ETV Bharat / bharat

NEET ଓ JEE ପରୀକ୍ଷା ରଦ୍ଦ କରିବାକୁ ମମତାଙ୍କ ଦାବି

author img

By

Published : Aug 24, 2020, 2:13 PM IST

କୋରୋନା ସମୟରେ ସେପ୍ଟେମ୍ବରରେ ହେବାକୁ ଥିବା NEET ଓ JEE ପରୀକ୍ଷା ରଦ୍ଦ କରିବାକୁ ଯୋର ଧରିଛି । ଅଧିକ ପଢନ୍ତୁ...

NEET ଓ JEE ପରୀକ୍ଷା ରଦ୍ଦ କରିବାକୁ ସିଏମ ମମତାଙ୍କ ଦାବି

ନୂଆଦିଲ୍ଲୀ: ଜେଇଇ (JEE) ଓ ନିଟ (NEET) ପରୀକ୍ଷା କରାଯିବା ନେଇ ଶୁଣାଣି କରାଯିବା ପର ଠାରୁ ଏହାକୁ ବିରୋଧ କରି କଂଗ୍ରେସ, ଆପ ବ୍ୟତୀତ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜି ଏହାକୁ ବିରୋଧ କରିଛନ୍ତି । ସିଏମ ଛାତ୍ରଛାତ୍ରୀଙ୍କ ସହ ମିଶି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଛନ୍ତି । ମମତା କହିଛନ୍ତି,'ମୁଁ ପିଏମ ମୋଦିଙ୍କ ସହ ଭିଡିଓ କଲ କରି ଆଲୋଚନା ସମୟରେ ସେପ୍ଟେମ୍ବରରେ ହେବାକୁ ଥିବା ଜେଇଇ ଓ ନିଟ ପରୀକ୍ଷା କୁ ବିରୋଧ କରିଥିଲି'ଏହି ପରୀକ୍ଷାର ଆୟୋଜନରେ ଛାତ୍ରଙ୍କ ଜୀବନ ବିପଦରେ ପଡିବାରେ ।

ଏକ ଟ୍ବିଟ କରି ବାନାର୍ଜୀ ଲେଖିଛନ୍ତି ଯେ, 'NEET, JEE 2020 ସେପ୍ଟେମ୍ବରରେ ଆୟୋଜିତ କରୁଥିବା ଶିକ୍ଷା ମନ୍ତ୍ରାଳୟର ନିଷ୍ପତ୍ତିକୁ ବିରୋଧରେ, ମୁଁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ ପରିସ୍ଥିତି ଅନୁକୂଳ ନହେବା ପର୍ଯ୍ୟନ୍ତ ଏହି ପରୀକ୍ଷା ସ୍ଥଗିତ ରଖିବାକୁ। ଆମର ସମସ୍ତ ଛାତ୍ରଛତ୍ରୀ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ଆମର କର୍ତ୍ତବ୍ୟ'।

ଏହାପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଏବଂ ଆମ ଆଦମୀ ପାର୍ଟି ମଧ୍ୟ ଏହି ପରୀକ୍ଷାକୁ ଦୃଢ ବିରୋଧ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, "ଆଜି ଆମର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସରକାରଙ୍କୁ କିଛି କହୁଛନ୍ତି। NEET, JEE ପରୀକ୍ଷା ବିଷୟରେ ସେମାନଙ୍କ କଥା ଶୁଣିବା ଉଚିତ ଏବଂ ସରକାର ଏହାର ସମାଧାନ ବାହାର କରିବା ଉଚିତ"।

ଏଥି ସହ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ''କେନ୍ଦ୍ର ସରକାର JEE ଏବଂ NEET ପରୀକ୍ଷା ନାମରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି। ମୁଁ କେନ୍ଦ୍ରକୁ ଅନୁରୋଧ କରୁଛି ଯେ ସମଗ୍ର ଦେଶରେ ଏହି ଦୁଇଟି ପରୀକ୍ଷା ତୁରନ୍ତ ବାତିଲ କରନ୍ତୁ ଏବଂ ଚଳିତ ବର୍ଷ ଆଡମିଶନ ପାଇଁ ଏକ ବିକଳ୍ପ ବ୍ୟବସ୍ଥା କରନ୍ତୁ''।

@MamataOfficial
@MamataOfficial

ଏହାପୂର୍ବରୁ ଦେଶର ହଜାର ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାକୁ ବିରୋଧ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏହି ପରୀକ୍ଷା ବାତିଲ କରିବାକୁ ନିବେଦନ କରିଥିଲେ। ମନ୍ତ୍ରଣାଳୟ ପରୀକ୍ଷା ବାତିଲ ନକରିବା ପରେ ଛାତ୍ରମାନେ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ଏହି ପରୀକ୍ଷା ଆସନ୍ତା ମାସ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। NTA ର ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, JEE Mains Exam -2020 1 ସେପ୍ଟେମ୍ବର 2020 ରୁ 6 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । NEET ପ୍ରବେଶିକା ପରୀକ୍ଷା 13 ସେପ୍ଟେମ୍ବର 2020 ରେ ଅନୁଷ୍ଠିତ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.