ETV Bharat / bharat

ଟିଏମସି ବିଦ୍ରୋହୀଙ୍କୁ ଖୋଜୁଛନ୍ତି ଦିଦି

ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଟିଏମସି ହରାଇ ଥିବା ସିଟର କାରଣ ଓ ବିଦ୍ରୋହୀଙ୍କୁ ଖୋଜୁଛନ୍ତି ଦିଦି ।

author img

By

Published : May 27, 2019, 12:13 PM IST

ଡିଜାଇନ ଫଟୋ

କୋଲକାତା: ଜୋସ୍‌ରେ ଦିଦି । ସିଟ କମିଛି, ଟେନସନ ବଢିଛି । ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କମିଥିବା ସିଟ ସଂଖ୍ୟା କାରଣ ଓ ଷଡଯନ୍ତ୍ରକାରୀଙ୍କୁ ଖୋଜୁଛନ୍ତି ଦିଦି । 42ଟି ଲୋକସଭା କ୍ଷେତ୍ରରେ ଟିଏମସିର ଲିଡ ପରେ ବି ବିଜେପି ଖାତାକୁ ମଧ୍ୟ ଆସିଥିଲା ବିପୁଳ ସିଟ । ଟିଏମସି 22ଟି ସିଟରେ ବିଜୟ ହାସଲ କରିଥିବା ବେଳେ ବିଜେପି 18ଟି ଅକ୍ତିଆର କରିଛି ।

ଟିଏମସିର କହିବାନୁଯାୟୀ, ବିଜେପି କେବଳ 4ହଜାର ଭୋଟ ଅନ୍ତରରେ ହାରିଥିଲା ଯାହାକି ମୁଖିଆ ମମତା ଦିଦିଙ୍କ ପାଇଁ ଏକ ଚିନ୍ତାର ବିଷୟ । ସେଥିମଧ୍ୟରୁ ଅଧିକାଂଶ ଉତ୍ତର ଓ ପଶ୍ଚିମ ଅଞ୍ଚଳରେ ରହିଛି ।

ଇକୋନୋମିକ ଟାଇମ୍‌ସର ଏକ ରିପୋର୍ଟ ଅନୁଯାୟୀ ମମତା ବାନାର୍ଜୀ ନିଜ ଦଳର ବରିଷ୍ଠ ନେତାଙ୍କୁ ଏମିତି ନେତାଙ୍କୁ ଚିହ୍ନଟ କରିବାକୁ କହିଛନ୍ତି ଯେଉଁମାନେ ସିପିଏମ ଓ ଟିଏମସିର ଭୋଟ ବିଜେପିକୁ ଟ୍ରାନ୍ସଫର କରିବାରେ ସାହାଯ୍ୟ କରିଛନ୍ତି । ତେବେ ଜଣାପଡିଛି ଯେ ଟିଏମସିକୁ ଉତ୍ତର ବଙ୍ଗ ଓ ଜଙ୍ଗଲ ମହଲରୁ କିଛି ବି ଭୋଟ ମିଳିନାହିଁ । ଏହା ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ସହ ଗରିବ ଶ୍ରେଣୀ ଏଠାରେ ବସବାସ କରନ୍ତି । ତେବେ ଭୋଟ ନ ମିଳିବା ଓ ସିଟ କମିବାର କାରଣ ଫୁଲ ଜୋସରେ ଖୋଜୁଛନ୍ତି ଦିଦି ।

ସେପଟେ ଏକ ଟିଏମସି ନେତା କହିଛନ୍ତି ଯେ ପାଖାପାଖି 70 ଲକ୍ଷ ସରକାରୀ କର୍ମଚାରୀଙ୍କ ଭୋଟ ଟିଏମସିକୁ ମିଳିନାହିଁ । କାରଣ ଦେଶରେ ସପ୍ତମ ବେତନ ଆୟୋଗ ଲାଗୁ କରାଯାଇ ନାହିଁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.