ETV Bharat / bharat

ଟ୍ରେନିଂ ସରିଥିବା ସମସ୍ତ ନର୍ସ, ୱାର୍ଡବଏଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଉଦ୍ଧବଙ୍କ ନିବେଦନ - ଅବସରପ୍ରାପ୍ତ ସେନାଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଉଦ୍ଧବଙ୍କ ନିବେଦନ

କୋରୋନା ଲଢେଇ ଲଢିବାକୁ ବିଶେଷ ଭାବରେ ଡାକ୍ତର, ନର୍ସ ଓ ୱାର୍ଡ ବଏଙ୍କର ଅଧିକ ଦରକାର ପଡୁଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟି ରଖି ମେଡିକାଲ କ୍ଷେତ୍ରର ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଟ୍ରେନିଂ ସାରିଥିବା ସମସ୍ତ ନର୍ସ ଓ ୱାର୍ଡ ବଏଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଉଦ୍ଧବଙ୍କ ନିବେଦନ, ଜାରି କଲେ ମେଲ ଆଇଡି

author img

By

Published : Apr 8, 2020, 3:39 PM IST

ମୁମ୍ବାଇ: ଦେଶରେ ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ସଙ୍ଗୀନ ହୋଇପଡିଛି । ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ କରୁଛନ୍ତି ସରକାର । ତେବେ ଏନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେ ମେଡିକାଲ କ୍ଷେତ୍ର ସମ୍ପୃକ୍ତ ଥିବା ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଯେଉଁ ନର୍ସ, ୱାର୍ଡ ବଏ ମାନଙ୍କର ଟ୍ରେନିଂ ସରିଛି କିନ୍ତୁ କୌଣସି କାରଣ ହେତୁ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ସେମାନେ ମଧ୍ୟ କାର୍ଯ୍ୟ ଯୋଗ ଦେଇପାରିବେ । ମାହାରାଷ୍ଟ୍ରକୁ ଆପଣଙ୍କର ଦରକାର ଅଛି । ଏହି ଘଡିସନ୍ଧି ମୂହୂର୍ତ୍ତରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଇଚ୍ଛୁକ ସେମାନେ ଆମକୁ covidyodha@gmail.com ମାଧ୍ୟମରେ ଯୋଗାଯୋଗ କରି ପାରିବେ । ଏହି ମେଲ୍ ଆଇଡିରେ କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ । ଏହା ଅଭିଯୋଗ କରାଯିବା ପାଇଁ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.