ETV Bharat / bharat

ଏଣିକି ସ୍ତନ କର୍କଟରୁ ବଞ୍ଚିବା ପାଇଁ କରାନ୍ତୁ ମାମୋଗ୍ରାଫି ସ୍କ୍ରିନିଂ - ମାମୋଗ୍ରାଫି ସ୍କ୍ରିନିଂ

କ୍ୟାନ୍ସର ନାଁ ଶୁଣିଲେ ହିଁ ଭୟରେ ଥରି ଉଠେ ଛାତି । ଯାହାର କେବଳ ଚିନ୍ତା ହିଁ ଜଣଙ୍କୁ ମାନସିକ ଅସୁସ୍ଥ କରିବା ପାଇଁ ଯଥେଷ୍ଟ । ତେବେ କ୍ୟାନ୍ସର ବିଭିନ୍ନ ପ୍ରକାର ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟର ମାତ୍ରା କିଛି କମ ନୁହେଁ । ଏହାର ସମାଧାନ ପାଇଁ ଡାକ୍ତରୀ ବିଜ୍ଞାନ ଆଣିଛି ନୂଆ ପନ୍ଥା ।

breast cancer, cancer, breast cancer among women, mammography screening, health news, ସ୍ତନ କର୍କଟ, କ୍ୟାନ୍ସର, ମହିଳାଙ୍କଠାରେ ସ୍ତନ କର୍କଟ, ମାମୋଗ୍ରାଫି ସ୍କ୍ରିନିଂ, ସ୍ବାସ୍ଥ୍ୟ ଖବର
ଏଣିକି ସ୍ତନ କର୍କଟରୁ ବଞ୍ଚିବା ପାଇଁ କରାନ୍ତୁ ମାମୋଗ୍ରାଫି ସ୍କ୍ରିନିଂ
author img

By

Published : May 12, 2020, 6:39 AM IST

ଲଣ୍ଡନ: କ୍ୟାନ୍ସର ନାଁ ଶୁଣିଲେ ହିଁ ଭୟରେ ଥରି ଉଠେ ଛାତି । ଯାହାର କେବଳ ଚିନ୍ତା ହିଁ ଜଣଙ୍କୁ ମାନସିକ ଅସୁସ୍ଥ କରିବା ପାଇଁ ଯଥେଷ୍ଟ । ତେବେ କ୍ୟାନ୍ସର ବିଭିନ୍ନ ପ୍ରକାର ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟର ମାତ୍ରା କିଛି କମ ନୁହେଁ । ଏହାର ସମାଧାନ ପାଇଁ ଡାକ୍ତରୀ ବିଜ୍ଞାନ ଆଣିଛି ନୂଆ ପନ୍ଥା । ପ୍ରାୟ ଏକ ମିଲିୟନ ମହିଳାଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି କି ସମୟ ପୂର୍ବରୁ ମାମୋଗ୍ରାଫି ସ୍କ୍ରିନିଂ କରିବା ଦ୍ବାରା ଅନେକ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟର ସମ୍ଭାବନା କମିଥାଏ ।

ଏନେଇ କ୍ୟାନ୍ସର ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ମୁତାବକ ସ୍ବିଡେନରେ ମାମୋଗ୍ରାଫିର ସୁଯୋଗ ପାଇଥିବା ଅନେକ ମହିଳାଙ୍କୁ ନେଇ ଏକ ଅଧ୍ୟୟନ ହୋଇଥିଲା । ଏହି ମହିଳାମାନଙ୍କ କହିବା ଅନୁଯାୟୀ ଏହି ମାମୋଗ୍ରାଫି ସ୍କ୍ରିନିଂ ଦ୍ବାରା ସ୍ତନ କର୍କଟର ସମ୍ଭାବନା କମ ହୋଇଥାଏ । ଅଧ୍ୟୟନରେ ସାମିଲ 5,49,091 ମହିଳାଙ୍କ ମଧ୍ୟରେ ଡାକ୍ତରମାନେ ସ୍ତନ କର୍କଟ ନେଇ ବିଭିନ୍ନ ପରୀକ୍ଷା କରିଥିଲେ । ଅନେକ କ୍ଷେତ୍ରରେ 10ବର୍ଷର ଚିକିତ୍ସା ପରେ ବି ସ୍ତନ କର୍କଟ ଠିକ ହୋଇନଥିବା ବେଳେ ଅନେକ କ୍ଷେତ୍ରରେ ପ୍ରାରମ୍ଭିକ ଚିକିତ୍ସା ଦ୍ବାରା ଏହାକୁ ରୋକାଯାଇପାରୁଥିବା ଦେଖାଯାଇଥିଲା ।

ତେବେ ଅନେକ କ୍ଷେତ୍ରରେ ଚିକିତ୍ସା ପରେ ବି ମହିଳାମାନେ ପୁଣି ସ୍ତନ କର୍କଟରେ ପୀଡିତ ହୋଇଥାଆନ୍ତି । ଏନେଇ ଅଧ୍ୟୟନରେ ଦେଖାଯାଇଥିଲା କି ଚିକିତ୍ସାର 10 ବର୍ଷ ପରେ 41 ପ୍ରତିଶତ ମହିଳା କର୍କଟରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ମାମୋଗ୍ରାଫି ସ୍କ୍ରିନିଂ ଦ୍ବାରା 25 ପ୍ରତିଶତ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ଏହାପଛରେ ଏକ କାରଣ ହେଉଛି ଉଭୟ ପରୀକ୍ଷାରେ ସାମିଲ ମହିଳାଙ୍କ ସଂଖ୍ୟାରେ ତଫାତ । ଅନେକ ମହିଳା ସ୍କ୍ରିନିଂର ସୁଯୋଗ ପାଇନଥିବାରୁ ସଫଳତାର ମାତ୍ରା କମ ହୋଇଥିବା ଡାକ୍ତରମାନେ ଅନୁମାନ କରିଛନ୍ତି । ତେଣେ ଏନେଇ ଡାକ୍ତରମାନେ କହିଛନ୍ତି କି ଏହି ସ୍କ୍ରିନିଂ ଦ୍ବାରା ମହିଳାମାନେ ସମୟ ପୂର୍ବରୁ କ୍ୟାନ୍ସରର ଖବର ପାଇପାରିବେ ଓ ଏହାର ଚିକିତ୍ସା ମଧ୍ୟ ଆରମ୍ଭ କରିପାରିବେ । ଯାହା ସ୍ତନ କର୍କଟରେ ପୀଡିତଙ୍କ ସଂଖ୍ୟା ହ୍ରାସ କରିବାରେ ଅନେକ ସହାୟକ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.