ETV Bharat / bharat

ଭାରତକୁ ମାଳଦ୍ବୀପର ପ୍ରଶଂସା: ‘ବିପଦବେଳେ ବଞ୍ଚାଇଲା ବନ୍ଧୁ’

ଏକ ଉତ୍ତମ ପଡୋଶୀ ଭାବେ ଭାରତ ନିଜ ଦାୟିତ୍ବ ନିର୍ବାହ କରିଛି । ବିପଦବେଳେ ବଞ୍ଚାଇଛି ବନ୍ଧୁ । ଉଭୟ ଦେଶ ମଧ୍ୟରେ ଥିବା ଉତ୍ତମ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବେ କାମରେ ଆସିଛି ।

author img

By

Published : Apr 2, 2020, 6:50 PM IST

ଭାରତକୁ ମାଳଦ୍ବୀପର ପ୍ରଶଂସା: ‘ବିପଦବେଳେ ବଞ୍ଚାଇଲା ବନ୍ଧୁ’
ଭାରତକୁ ମାଳଦ୍ବୀପର ପ୍ରଶଂସା: ‘ବିପଦବେଳେ ବଞ୍ଚାଇଲା ବନ୍ଧୁ’

ନୂଆଦିଲ୍ଲୀ: ପଡୋଶୀ ଦେଶ ଭାବେ ପୁଣି ଉଦାରପଣିଆର ପରିଚୟ ଦେଇଛି ଭାରତ । ଉତ୍ତମ ବନ୍ଧୁ ଭାବେ ସହାୟତା ପାଇଁ ଆଗେଇ ଆସିଛି । ମାଳଦ୍ବୀପରେ ଅତ୍ୟାବଶ୍ୟକୀୟ ମେଡିସିନ ସାମଗ୍ରୀ ପହଞ୍ଚାଇଛି ଭାରତୀୟ ବାୟୁସେନା ।

ଏନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ମାଳଦ୍ବୀପ ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଦିଦି । ସେ କହିଛନ୍ତି ଯେ ଭାରତ ସହ ଆମ ସମ୍ପର୍କ ଭଲ ରହିଛି । ଏକ ଉତ୍ତମ ପଡୋଶୀ ଭାବେ ଭାରତ ନିଜ ଦାୟିତ୍ବ ନିର୍ବାହ କରିଛି । ବିପଦବେଳେ ବନ୍ଧୁ ବଞ୍ଚାଇଛି । ଉଭୟ ଦେଶ ମଧ୍ୟରେ ଥିବା ଉତ୍ତମ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବେ କାମରେ ଆସିଛି । ଏଥିପାଇଁ ଭାରତକୁ ଅନେକ ଅନେକ ଧନ୍ୟବାଦ ବୋଲି ମାରିୟା କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତର 4ଟି ସହରରେ ମାଳଦ୍ବୀପ ଅଭିମୁଖେ ଯିବାକୁ ଥିବା 6.2 ଟନର ଜରୁରୀ ଔଷଧ ଅଟକିରହିଥିଲା । ମୁମ୍ବାଇ, ଦିଲ୍ଲୀ, ମଦୁରାଇ ଓ ଚେନ୍ନାଇରେ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ କୌଣସି କାରଣରୁ ଫସିରହିଥିଲା । ତେବେ ଭାରତୀୟ ବାୟୁସେନା ପକ୍ଷରୁ ଏସବୁ ସାମଗ୍ରୀ ସଠିକ ସମୟରେ ମାଳଦ୍ବୀପରେ ପହଞ୍ଚାଇ ଦିଆଯାଇଥିଲା ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.