ETV Bharat / bharat

ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଖୋଲିବାକୁ ମମତାଙ୍କ ଘୋଷଣା - state open

ଦେଶରେ କୋରୋନା ଭାଇରସକୁ ନେଇ ଲକଡାଉନ 4.0 ଲାଗୁ ହୋଇଛି । ଯାହା ଆସନ୍ତା ରବିବାର ଶେଷ ହେବାକୁ ଯାଉଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଲକଡାଉନକୁ ଅବଧିକୁ ବଢାଇବେ ନା ନାହିଁ ସେନେଇ ସମସ୍ତ ରାଜ୍ୟର ପରାମର୍ଶ ଲୋଡୁଛନ୍ତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ଘୋଷଣା କରିଛନ୍ତି।

lockdown
ପଶ୍ଚିମବଙ୍ଗକୁ ସମ୍ପୂର୍ଣ୍ଣ ଖୋଲିବାକୁ ଘୋଷଣା କଲେ ମମତା ବାନାର୍ଜୀ
author img

By

Published : May 30, 2020, 11:42 AM IST

କୋଲକାତା: ଦେଶରେ କୋରୋନା ଭାଇରସକୁ ନେଇ ଲକଡାଉନ 4.0 ଲାଗୁ ହୋଇଛି । ଯାହା ଆସନ୍ତା ରବିବାର ଶେଷ ହେବାକୁ ଯାଉଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଲକଡାଉନକୁ ଅବଧିକୁ ବଢାଇବେ ନା ନାହିଁ ସେନେଇ ସମସ୍ତ ରାଜ୍ୟର ପରାମର୍ଶ ଲୋଡୁଛନ୍ତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ଘୋଷଣା କରିଛନ୍ତି।

ଗତ ଶୁକ୍ରବାର କୋରୋନା ସଙ୍କଟକୁ ନେଇ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟରେ ଲକଡାଉନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଜୁନ 1ରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳ ଖୋଲାଯିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ମାତ୍ର ଏଥିପାଇଁ କିଛି ନିୟମ ଲାଗୁ କରାଯାଇଛି ।

ଧାର୍ମିକ ସ୍ଥଳକୁ କେବଳ 10 ଜଣ ଲୋକ ଏକା ସମୟରେ ଯାଇପାରିବେ । ଏହାଛଡା ଜୁନ୍ 8ରୁ ରାଜ୍ୟରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଖୋଲାଯିବ । ବର୍ତ୍ତମାନ ଅଫିସକୁ ସମସ୍ତ କର୍ମଚାରୀ ଯାଇପାରିବେ ।

ଏଥିସହ ରାଜ୍ୟର ସମସ୍ତ ରାଜପଥ ଏବଂ ଜିଲ୍ଲା ସଡ଼କ ପଥ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା । ସ୍କୁଲ, କଲେଜ ଏବଂ କୋଚିଂ କ୍ଲାସକୁ ଛାଡି ପଶ୍ଚିମବଙ୍ଗରେ ପ୍ରାୟ ସବୁକିଛି ଖୋଲିଯିବାକୁ ଘୋଷଣା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.