ETV Bharat / bharat

ଭାରତୀୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରିଲାଏନ୍ସ ଆଣିବ ନୂଆ ଯୁଗ

author img

By

Published : Jul 17, 2020, 6:22 AM IST

ସ୍ବଦେଶୀ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବା ସହ ଅନେକ ପଦକ୍ଷେପ ନେବାକୁ ଯାଉଛି କମ୍ପାନୀ । ଭାରତୀୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏକ ନୂଆ ଯୁଗ । ଅଧିକ ପଢନ୍ତୁ...

ଭାରତୀୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରିଲାଏନ୍ସ ଆଣିବ ନୂଆ ଯୁଗ
ଭାରତୀୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରିଲାଏନ୍ସ ଆଣିବ ନୂଆ ଯୁଗ

ହାଇଦ୍ରାବାଦ: ଭାରତୀୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏକ ନୂଆ ଯୁଗ । ସ୍ବଦେଶୀ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବା ସହ ଅନେକ ପଦକ୍ଷେପ ନେବାକୁ ଯାଉଛି କମ୍ପାନୀ । ଏହା ମଧ୍ୟରେ ରହିଛି 5ଜି ସଲ୍ୟୁସନ, ଜିଓ ଟିଭି ପ୍ଲସ, ଜିଓ ଗ୍ଲାସ, ଜିଓ ଫାଇବର ଓ ଜିଓ ମିଟ୍ ଅପଡେଟ୍ ।

ବାର୍ଷିକ ସାଧାରଣ ବୈଠକରେ ଏହା ସମ୍ପର୍କରେ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ଆଜି ଜିଓ ଫାଇବର ଲକ୍ଷାଧିକ ଘରେ ସଂଯୋଗ ଯୋଗାଇଛି । କୋଭିଡ 19 ପରବର୍ତ୍ତୀ ସମୟରେ ଆହୁରି ଲକ୍ଷାଧିକ ଲୋକଙ୍କ ସହ ସଂଯୋଗ କରାଯିବା ନେଇ ଲକ୍ଷ୍ୟ ରହିଛି । ଭାରତରୁ ଆରମ୍ଭ ହୋଇଥିବା ସେବାକୁ ବିଶ୍ବବ୍ୟାପୀ କରିବାକୁ ଜିଓ ଲକ୍ଷ୍ୟ ରଖିଛି । 5ଜି ନେଟୱାର୍କକୁ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପରେ ଭାରତରେ ନିର୍ମାଣ କରାଯାଇ ବିଶ୍ବବ୍ୟାପୀ ଲୋକପ୍ରିୟ କରାଇବା ଆମର ଉଦ୍ୟମ । ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନ କୌଶଳକୁ ସାରା ବିଶ୍ବରେ ପରିଚିତ କରାଇବାକୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିବ ବୋଲି ରିଲାଏନ୍ସ ଅଧ୍ୟକ୍ଷ କହିଛନ୍ତି ।

ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଓ ଗ୍ଲାସ ଏବଂ ଜିଓ ମିଟ୍ ନୂଆ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ପାୱାରଫୁଲ କ୍ଲାଉଡ୍ ସଲ୍ୟୁସନ ଦ୍ବାରା ଜିଓ ବ୍ରଡବ୍ୟାଣ୍ଡ ସେବା ବିଶ୍ବର ବଡ ବଡ ଡିଜିଟାଲ ସେବାକୁ ଟକ୍କର ଦେବାର ଲକ୍ଷ୍ୟ ରଖିଛି । କମ ଦାମରେ ଜିଓର ଏନବିଆଇଓଟି ସେବା ଲକ୍ଷାଧିକ ସ୍ମାର୍ଟ ସେନସରଙ୍କୁ ଯୋଡିଛି । ଆଗାମୀ 3 ବର୍ଷ ଭିତରେ ଜିଓ ନେଟୱାର୍କରେ ଏକ ବିଲିୟନର ଅଧା ମୋବାଇଲ ଗ୍ରାହକ, ଏକ ବିଲିୟନରୁ ଅଧିକ ସ୍ମାର୍ଟ ସେନସର ଯୋଡିହେବା ସହ 50 ମିଲିୟନରୁ ଅଧିକ ଘର ଓ ବ୍ୟବସାୟ ସଂସ୍ଥା ସହ ସଂଯୋଗ ସ୍ଥାପନ ହେବ ବୋଲି ଅମ୍ବାନୀ କହିଛନ୍ତି । କମ୍ପାନୀର 5ଜି ନେଟୱାର୍କ, ଶସ୍ତା ଦାମରେ ଆଣ୍ଡ୍ରଏଡ୍ ପାଇଁ ଗୁଗଲ ସହ ପାର୍ଟନରସିପ୍ ଏବଂ ଜିଓ ଟିଭି ପ୍ଲସ ଆଦି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନୂଆ ଯୁଗ ଆଣିବାକୁ ଯାଉଛି । 5ଜି ନେଟୱାର୍କ ପାଇଁ ଜିଓ ଗ୍ଲାସ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ । ସବୁଠୁ ବଡ କଥା ଏ ସମସ୍ତ ପଦକ୍ଷେପ ମେକ୍ ଇନ୍ ଇଣ୍ଡିଆ ଦ୍ବାରା ବିକଶିତ ହେବ ଯାହା ସ୍ବଦେଶୀ ଜ୍ଞାନକୌଶଳ ପାଇଁ ଏକ ନୂଆ ସୁଯୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.