କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ଯୋଗୀଙ୍କ ବୟାନ ‘ବାତୋ ସେ ନେହି ମାନେଙ୍ଗେ ତୋ ଗୋଳି ସେ ମାନେଙ୍ଗେ’ ବୟାନକୁ ନେଇ କଡା ଟିପ୍ପଣୀ ଦେଇଛନ୍ତି ସେ । ସେ କହିଥିଲେ, ‘ଭାରତ ଏକ ଭୟଙ୍କର ସ୍ଥିତିର ସାମ୍ନା କରୁଛି କାରଣ ସାମ୍ବିଧାନିକ ପଦବୀରେ ବସିଥିବା ଲୋକ ଦେଶରେ ଘୃଣା ସୃଷ୍ଟି କରୁଛନ୍ତି। ’
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେବେ ନିର୍ବାଚନ ପାଖେଇ ଆସେ ବିଜେପି ସେତେବେଳେ ସାମ୍ପ୍ରଦାୟିକ ରାଜନୀତି କରିବା ଆରମ୍ଭ କରିଥାଏ । ବିଜେପି କେବେ ଚାଷୀ ଓ ଛାତ୍ରଙ୍କ ବିଷୟରେ ଆଲୋଚନା କରିନାହିଁ । ବିଜେପିର କେବଳ ଦେଶ ବିଭାଜନ କରିବା ଉଦ୍ଦେଶ୍ୟ ।
ଯୋଗୀଙ୍କ ବୟାନକୁ ନେଇ ସେ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ଏପରି କଥା କିପରି କହିୁପାରୁଛି ପୁଣି ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଗୁଳି ମାରିବା କଥା କହିଛନ୍ତି । ଏମାନେ କେବଳ ଘୃଣାର ରାଜନୀତି କରୁଛି ।
ଅନ୍ୟପକ୍ଷେ ଫେବୃଆରୀ 8ରେ ଦିଲ୍ଲୀ ନିର୍ବାଚନତକୁ ନେଇ ବିଜେପିକୁ ସମୟ ଖୋଜୁଥିବା ଦଳ ବୋଲି କହିଛନ୍ତି । ଏହାସହ ସେ କହିଥିଲେ ଯିଏ ଡରିଯାଏ ସିଏ ମରିଯାଏ ଓ ଯିଏ ଲଢେ ସେ ଜିତିଯାଏ । ବିଜେପି କେବଳ ଗୁଣ୍ଡାଗର୍ଦ୍ଦି, ଉପଦ୍ରବକୁ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଛନ୍ତି ।