ETV Bharat / bharat

ମାସ୍କ ନିୟମ ଉଲ୍ଲଂଘନ କଲେ କୋଭିଡ ସେଣ୍ଟରରେ ସେବା ବାଧ୍ୟତାମୂଳକ: ଗୁଜୁରାଟ ହାଇକୋର୍ଟ - ଗୁଜୁରାଟ ହାଇକୋର୍ଟ

ବୁଧବାର ଗୁଜୁରାଟ ହାଇକୋର୍ଟ, କୋଭିଡ ନିୟମ ଉଂଲ୍ଲଘନ କରୁଥିବା ବ୍ୟକ୍ତିଙ୍କୁ କୋଭିଡ ସେଣ୍ଟରରେ ରହି ସେବା କରିବାକୁ ବାଧ୍ୟତାମୂଳକ କରିଛନ୍ତି ।

ଗୁଜୁରାଟ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ଗୁଜୁରାଟ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
author img

By

Published : Dec 2, 2020, 7:49 PM IST

ଅହମ୍ମଦାବାଦ: କୋରୋନା ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇ ଥିବାବେଳେ ଏଥିରେ ଖିଲାପକାରୀଙ୍କ ବିରୋଧରେ ଗୁଜୁରାଟ ହାଇକୋର୍ଟ ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ । ବୁଧବାର ଗୁଜୁରାଟ ହାଇକୋର୍ଟ, କୋଭିଡ ନିୟମ ଉଂଲ୍ଲଘନ କରୁଥିବା ବ୍ୟକ୍ତିଙ୍କୁ କୋଭିଡ ସେଣ୍ଟରରେ ରହି ସେବା କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହି ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ହାଇକୋର୍ଟ ।

ଏନେଇ ମୁଖ୍ୟ ବିଚାରପତି ବିକ୍ରମ ନାଥ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ମାସ୍କ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କୁ କୋଭିଡ କେନ୍ଦ୍ରଗୁଡିକରେ ଥିବା ଲୋକଙ୍କ ଯତ୍ନ ନେବାକୁ ହେବ । ଦିନକୁ ଅତିକମରେ 6 ଘଣ୍ଟା ଓ ସର୍ବାଧିକ 8 ଘଣ୍ଟା ସେଠାରେ ରହି ସେବା କରିବାକୁ ପଡିବ । ଏହାସହ ରାଜ୍ୟ ସରକାର ଚାହିଁଲେ ଏହି ଅବଧିକୁ 5ରୁ 15 ଦିନକୁ ବୃଦ୍ଧି କରିପାରିବେ ବୋଲି କୋର୍ଟ ନିଜ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ବିନା କୌଣସି ଭେଦଭାବରେ ସମସ୍ତ ଉଂଲ୍ଲଘନକାରୀଙ୍କ ପାଇଁ ନିୟମକୁ ସମାନ କରାଯିବ । ଉଂଲ୍ଲଘନକାରୀ କୋଭିଡ କେନ୍ଦ୍ରରେ ଅଣଚିକିତ୍ସା ସେବା ଯେପରିକି, ସଫେଇ କାର୍ଯ୍ୟ, ଗୃହରକ୍ଷୀ, ଖାଦ୍ୟ ରାନ୍ଧିବା , ପରିବେଷଣରେ ସହାୟତା, ରେକର୍ଡ ପ୍ରସ୍ତୁତି, ଡାଟା ଫିଡିଂ ଇତ୍ୟାଦି କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଉଲ୍ଲଂଘନକାରୀଙ୍କ ବୟସ, ଯୋଗ୍ୟତା, ଲିଙ୍ଗ ଏବଂ ସ୍ବାସ୍ଥ୍ୟ ସ୍ଥିତିକୁ ବିଚାର କରି କର୍ତ୍ତୃପକ୍ଷଙ୍କ ଦ୍ବାରା ଦିଆଯାଇଥିବା କାର୍ଯ୍ୟକୁ ଉପଯୁକ୍ତ ଭାବରେ ପାଳନ କରିବା ନେଇ କୋର୍ଟ କହିଛନ୍ତି।

ଏନେଇ ଗଣମାଧ୍ୟମରେ ଏହି ନିର୍ଦ୍ଦେଶର ବ୍ୟାପକ ଭାବେ ପ୍ରଚାର କରିବାକୁ ହାଇକୋର୍ଟ ସରକାରଙ୍କୁ କହିଛନ୍ତି । ଯାହାଦ୍ବାରା ଏହା ସମସ୍ତଙ୍କ ଉପରେ ପ୍ରଭାବ ପକାଇବ ଓ ଲୋକଙ୍କୁ ସଚେତନ କରିବ । ମାସ୍କ ପିନ୍ଧୁ ନଥିବା ବ୍ୟକ୍ତି କେବଳ ନିଜକୁ ବିପଦରେ ପକାଉ ନାହିଁ ତାହା ନୁହେଁ, ବରଂ ସମସ୍ତକୁ ବିପଦରେ ପକାଉଛି । ଯାହାର ଗୁତୁତ୍ବକୁ ହୃଦୟଙ୍ଗମ କରି କୋର୍ଟ ନିଜର ଏହି ରାୟ ଶୁଣାଇଛନ୍ତି ।

ବର୍ତମାନ ଦେଶରେ କୋରୋନାର ଦ୍ବିତୀୟ ଲହରୀ ପ୍ରଭାବିତ ହୋଇଛି । ଏହି କାରଣରୁ ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଏହାସହ ଲୋକଙ୍କ ଏହାପ୍ରତି ଅଣଦେଖା ଭାବ, କୋଭିଡ ନିୟମକୁ ଉଂଲ୍ଲଘନ, ମାସ୍କ ନପିନ୍ଧିବା ଓ ସାମାଜିକ ଦୂରତ୍ବ ରକ୍ଷା କରୁ ନଥିବାରୁ ଅନେକ ରାଜ୍ୟରେ ପୁଣି ସଂକ୍ରମଣ ବଢୁଛି । ତେଣୁ ଏହାକୁ କଡାକଡି କରିବାକୁ ହାଇକୋର୍ଟ ଏଭଳି ଘୋଷଣା କରିଛନ୍ତି ।

ସାରାଦେଶ ଏବେ କୋରୋନା ସଙ୍କଟ ଦେଇ ଗତି କରୁଛି । ଅନ୍ୟପଟେ କୋରୋନାକୁ ପ୍ରତିହତ କରିବାକୁ ଟୀକା ବାହାରି ନଥିବାବେଳେ ଏବେ ସଂକ୍ରମଣକୁ ରୋକିବାକୁ ଏକମାତ୍ର ଉପାୟ କୋଭିଡ ନିୟମ ମାନିବା ଓ ମାସ୍କ ପିନ୍ଧିବା । ଏନେଇ କେନ୍ଦ୍ର ସରକାର ମଧ୍ୟ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଥିବାବେଳେ ଅନେକ ସମୟରେ ଏଥିରେ ଉଂଲ୍ଲଘନ ହେଉଛି । ଯାହାକୁ ଦେଖି ଗୁଜୁରାଟ ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.