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ କୋରୋନାରେ ମୃତ ବୃଦ୍ଧ ଘରକୁ ଫେରିଲେ। ଏ ଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଘରେ ସମସ୍ତେ ଦୁଃଖରେ ମ୍ରିୟମାଣ ଥିବାବେଳେ କିନ୍ତୁ ଶ୍ରାଦ୍ଧର ଦିନକ ପୂର୍ବରୁ ଘରକୁ ଫେରିଲେ । ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ରିପୋର୍ଟ କରିଛି । ଅନ୍ତିମ ସତ୍କାର ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ...

covid19 patient
କୋରୋନାରେ ମୃତ ଘୋଷିତ ବୃଦ୍ଧ, ଶ୍ରାଦ୍ଧର ଦିନକ ପୂର୍ବରୁ ଘରକୁ ଫେରିଲେ
author img

By

Published : Nov 22, 2020, 2:57 AM IST

Updated : Nov 22, 2020, 10:20 AM IST

କୋଲକାତା: ଘରକୁ ଫେରିଲେ ମୃତ କୋରୋନା ଆକ୍ରାନ୍ତ । ଶ୍ରାଦ୍ଧ ପାଇଁ ସମସ୍ତ କାର୍ଯ୍ୟ ସରିଥିବାବେଳେ ଦିନକ ପୂର୍ବରୁ ଘରକୁ ଫେରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ ବିଦ୍ୟାସାଗର ସରାନୀ ଅଞ୍ଚଳରେ ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କୋରୋନାରେ ମୃତ ବୃଦ୍ଧ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଆସିଛନ୍ତି । ବିଦ୍ୟାସାଗର ସରାନୀ ଅଞ୍ଚଳର ଶିବଦାସ ବାନାର୍ଜୀ (75) କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ନଭେମ୍ବର 11 ତାରିଖ ଦିନ ଜିଏମଆରସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ 13 ତାରିଖ ଦିନ ମେଡିକାଲ କର୍ତ୍ତୁପକ୍ଷ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମୃତଦେହକୁ ଘର ଲୋକଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ କୃତ୍ୟ ମଧ୍ୟ କରାଯାଇଥିଲା । ହସ୍ପିଟାଲ ଦ୍ବାରା ମୃତ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା ।

କୋରୋନାରେ ମୃତ ଘୋଷିତ ବୃଦ୍ଧ

ହିନ୍ଦୁ ପରମ୍ପରା ଅନୁଯାୟୀ ମୃତ ବ୍ୟକ୍ତଙ୍କୁ ସମସ୍ତ କ୍ରିୟା କର୍ମ କରିନ୍ତି । ଏହି ସମୟରେ ପରିବାର ଲୋକେ ମୃତ ବ୍ୟକ୍ତିଙ୍କ ସମସ୍ତ ପ୍ରକାର ଶ୍ରାଦ୍ଧ କାର୍ଯ୍ୟ କରିବାକୁ ପ୍ରସ୍ତୁତ କରିଥିଲେ । ରବିବାର ଦିନ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ପାଇଁ ସମସ୍ତ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରିଥିଲେ । ଠିକ ଏହି ସମୟରେ ଶ୍ରାଦ୍ଧ କାର୍ଯ୍ୟ କରାଯାଉଥିବି ବୃଦ୍ଧ ଜୀବନ ଥିବା ଖବର ଆସିଥିଲା । ପରିବାର ଲୋକଙ୍କୁ ମେଡିକାଲରୁ ପୁନର୍ବାର ଏକ ଫୋନ କଲ ଆସିଥିଲା ଏବଂ ଆପଣଙ୍କର ରୋଗୀ ସୁସ୍ଥ ଅଛନ୍ତି ବୋଲି କହିଥିଲେ । ତୁମେ ଆସି ଏହାକୁ ନେଇଯାଅ ବୋଲି କହିଥିଲେ । ଗତକାଲି ଶିବଦାସ ବାନାର୍ଜୀଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆସିଥିଲେ ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ପୂର୍ବରୁ ହସ୍ପିଟାଲ କର୍ତ୍ତୁପକ୍ଷ କାହାର ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ । ଏବଂ ମୃତ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଛି । ଏହି ଘଟଣାକୁ ନେଇ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଅବହେଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ତେବେ ଏଠାରେ ମୃତ ବ୍ୟକ୍ତି କିଏ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 22, 2020, 10:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.