ETV Bharat / bharat

'ବାଂଲାଦେଶରୁ ବାଇକ ଆମଦାନୀ କରିବେ ମମତା' - ବାଇକ ଆମଦାନୀ କରିବେ ମମତା

ଗତକାଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଠି ବାଂଲାଦେଶରୁ ବାଇକ ଆମଦାନୀ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

'ବାଂଲାଦେଶରୁ ବାଇକ ଆମଦାନୀ କରିବେ ମମତା'
author img

By

Published : Nov 23, 2019, 11:17 AM IST

କୋଲକାତା: ପଡୋଶୀ ବାଂଲାଦେଶରୁ ବାଇକ ଆମଦାନୀ କରିବେ ପଶ୍ଚିମବଙ୍ଗ ସରକାର। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ସମ୍ମତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦ୍ଦୁଲ ମୁମେନ । ବାଂଲାଦେଶ ମଧ୍ୟ ପଶ୍ଚିମବଙ୍ଗରୁ ବାଇକ ରପ୍ତାନୀ କରିବାକୁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।

ବାଂଲାଦେଶର ସହଯୋଗକ୍ରମେ ପଶ୍ଚିମବଙ୍ଗରେ ବାଇକ ଉଦ୍ୟୋଗ ସ୍ଥାପନା କରାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଜମି ଦେବାକୁ ପ୍ରସ୍ତୁତ ଅଛନ୍ତି। ନଚେତ ବାଂଲାଦେଶର ସୀମାବର୍ତ୍ତୀ କ୍ଷେତ୍ରରେ ଏହି ୟୁନିଟ ସ୍ଥାପନା କରାଯାଇପାରିବ। ଯାହା ଦ୍ବାରା ପରିବହନ ଖର୍ଚ୍ଚରେ ହ୍ରାସ ପାଇବ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ।

ଏହାସହ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ସାମାଜିକ କଲ୍ୟାଣ ଯୋଜନା ବିଷୟରେ ସେ ଶେଖ ହସିନାଙ୍କୁ ଜଣାଇଥିଲେ। ବାଂଲାଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟସେବା ସହିତ ସଂସ୍କୃତି କ୍ଷେତ୍ରରେ ପରସ୍ପର, ପରସ୍ପରକୁ ସହଯୋଗ କରିବେ। ଭାରତର ସମସ୍ତ ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗ ସବୁଠାରୁ ବିକଶିତ ବୋଲି କହିଥିଲେ ମମତା ବାନାର୍ଜୀ।

Intro:Body:

bs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.