ETV Bharat / bharat

ସଦିସୋପୁର ରେଳ ଷ୍ଟେସନରେ ଟଳିଲା ବଡ ଧରଣର ଟ୍ରେନ ଦୁର୍ଘଟଣା - ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ

ବିହାରର ସଦିସୋପୁର ରେଳ ଷ୍ଟେସନରେ ଟଳିଲା ବଡ ଧରଣର ଟ୍ରେନ ଦୁର୍ଘଟଣା । ଚାଳିତ ଟ୍ରେନଟି ସଂକୀର୍ଣ୍ଣ ପଥ ଦେଇ ଗତି କରୁଥିବାବେଳେ କିଛି ବଗି ଟ୍ରେନରୁ ଅଲଗା ହୋଇଯାଇଥିଲା । ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Major train accident averted at Sadisopur railway station in Bihta
ବିହାରରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ, କେହି ଆହାତ ହୋଇନଥିବା ସୂଚନା
author img

By

Published : Oct 24, 2020, 4:56 PM IST

ପାଟନା: ବିହାରର ବିହତାରେ ଥିବା ସଦିସୋପୁର ରେଳ ଷ୍ଟେସନରେ ଟଳିଛି ଏକ ବଡ ଧରଣର ଟ୍ରେନ ଦୁର୍ଘଟଣା । ଯାତ୍ରୀବାହୀ ଟ୍ରେନଟି ଏକ ସଂକୀର୍ଣ୍ଣ ରାସ୍ତା ଦେଇ ଗତି କରୁଥିବାବେଳେ ଟ୍ରେନର ଇଞ୍ଜିନ ତାର ବଗିରୁ ଅଲଗା ହୋଇଯାଇଥିଲା । ଲୋକୋ-ପାଇଲଟ୍ ତୁରନ୍ତ ଟ୍ରେନ୍‌କୁ ଅଟକାଇ ଥିବାରୁ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ 02520 ନମ୍ବର ଟ୍ରେନଟି କାମାକ୍ଷାଠାରୁ ଲୋକମାନ୍ୟା ତିଳକ ଅଭିମୁଖେ ଯାତ୍ରା କରୁଥିଲା । ଟ୍ରେନ ଏକ ସଂକୀର୍ଣ୍ଣ ପଥ ଦେଇ ଗତି କରୁଥିବାବେଳେ ହଠାତ୍ ଟ୍ରେନଟି ଦୁର୍ଘଟଣା ଗ୍ରସ୍ତ ହୋଇ ବଗି ଗୁଡିକ 2ଭାଗ ହୋଇଯାଇଥିଲା ଏବଂ ଯାତ୍ରୀ ଥିବା 7ଟି ବଗି ଟ୍ରେନରୁ ଅଲଗା ହୋଇଯାଇଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇ ଚିତ୍କାର କରିବା ପରେ ଟ୍ରେନର ଲୋକୋ-ପାଇଲଟ ତୁରନ୍ତ ଟ୍ରେନଟିକୁ ରଖି ଦେଇଥିଲେ ।

ଟ୍ରେନଟି କମ ବେଗରେ ଚାଲୁଥିବାରୁ କାହାର କୌଣସି କ୍ଷତି ଘଟିନାହିଁ । ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟ୍ରେନର କିଛି ଭାଗ 1କିଲୋମିଟର ପଛରେ ରହିଯାଇଥିବା ଜଣାପଡିଛି । ଦୁର୍ଘଟଣା ସଂପର୍କରେ ସୂଚନା ପାଇବା ମାତ୍ରେ ଦାନାପୁର ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଇଞ୍ଜିନିୟରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମରାମତି କରିବା ପରେ ଦୁଇ ଘଣ୍ଟା ବ୍ୟବଧାନରେ ଟ୍ରେନ୍ ସେବାକୁ ପୁନଃ ସ୍ଥାପିତ କରାଯାଇଥିଲା । ଏହି ଘଟଣାରେ କୌଣସି ଯାତ୍ରୀ ଆହାତ ହୋଇନଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣା ଯୋଗୁଁ ହାୱଡା-ଦିଲ୍ଲୀ ରେଳ ମାର୍ଗରେ ଟ୍ରେନ୍ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା, ଯେଉଁଥିପାଇଁ ଅନେକ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଛିଡା ହୋଇ ରହିଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ପୂର୍ବରୁ 4ଘଣ୍ଟା ପଛୁଆ ଥିବା ବେଳେ ଦୁର୍ଘଟଣା ଘଟିବାରୁ ଲୋକମାନେ ଅଧିକ ଭୟଭୀତ ହୋଇପଡିଥିବାର ଜଣେ ଯାତ୍ରୀ କହିଛନ୍ତି ଏବଂ ଏହି ଦୁର୍ଘଟଣା ଲାଗି ଉପରିସ୍ଥ ରେଳ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.