ETV Bharat / bharat

ୟୁଜିସି ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରିବେ ସମସ୍ତ ବିଶ୍ବବିଦ୍ୟାଳୟ

author img

By

Published : Jul 16, 2020, 3:55 PM IST

Updated : Jul 16, 2020, 5:06 PM IST

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଗୁରୁବାର ୟୁନଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରିବେ ।

ugc
ୟୁଜିସି ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରିବେ ସମସ୍ତ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ୟୁଜିସି ଗାଇଡଲାଇନ ଅଧିନରେ ପରୀକ୍ଷା କରିବ ସମସ୍ତ ବିଶ୍ବବିଦ୍ୟାଳୟ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଗୁରୁବାର ୟୁନଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରିବେ ।

ନିକଟରେ ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ ଏବଂ ରାଜସ୍ଥାନ ୟୁଜିସି ଗାଇଡଲାଇନ ଅଧିନରେ ଫାଇନାଲ ପରୀକ୍ଷା କରିବାକୁ ବିରୋଧ କରିଥିଲେ । ତେବେ ଫାଇନାଲ ପରୀକ୍ଷାକୁ ୟୁଜିସି ଗାଇଡଲାଇନ ଅଧିନରେ କରିବା ଆବଶ୍ୟକ ବୋଲି ୟୁଜିସି ସଚିବ ରାଜନିଶ ଜୈନ ଏକ ଗଣମାଧ୍ୟକୁ କହିଛନ୍ତି ।

ଦେଶର କିଛି ବିଶ୍ବବିଦ୍ୟାଳୟ ପରୀକ୍ଷା ଆୟୋଜିତ କରିଛନ୍ତି ନଚେତ୍ ପରୀକ୍ଷା କରିବା ପକ୍ରିୟାରେ ଅଛନ୍ତି । ଏଣୁ ସମସ୍ତ ରାଜ୍ୟକୁ ସେପ୍ଟେମ୍ବର 30 ସୁଦ୍ଧା ପରୀକ୍ଷା ସାରିବାକୁ ୟୁଜିସି ଅନୁରୋଧ କରିଛି । ସମସ୍ତ ବିଶ୍ବବିଦ୍ୟାଳୟକୁ ପରୀକ୍ଷା ପାଇଁ ତିନୋଟି ଅପ୍ସନ ଦେଇଛି ୟୁଜିସି । ସେଗୁଡିକ ହେଲା ଅନଲାଇନ, ଅଫଲାଇନ, ବ୍ଲେଣ୍ଡେଡ ମୋଡ ।

ୟୁଜିସି ଗାଇଡଲାଇନ ଅଧିନରେ ପରୀକ୍ଷା କରାଯିବାକୁ ନେଇ ବିଶ୍ବବିଦ୍ୟାଳୟ ଗୁଡିକୁ ସେମାନଙ୍କ ମତାମତ ପଚରାଯାଇଥିଲା । ଯେଉଁଥିରେ ମୋଟ 640 ବିଶ୍ବବିଦ୍ୟାଳୟ(120 ଡିମ୍ଡ ବିଶ୍ବବିଦ୍ୟାଳୟ, 229 ଘରୋଇ ୟୁନିଭରସିଟି, 40 କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, 251ରାଜ୍ୟ ବିଶ୍ବ ବିଦ୍ୟାଳୟ) ସେମାନଙ୍କ ମତାମତ ଦେଇଥିଲେ । 640 ବିଶ୍ବବିଦ୍ୟାଳୟ ମଧ୍ୟରୁ 454 ବିଶ୍ବ ବିଦ୍ୟାଳୟ ପରୀକ୍ଷା ସାରିଛନ୍ତି ନଚେତ୍ ପରୀକ୍ଷା ଆୟୋଜିତ କରିବା ଯୋଜନାରେ ରହିଛନ୍ତି ବୋଲି ୟୁଜିସି ବିବୃତ୍ତିରେ ପ୍ରକାଶ ।

ୟୁଜିସି ବିବୃତ୍ତି ଅନୁଯାୟୀ, 182 ବିଶ୍ବବିଦ୍ୟାଳୟ ଅନଲାଇନ କିମ୍ବା ଅଫଲାଇନରେ ପରୀକ୍ଷା ସାରିଛନ୍ତି। 234 ବିଶ୍ବ ବିଦ୍ୟାଳୟ ଅଗଷ୍ଟ- ସେପ୍ଟେମ୍ବର ମଧ୍ୟରେ ଅନଲାଇନ କିମ୍ବା ଅଫଲାଇନ କିମ୍ବା ବ୍ଲେଣ୍ଡେଡ ମୋଡରେ ପରୀକ୍ଷା କରିବା ନେଇ ଯୋଜନାରେ ଅଛନ୍ତି । 38 ବିଶ୍ବବିଦ୍ୟାଳୟ ନିର୍ଦ୍ଦେଶନାମା ଅନୁଯାୟୀ ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି । ଏହାଛଡା 177 ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ପରୀକ୍ଷା କରିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ୟୁଜିସି କହିଛି ଯେ, 2019-20 ମଧ୍ୟରେ ସ୍ଥାପିତ ହୋଇଥିବା 27 ଘରୋଇ ବିଶ୍ବବିଦ୍ୟାଳୟରେ ପ୍ରଥମ ବ୍ୟାଚ୍ ଏପର୍ଯ୍ୟନ୍ତ ଫାଇନାଲ ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରି ନାହିଁ ।

Last Updated : Jul 16, 2020, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.