ETV Bharat / bharat

'ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବାକୁ ପଡିବ' - bengal

ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା ଭାଷା କହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଫାଇଲ ଫଟୋ
author img

By

Published : Jun 14, 2019, 7:11 PM IST

Updated : Jun 14, 2019, 7:33 PM IST

କୋଲକାତା: ଦିଦିଙ୍କ ମାତୃଭାଷା ପ୍ରେମ । ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା ଭାଷା କହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ଉତ୍ତର 24 ପରଗନାରେ ଏକ ଜନସଭାକୁ ସମ୍ବୋଧିତ କରି ନିଜ ମାତୃଭାଷା ପ୍ରତି ପ୍ରେମ ଦେଖାଇଛନ୍ତି ସେ ।

ବଙ୍ଗଳା ଭାଷାକୁ ଆଗକୁ ନେବାକୁ ହେଲେ ଏଠାରେ ରହୁଥିବା ଲୋକେ ବଙ୍ଗଳା କହିବା ଜରୁରୀ । ନଚେତ୍‌ ସେମାନଙ୍କର ପଶ୍ଚିମବଙ୍ଗରେ ରହିବାର କୌଣସି ଅଧିକାର ନାହିଁ ବୋଲି ମମତା କହିଛନ୍ତି । ମୁଁ ଯେତେବେଳେ ବିହାର, ଉତ୍ତର ପ୍ରଦେଶ କିମ୍ବା ପଞ୍ଜାବ ଯାଏ ସେଠାକାର ଭାଷା କହିବାକୁ ପ୍ରୟାସ କରେ । ତେଣୁ ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ସରିବା ପରେ ମଧ୍ୟ ଥମୁନାହିଁ ରାଜନୈତିକ ଲଢେଇ । ଗୋଟିଏ ପଟେ ବିଜେପି ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗି ପଡିଛି । ଆଉ ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିରୋଧୀଙ୍କୁ ଘେରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ବିଜେପିକୁ କଟାକ୍ଷ କରି ସେ ଏଭଳି କହିଛନ୍ତି ।

Intro:Body:

gsdddddddddddddd

Conclusion:
Last Updated : Jun 14, 2019, 7:33 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.