ଇନ୍ଦୋର: ପଶ୍ଚିମବଙ୍ଗରେ ସିଏଏ ଓ ଏନଆରସିକୁ ନେଇ ଯେଉଁ ବବାଲ ଦେଖାଦେଇଛି ତାକୁ ନେଇ ଆରମ୍ଭ ହୋଇଯାଇଛି ବୟାନ ବାଜି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜର ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି କହିଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ ।
ସିଏଏ ଓ ଏନଆରସିକୁ ବିରୋଧ କରି ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ ଲାଗି ରହିଛି । ଯାହା ପାଇଁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ ବୋଲି ସେ କହିଛନ୍ତି । ଅନ୍ୟପଟେ ମମତାଙ୍କୁ ଭୋଟ ବ୍ୟାଙ୍କ ହାତରୁ ଯିବାର ଡର ଦେଖାଦେଲାଣି । ଯଦି ସିଏଏ ଓ ଏନଆରସି ଲାଗୁ ହୁଏ ତେବେ ନିଜର ଗଡ ହରାଇ ବସିବା ଡରରେ ସେ ଏପରି କରୁଥିବା ଅଭିଯୋଗ କରିଛନ୍ତି ବିଜୟ ବର୍ଗୀୟ ।
ତେବେ ତାଙ୍କ ମାନସିକ ସନ୍ତୁଳନ ଠିକ ନାହିଁ କହିବା ସହ ତୁରନ୍ତ ଚିକିତ୍ସା କରାଇବାକୁ କଟାକ୍ଷ ଅନ୍ଦାଜରେ କହିଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ ।