ନୂଆଦିଲ୍ଲୀ: ବିଶ୍ବ ଦରବାରରେ ପୁଣି ପାକିସ୍ତାନକୁ କଡା ଜବାବ । ଭାରତ ବିରୋଧରେ ପାକିସ୍ତାନ ମଥ୍ୟା ପ୍ରଚାର କରୁଥିବା ବିଷୟ ଜାତିସଙ୍ଘର ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍ (ଓଆଇସି) ବୈଠକରେ ଉଠାଇଛି ମାଳଦୀପ । ଭାରତରେ ଇସଲାମୋଫୋବିୟା ବୃଦ୍ଧି ହେଉଛି ବୋଲି ଏହି ବୈଠକରେ ପାକିସ୍ତାନ ମିଥ୍ୟା କାହାଣୀ ବର୍ଣ୍ଣନା କରିଛି ।
ତେବେ ମାଲଦ୍ବୀପ ପାକିସ୍ତାନର ଏହି ଏହି ପ୍ରୟାସକୁ ବାଧା ଦେଇଛି । ଏହାସହ ସାମାଜିକ ଗଣମଧ୍ୟମରେ କିଛି ପ୍ରେରିତ ଲୋକମାନଙ୍କ ଦ୍ବାରା ଭତ୍ତିହୀନ ବିବୃତ୍ତି ଏବଂ ବିଚ୍ଛିନ୍ନତା ଅଭିଯାନକୁ 130 କୋଟି ଲୋକଙ୍କ ଭାବନାର ପ୍ରତିନିଧୀ ଭାବରେ ବିବେଚନା କରାଯିବା ଉଚିତ ନୁହେଁ ବୋଲି କହିଛି ମାଳଦ୍ବୀପ । ମିଳିତ ଜାତିସଂଘରେ ମାଲଦ୍ବୀପର ସ୍ଥାୟୀ ପ୍ରତିନିଧୀ ଥିଲମିଜା ହୁସେନ୍ ପାକିସ୍ତାନର ବୟାନକୁ ଖଣ୍ଡନ କରି କହିଛନ୍ତି ଯେ ଭାରତ ପ୍ରସଙ୍ଗରେ ଇସଲାମୋଫୋବିୟା ଅଭିଯୋଗ କରିବା ସମ୍ପୂର୍ଣ୍ଣ ଭୁଲ ଅଟେ ।
ଥିଲମିଜା କହିଛନ୍ତି, ଭାରତ ବିଶ୍ବର ବୃହତ୍ତମ ଗଣତନ୍ତ୍ର ଏବଂ ବହୁ-ସାଂସ୍କୃତିକ ଦେଶ । ଏଠାରେ 200 ନିୟୁତରୁ ଅଧିକ ମୁସଲମାନ ବାସ କରୁଥିବା ବେଳେ ଇସଲାମୋଫୋବିୟା ଅଭିଯୋଗ କରିବା ଭୁଲ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦକ୍ଷିଣ ଏସୀୟ ଅଞ୍ଚଳର ଧାର୍ମିକ ସୋହାର୍ଦ୍ଦ୍ୟ ପାଇଁ କ୍ଷତିକାରକ ହେବ। ଇସଲାମ ଶତାବ୍ଦୀ ଧରି ଭାରତରେ ରହିଆସିଛି ଏବଂ ଦେଶର 14.2% ଜନସଂଖ୍ୟା ସହିତ ଏହା ଭାରତର ଦ୍ବାତୀୟ ବୃହତ୍ତମ ଧର୍ମ ।
ବିଳମ୍ବିତ ରାତିରେ, ପାକିସ୍ତାନ ଭିତ୍ତିକ ସୋସିଆଲ ମିଡିଆର ଅନେକ ହ୍ୟାଣ୍ଡେଲ ମୁସଲମାନଙ୍କ ପାଇଁ ଭାରତରେ କୌଣସି ସ୍ଥାନ ନଥିବା କହିବା ସହ ଦେଶରେ ଇସଲାମୋଫୋବିୟା ବୃଦ୍ଧି ହେବାର ଦାବି କରିଆସୁଛନ୍ତି । ପାକିସ୍ତାନ କେତେକ ଟ୍ବିଟର ହ୍ୟାଣ୍ଡେଲରେ ଭାରତ ବିରୋଧୀ ପ୍ରଚାର ଚଳାଇବାରେ ଆରବ ଦେଶର ବଡ ବ୍ୟକ୍ତିଙ୍କ ହାତଥିବା ମଧ୍ୟ ଥିଲମିଜା ହୁସେନ୍ କହିଛନ୍ତି ।
ଥିଲମିଜା କହିଛନ୍ତି ଘୃଣା, କୁସଂସ୍କାର ଏବଂ ଜାତିଭେଦ ଯୋଗୁଁ ବିଶ୍ବରେ ଭୟାବହ ବୃଦ୍ଧି ଘଟିଛି। ହିଂସାକୁ ଏକ ଉପକରଣ ଭାବରେ ବ୍ୟବହାର କରାଯାଇଛି। ରାଜନୈତିକ ତଥା ଅନ୍ୟାନ୍ୟ ମତବାଦ ଏହି ହିଂସାକୁ ପ୍ରୋତ୍ସାହନ ଦେଉଛି । ଭାରତକୁ ଟାର୍ଗେଟ କରି ହେଉଥିବା କୌଣସି କୌଣସି କାର୍ଯ୍ୟକଳାପକୁ ମାଲଦ୍ବୀପ ସମର୍ଥନ କରିବ ନାହିଁ ବୋଲି ଥିଲମିଜା ନିଜର ମତ ରଖିଛନ୍ତି ।