ETV Bharat / bharat

କୋରୋନା ସହ ଲଢିବାକୁ ଚାଷୀଙ୍କ 3 ଟନ ପିଆଜ ଦାନ - Malegaon farmer donates 3 tonne of onions

ଚଷା ପୁଅ ଦାନ କଲେ ନିଜର କଷ୍ଟ ଉପାର୍ଜିତ 3 ଟନ ପିଆଜ। କୋରୋନା ମୁକାବିଲା ପାଇଁ ସେ ପିଆଜ ସ୍ବଇଛାରେ ଦାନ କରିଥିବା କହିଛନ୍ତି। ଅଧିକ ଖବର ପଢନ୍ତୁ...

3 tonne of onions
କୋରୋନା ସହ ଲଢିବାକୁ ଚାଷୀଙ୍କ 3 ଟନ ପିଆଜ ଦାନ
author img

By

Published : Apr 27, 2020, 11:54 AM IST

ନାସିକ: ଚଷା ପୁଅ ଦାନ କଲେ ନିଜର କଷ୍ଟ ଉପାର୍ଜିତ 3 ଟନ ପିଆଜ। କୋରୋନା ମୁକାବିଲା ପାଇଁ ଦେଶବାସୀ ନିଜ ସାମର୍ଥ୍ୟ ଅନୁସାରେ କିଛି ନା କିଛି ଦାନ କରୁଥିବା ବେଳେ ମେଲଗାଁଓର ଏହି ଚାଷୀଙ୍କ ପିଆଜ ଦାନ ଚର୍ଚ୍ଚାରେ।

ତେବେ ମେଲଗାଁଓର ଏହି ଚାଷୀଙ୍କୁ ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଦ୍ବାରା ସମ୍ମାନିତ କରାଯାଇଛି। ବର୍ତ୍ତମାନର ଅସୁବିଧା ସମୟରେ ସେ ନିଜ ଅଞ୍ଚଳର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ପିଆଜ ଦାନ କରି କିଛି ସାହାଯ୍ୟ କରିଥିବା କହିଛନ୍ତି।

ତାଙ୍କ କହିବା ଅନୁସାରେ, ''କୋରୋନା ସହ ଲଢିବାକୁ ଅନେକ ସାମାଜିକ ସଙ୍ଗଠନ ତାଙ୍କ ପାଖରୁ କିଛି କ୍ବିଇଣ୍ଟାଲ ପିଆଜ ମାଗିବାକୁ ଆସିଥିଲେ। ହେଲେ ମୁଁ ଆଗ୍ରହ ପ୍ରକାଶ କରି ବିନା ଟଙ୍କାରେ ସେମାନଙ୍କୁ 3 ଟନ ପିଆଜ ଦେଇଥିଲି। ଯାହାର ଆନୁମାନିକ ମୂଲ୍ୟ 45,000 ହେବ ବୋଲି ସେ କହିଛନ୍ତି। ''

କେବଳ ଏତିକି ନୁହେଁ ସେ ସରକାରଙ୍କ ପାଖରୁ ଗ୍ରହଣ କରିଥିବା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବାକୁ 300 ଅଭାବୀ ଲୋକଙ୍କୁ ଦାନ କରିଛନ୍ତି। ସୂଚନା ଥାଉକି, ନାସିକ ବ୍ରାଞ୍ଚର ଏପିଜେ ଅବଦୁଲ କଲାମ ଆନ୍ତର୍ଜାତୀୟ ସଂସ୍ଥା ଚାଷୀ ଜଣଙ୍କର ଏପରି କାର୍ଯ୍ୟ ପାଇଁ ତାଙ୍କୁ ଏକ ଡିଜିଟାଲ ସାଟିଫିକେଟ ଦ୍ବାରା ସମ୍ନାନିତ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.