ETV Bharat / bharat

7 ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସରକାର: ବୈଦେଶିକ ମନ୍ତ୍ରଣାଳୟ

author img

By

Published : Oct 9, 2020, 12:00 PM IST

ଗତ ସେପ୍ଟେମ୍ବର ମାସରେ ଲିବିଆରେ ଅପହରଣ ହୋଇଥିବା 7 ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି ।

7 ଭାରତୀୟଙ୍କୁ ଫେରାଇବା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ମାସରେ ଲିବିଆରେ ଅପହରଣ ହୋଇଥିବା 7 ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ବୋଲି ବିବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅପହରଣ ହୋଇଥିବା ନାଗରିକଙ୍କ ପରିବାର ସଦସ୍ୟଙ୍କ ସହ ସରକାର ଯୋଗାଯୋଗ କରୁଛନ୍ତି। ଆମେ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଲିବିୟା କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ଆମ ନାଗରିକମାନଙ୍କୁ ଶୀଘ୍ର ବନ୍ଦୀରୁ ମୁକ୍ତ ହେବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରୁଛୁ।

ଗତ ସେପ୍ଟେମ୍ବର 14ରେ ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ ଏବଂ ଉତ୍ତରପ୍ରଦେଶର 7 ଜଣ ନାଗରିକଙ୍କୁ ଲିବିଆର ଅସୱେରିଫ ଅଞ୍ଚଳରୁ ଅପହରଣ କରାଯାଇଥିଲା। ଏହି ସମସ୍ତ ନାଗରିକ କନଷ୍ଟ୍ରକସନ ଏବଂ ତୈଳ ଫିଲ୍ସ ସପ୍ଲାଏ କମ୍ପାନୀରେ କାମ କରୁଥିଲେ ।

ତେବେ ଅପହରଣକାରୀମାନେ ସେମାନଙ୍କ ନିଯୁକ୍ତିଦାତାଙ୍କ ସହ ଯୋଗାଯୋଗ କରିଛନ୍ତି । ଏଥିସହ ଭାରତୀୟ ନାଗରିକମାନେ ନିରାପଦରେ ଅଛନ୍ତି ବୋଲି ଏକ ଫଟୋଗ୍ରାଫ ଜାରି କରିଛନ୍ତି । ଲିବିଆରେ ଭାରତୀୟ ନାଗରିକଙ୍କ କଲ୍ୟାଣ ସହ ଜଡିତ ଥିବା ଆମର ଦୂତାବାସ ନାଗରିକଙ୍କୁ ଫେରାଇବା ପାଇଂ ଲିବିୟା ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଛନ୍ତି । ଏଥିସହ ସେଠାରେ ଉପସ୍ଥିତ ଥିବା ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରୁଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି। ।

ଏକ ମରୁଭୂମି ପ୍ରବଣ ତଥା ତୈଳ ସମୃଦ୍ଧ ଦେଶ ଲିବିୟା 2011ରେ ଦୀର୍ଘକାଳୀନ ସାମରିକ ଶାସକ ମୁଆମାର ଗାଦଫିଙ୍କ ଟପିଯିବା ପରେ ଦେଶ ବିଶୃଙ୍ଖଳା ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରିଥିଲା। 2014 ପରଠାରୁ ତ୍ରିପୋଲୀ ଏବଂ ପୂର୍ବରେ ଅବସ୍ଥିତ ପ୍ରତିଦ୍ୱନ୍ଦ୍ୱୀ ଦଳ ଦ୍ବାରା ଦେଶ ବିଭାଜିତ ହୋଇଥିଲା। ସର୍ବଭାରତୀୟ ସ୍ତରରେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଅନେକ ଉପକୂଳବର୍ତ୍ତୀ ସହରକୁ କବଜା କରିଥିଲା ​​ । ଯାହାକି 2017 ପର୍ଯ୍ୟନ୍ତ ରହିଥିଲା ।

ତେବେ 2015 ସେପ୍ଟେମ୍ବରରେ କେନ୍ଦ୍ର ସରକାର ଏକ ଅସ୍ଥିର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଲିବିୟା ଯାତ୍ରା ନକରିବାକୁ କହିଥିଲେ। 2016 ମେ ମାସରେ ସୁରକ୍ଷା ଦୃଷ୍ଟିକୋଣକୁ ସରକାର ଲିବିଆ ଯାତ୍ରା ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପ୍ରତିବନ୍ଧକ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.