ETV Bharat / bharat

ମୋଦିଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେନି ମମତା - all-party-meeting

ମୋଦିଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ମନା କରିଦେଇଛନ୍ତି ମମତା ।

ଫାଇଲ ଫଟୋ
author img

By

Published : Jun 18, 2019, 7:17 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧ ଏବେ ସୁଦ୍ଧା ଶେଷ ହୋଇନାହିଁ । ପ୍ରଥମେ ମୋଦିଙ୍କ ଶପଥ ସମାରୋହରେ ଯୋଗ ଦେବାକୁ ମନା କରିଥିଲେ ମମତା । ଆଉ ଏବେ ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ମନା କରିଦେଇଛନ୍ତି ମମତା ।

ଏହି ସର୍ବଦଳୀୟ ବୈଠକର ଏଜେଣ୍ଡା 'ଏକ ଦେଶ, ଏକ ନିର୍ବାଚନ' ରହିଛି ଯାହା 19 ଜୁନରେ ହେବାକୁ ଯାଉଛି । ତେବେ ମୋଦି ଏନେଇ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ ବୋଲି ଏହି ବୈଠକ ଡାକିଛନ୍ତି । ତେଣୁ ସବୁଦଳର ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ମମତା ଏହି ବୈଠକରେ ଯୋଗ ଦେବେ ନାହିଁ ବୋଲି ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ପ୍ରଥମେ କେନ୍ଦ୍ର ସରକାରଙ୍କୁ ବିଷୟବସ୍ତୁ ଉପରେ ଶ୍ବେତପତ୍ର ଜାରି କରିବା ଉଚିତ ଏବଂ ଏସମ୍ପର୍କରେ ବିଶେଷଜ୍ଞଙ୍କ ମତାମତ ମଧ୍ୟ ନେବା ଉଚିତ ବୋଲି ସେ ନିଜ ଚିଠିରେ ଲେଖିଛନ୍ତି । ଦିନିକିଆ କଥାବାର୍ତ୍ତାରେ ଏହି ସମସ୍ୟାର ସମାଧାନ ସମ୍ଭବ ନୁହେଁ । ତେଣୁ ମୁଁ ବୈଠକରେ ଯୋଗ ଦେବି ନାହିଁ କି ତୃଣମୂଳ କଂଗ୍ରେସରୁ କୌଣସି ପ୍ରତିନିଧିକୁ ପଠାଇବି ନାହିଁ ବୋଲି ମମତା କହିଛନ୍ତି ।

Intro:Body:

dgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.