ତ୍ରିଶୁର: ପ୍ରସିଦ୍ଧ ମାଲାୟଲମ ଲେଖିକାଙ୍କ ପରଲୋକ। ବୁଧବାର ମାଲାୟଲମର ବହୁ ପ୍ରତିଷ୍ଠିତ ଲେଖିକା ଅସିତାଙ୍କ 63 ବର୍ଷ ବୟସରେ ମୃତ୍ୟୁ ଘଟିଛି । ତେବେ ସେ ବହୁ ଦିନ ଧରି କ୍ୟାନସରରେ ପିଡୀତ ଥିଲେ। ରାତି ପ୍ରାୟ 12.55 ସମୟରେ ସେ ଏକ ଘରୋଇ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ସୂଚନା ଥାଉକି, ପ୍ରସିଦ୍ଧ ଲେଖିକା ଅସିତା 1956 ମସିହା ଅପ୍ରିଲ 5ରେ ତ୍ରିଶୁରଠାରେ ଜନ୍ମଗ୍ରହଣ କରିଥିଲେ। ଏହାପରେ ସେ ଏରନାକୁଲମର ମହାରାଜା କଲେଜରେ ନିଜର ଇଂରାଜୀ ଲିଟରେଚରେ ଗ୍ରାଜୁଏସନ୍ କରିଥିଲେ। ତେବେ ଅସିତାଙ୍କ ନାମରେ 20ରୁ ଅଧିକ ବହି ପବ୍ଲିସ ହୋଇଛି। ସେଗୁଡିକ ମଧ୍ୟରେ ପଦ୍ୟ, ଅନୁବାଦ ଏବଂ ଶିଶୁମାନଙ୍କ ଲିଟରେଚର ରହିଛି । ସେ ଲେଖିଥିବା କିଛି ବହି ମଧ୍ୟରୁ ‘ଅର୍ପୁନା ଭିରାମଙ୍ଗଲ, ‘ଭିସ୍ମୟ ଛିହ୍ନାଗଲ, ଏବଂ ଅସିଥାୟୁଡ କଥକଲ’ ଅନ୍ୟତମ ।
ତେବେ ଅସିତାଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ ବିଭିନ୍ନ ସମ୍ମାନଜନକ ଆୱାର୍ଡର ମିଳିଛି । 2000 ମସିହାରେ ତାଙ୍କୁ ‘‘ତଥାଗତ’’ ପାଇଁ ପଦ୍ମରାଜନ ଆୱାର୍ଡ ମିଳିଥିଲା। 1994ରେ ଲଲିଥମ୍ବିକା ଅର୍ନ୍ତଜନମ ଆୱାର୍ଡ ଏବଂ 1986ରେ ଏଦାସେରି ଆୱାର୍ଡ ମିଳିଥିଲା।