ETV Bharat / bharat

ଏଣିକି ଯବାନଙ୍କୁ ମିଳିବ ଚାଇଲ୍ଡ କେୟାର ଲିଭ ! - ରାଜନାଥ ସିଂହ

ଏଣିକି ପୁରୁଷ ସେନା କର୍ମଚାରୀଙ୍କୁ  ମିଳିବ ଶିଶୁ ଯତ୍ନ ଛୁଟି (ସିସିଏଲ) । ସିଙ୍ଗିଲ ପିତାଙ୍କୁ ସିସିଏଲର ସୁବିଧା ଯୋଗାଇ ଦେବାକୁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 11, 2019, 5:15 AM IST

ନୂଆଦିଲ୍ଲୀ: ଏଣିକି ମହିଳାଙ୍କ ଭଳି ପୁରୁଷ ସେନା କର୍ମଚାରୀଙ୍କୁ ମିଳିବ ଚାଇଲ୍ଡ କେୟାର ଲିଭ (ସିସିଏଲ) । ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସିଙ୍ଗିଲ ପିତା (ଏକାକୀ ପିତାମାତା)ଙ୍କୁ ସିସିଏଲର ସୁବିଧା ଯୋଗାଇ ଦେବାକୁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି ।

ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାରେ କାର୍ଯ୍ୟରତ ଏକାକୀ ପିତାମାନଙ୍କ କ୍ଷେତ୍ରରେ ଶିଶୁ ଯତ୍ନ ଛୁଟି (ସିସିଏଲ) ସମୟସୀମା ବୃଦ୍ଧି କରିଛନ୍ତି । ଏହା ସହିତ ମହିଳା ଅଧିକାରୀମାନଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ଅତିରିକ୍ତ ସୁବିଧା ପ୍ରଦାନ ବ୍ୟବସ୍ଥାକୁ ଗ୍ରୀନ ସଗନାଲ ଦେଇଛନ୍ତି । ପ୍ରକାଶ ଯେ, ବର୍ତ୍ତମାନ ସେନାରେ କାର୍ଯ୍ୟରତ ମହିଳା ଅଧିକାରୀମାନଙ୍କ ପାଇଁ ଶିଶୁ ଯତ୍ନ ଛୁଟି ଅନୁମୋଦିତ ହୋଇଛି

ଏନେଇ ଶନିବାର ରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୁବିଧା ବର୍ତ୍ତମାନ କେବଳ ମହିଳା ସେନା କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ବେଳେ ନିକଟରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏଥିରେ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

40 ପ୍ରତିଶତ ଦିବ୍ୟାଙ୍ଗ ଶିଶୁମାନଙ୍କ କ୍ଷେତ୍ରରେ ସେନା ଅଧିକାରୀ (ଉଭୟ ମହିଳା ଓ ପୁରୁଷ)ଙ୍କୁ ମଧ୍ୟ ସିସିଏଲ ସୁବିଧା ଯୋଗାଇ ଦେବାକୁ ରକ୍ଷାମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଥିରେ ଶିଶୁର ବୟଷସୀମା ନିର୍ଦ୍ଧାରିତ କରାଯାଇ ନାହିଁ । ଏହା ସହିତ ସିସିଏଲ ନେବାର ଏକକାଳୀନଛୁଟିର ନ୍ୟୁନତମ ଅବଧି 15 ଦିନରୁ ହ୍ରାସ କରି 5 ଦିନ କରିଦିଆଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.