ETV Bharat / bharat

ହିଂସା ବଦଳରେ ଶାନ୍ତି ଦେବ ଅହିଂସା

ହିଂସା ହିଂସାକୁ ବଢାଏ, କେବଳ ଅହିଂସା ହିଁ ହିଂସାକୁ ରୋକିପାରେ ବୋଲି ଗାନ୍ଧୀ ଚିନ୍ତା କରୁଥିଲେ । ବିଶ୍ବରେ ଶାନ୍ତି ବଜାୟ ରଖିବା ପାଇଁ ଗାନ୍ଧୀ ସବୁବେଳେ ଲୋକଙ୍କୁ ଅହିଂସା ଦିଗରେ ନେବାକୁ ଚେଷ୍ଟା କରୁଥିଲେ।

author img

By

Published : Sep 5, 2019, 10:53 AM IST

ଫାଇଲ ଫଟୋ

ହାଇଦ୍ରାବାଦ: ଆଧୁନିକ ପୃଥିବୀରେ ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ ନେତା ଅନେକ ଥାଇପାରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଗାନ୍ଧୀଙ୍କ ପରି ଇତିହାସରେ ଅମର ହୋଇ ରହିଛନ୍ତି । ଯେକି ଭାରତରେ ଅହିଂସା ମାଧ୍ୟମରେ ସ୍ବାଧୀନତା ଆଣିଦେଇଥିଲେ । ସେ ଜଣେ ଏପରି ବ୍ୟକ୍ତିତ୍ବ ଥିଲେ ଯେ, ତାଙ୍କ ଉଚ୍ଚାରଣ ଓ ଆଚରଣରେ ଲୋକେ ତାଙ୍କ କଥାକୁ ସହଜରେ ଗ୍ରହଣ କରିନେଉଥିଲେ । ସେ ଜଣେ ଶାନ୍ତି ପ୍ରିୟ ନେତା ଥିଲେ । ଜଣେ ଉତ୍ତମ ଯୋଗାଯୋଗକାରୀ ଥିଲେ । ଲୋକଙ୍କ ସହ ମିଶି ତାଙ୍କ ପରି ପୋଷାକ ପରିଧାନ କରୁଥିଲେ । ତାଙ୍କ ସହିତ ରହୁଥିଲେ । ତାଙ୍କ ଖାଦ୍ୟ ଖାଉଥିଲେ । ଫଳରେ ଲୋକେ ମଧ୍ୟ ତାଙ୍କୁ ସମ୍ମାନ ଦେବା ସହ ତାଙ୍କ କଥାକୁ ଶୁଣୁଥିଲେ ।

ବର୍ତ୍ତମାନ ପରିସ୍ଥିତିରେ ସମସ୍ୟା ତଥା ସଂଘର୍ଷ ପ୍ରତି ସ୍ଥାନରେ ରହିଛି । ଦୁନିଆରେ ବିଭିନ୍ନ ଧରଣର ସଂଘର୍ଷ ଦେଖିବାକୁ ମିଳୁଛି । ବ୍ୟକ୍ତିଗତ, ଜାତି, ରାଜନୀତି, ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସଂଘର୍ଷ ଦେଖିବାକୁ ମିଳୁଛି । ମତଭେଦରୁ ହିଁ ସଂଘର୍ଷର ସୃଷ୍ଟି । ଏହାସହ ବ୍ୟକ୍ତିର ବ୍ୟବହାର ମଧ୍ୟ ସଂଘର୍ଷର ମୂଳଦୂଆ ପକାଏ । ଅନ୍ୟାୟ, ଅବିଚାର, ଅସହାୟତା ଆଦି ମଧ୍ୟ ସଂଘର୍ଷର ଆଉ ଏକ ବୀଜ। ତେବେ ବର୍ତ୍ତମାନ ସଂଘର୍ଷର ମାତ୍ରା ବଢିବାରେ ଲାଗିଛି କାରଣ ସଂଘର୍ଷକୁ ଶାନ୍ତିରେ ପରିଣତ କରିବାର ଗାନ୍ଧୀ ଦେଖାଇଥିବା ରାସ୍ତାକୁ ଆମେ ସମସ୍ତେ ଭୁଲି ଯାଇଛେ।

ବିଂଶ ଶତାବ୍ଦୀରେ ହିଂସା ଏକ ଅଭ୍ୟାସରେ ପରିଣତ ହୋଇଥିଲା । ଯାହାର ଉଦାହରଣ 1945 ମସିହାର ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା । ଜାପାନର ହିରୋସୀମା ଓ ନାଗାସାକି ଉପରେ ଆମେରିକାର ପରମାଣୁ ଆକ୍ରମଣ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ଏହାକୁ ଲକ୍ଷ୍ୟ କରି 1947 ମସିହାରେ ଆଇନଷ୍ଟାଇନ କହିଥିଲେ, ‘ତୃତୀୟ ବିଶ୍ବଯୁଦ୍ଧ କିପରି ହେବ ମୁଁ କହିପାରିବି ନାହିଁ । କିନ୍ତୁ ଚତୁର୍ଥ ବିଶ୍ବଯୁଦ୍ଧ ବାଡି ଓ ପଥରରେ ହେବ । ’

ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧକୁ ଛାଡି 250 ଛୋଟମୋଟ ଯୁଦ୍ଧରେ ପାଖାପାଖି 5 କୋଟି ଲୋକଙ୍କ ଜୀବନ ଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସମୟରେ ବିଶ୍ବରେ ପ୍ରାୟ 40ଟି ପ୍ରମୁଖ ସଂଘର୍ଷ ରହିଛି । ଏପରିକି ପାରିବାରିକ ହିଂସା ବଢିବାର ଦେଖାଯାଉଛି । ଆମେ ବର୍ତ୍ତମାନ ଏପରି ସମାଜରେ ରହୁଛେ ଯେଉଁଠି ହିଂସା ହିଁ ହିଂସା ଦେଖିବାକୁ ମିଳୁଛି । ଏପରିକି ନିଜ ଦେଶର ରକ୍ଷା ପାଇଁ ଅଧିକାଂଶ ଦେଶ ନିଜର ସେନା ଶକ୍ତି ବୃଦ୍ଧି କରୁଛନ୍ତି । ଆମ ଦେଶ ସେନା ପାଇଁ ବାର୍ଷିକ ପାଖାପାଖି 66.5 ବିଲିୟନ ଆମେରିକା ଡଲାର ଖର୍ଚ୍ଚ କରୁଛି । ଫଳରେ ସେନା ପାଇଁ ହେଉଥିବା ଖର୍ଚ୍ଚରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନ ହାସଲ କରିଛି । ସେହିପରି କାର୍ଯ୍ୟରତ ସେନାରେ ଭାରତ ଚୀନ ପରକୁ ଦ୍ବିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସେନାରେ ନିଜର ବଳ ବଢାଇବାକୁ ସବୁ ଦେଶ ନିଜ ରାଜସ୍ବର ସିଂହଭାଗ ଖର୍ଚ୍ଚ କରୁଛନ୍ତି।

ତେବେ ଭାବିଲେ ଆମେ ଯଦି ଗାନ୍ଧୀବାଦକୁ ଅନୁକରଣ କରିବା ତେବେ ଏହା କରିବା କଣ ନିହାତି ଦରକାର ପଡିବ । ଗାନ୍ଧୀବାଦରେ ଶାନ୍ତିପ୍ରିୟ ବିଶ୍ବ ହେବ । ଗାନ୍ଧୀଙ୍କ ମତରେ ଯୁଦ୍ଧ ଶାନ୍ତି ଫେରାଇବନି, ଅହିଂସା ହିଁ ଶାନ୍ତି ଆଣି ଦେବ । ତେଣୁ ସବୁ କଥା ସେ ଅହିଂସା ଉପାୟରେ କରିବାକୁ ଭଲ ପାଉଥିଲେ । ଯାହା କେବେ ବି ଯୁଦ୍ଧ କରାଇଦେବନି । ସେ କହୁଥିଲେ,‘ବିଭିନ୍ନ ସମସ୍ୟାର ସମାଧାନ ନିଜ ନିଜ ଭିତରେ କରିହେବ, ଏଥିଲାଗି ଯୁଦ୍ଧର ଆବଶ୍ୟକତା ଦରକାର ନାହିଁ ।’ ହିଂସା ହିଂସାକୁ ବଢାଏ, କେବଳ ଅହିଂସା ହିଁ ହିଂସାକୁ ରୋକିପାରେ ବୋଲି ଗାନ୍ଧୀ ଚିନ୍ତା କରୁଥିଲେ । ବିଶ୍ବରେ ଶାନ୍ତି ବଜାୟ ରଖିବା ପାଇଁ ଗାନ୍ଧୀ ସବୁବେଳେ ଲୋକଙ୍କୁ ଅହିଂସା ଦିଗରେ ନେବାକୁ ଚେଷ୍ଟା କରୁଥିଲେ ।

ଅହିଂସା ହିଁ ହିଂସା ବଦଳରେ ଶାନ୍ତି ଦେବ

ତାଙ୍କ ମତରେ ଶାନ୍ତି ବିନା, ଚିନ୍ତା ଆସେ । ଶାନ୍ତି ଲୋକଙ୍କ ପାଇଁ ଏକ ବଳ ସଦୃଶ । ଯୁଦ୍ଧ କେବେ ବି ଶାନ୍ତି ଦେବ ନାହିଁ । ତେବେ ଆସନ୍ତୁ ଗାନ୍ଧୀ ଦେଖାଇଥିବା ଶାନ୍ତି ପଥରେ ଚାଲିବା ଯାହା ତାଙ୍କର 150 ତମ ଜନ୍ମ ବାର୍ଷିକୀରେ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.