ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ମମତା ପ୍ରକାଶ କରିଛନ୍ତି ।
![mamata meets modi](https://etvbharatimages.akamaized.net/etvbharat/prod-images/4479791_mamata.png)
ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରି ‘ବାଲାଂ’ କରିବାକୁ ଅନୁରୋଧ କରିଛନ୍ତି । ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ବୀରଭୂମ ଜିଲ୍ଲା ଅନ୍ତର୍ଗତ ଦେବଚା ପଚାମୀରେ ପୃଥିବୀର ଦ୍ବିତୀୟ ବୃହତ କୋଲବ୍ଲକରେ ନବରାତ୍ରି ପୂଜା ପରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ପ୍ରକଳ୍ପରେ 12 ହଜାର କୋଟି ଟଙ୍କା ବିନିଯୋଗ ହେଉଛି ।