ETV Bharat / bharat

ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଏମଏନଏସର ଏବଂ ଭିଭିଏର ହାତ ଧରିବ କଂଗ୍ରେସ

ଲୋକସଭା ପରେ ଏବେ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ ଦେବା ଲାଗି ଅଣ୍ଟା ଭିଡିଛି କଂଗ୍ରେସ । ଆଉ ଏହି ମର୍ମରେ ଚଳିତ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ଏବଂ ପ୍ରକାଶ ଆମ୍ବେଦକରଙ୍କ ବହୁଜନ ବଞ୍ଚିତ ଆଘାଡି ସହ ମେଣ୍ଟ କରିବା ଯୋଜନାରେ ରହିଛି ଦଳ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 16, 2019, 9:10 PM IST

ନୂଆଦିଲ୍ଲୀ: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଜୋରଦାର ଝଟକା ଖାଇଛି କଂଗ୍ରେସ । ଏହାର ଭରଣା କରିବାକୁ ଯାଇ ଅନ୍ୟ ଦଳଙ୍କ ସହ ମେଣ୍ଟ କରି ବିଜେପିକୁ ଚେକମେଟ୍ ଦେବାକୁ ରଣନୀତି ଗ୍ରହଣ କରୁଛି ଦଳ । ଆଉ ଏଭଳି ସୁଯୋଗ ଅପେକ୍ଷାରେ ରହିଛି ଦେଶର ସର୍ବପୁରାତନ ଦଳ କଂଗ୍ରେସ ।

ତେବେ ଏଭଳି ସ୍ଥିତି ଦେଖିବାକୁ ମିଳିପାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ । ଆଉ ଦୁଇ ମାସ ପରେ ଏଠାରେ ହେବାକୁ ଯାଉଛି ନିର୍ବାଚନ । ତେବେ ଏହା ପୂର୍ବରୁ ପାଗ ଭିଡିବା ଆରମ୍ଭ କରିଛି କଂଗ୍ରେସ । ଆଉ ଏହି କ୍ରମରେ ଆରମ୍ଭ ନିର୍ବାଚନ ରଣନୀତିର ପ୍ରସ୍ତୁତି । ମେଣ୍ଟ କରି ବିଜେପିକୁ ଚେକମେଟ ଦେବା ଯୋଜନାରେ ରହିଛି କଂଗ୍ରେସ ।

ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ଏବଂ ପ୍ରକାଶ ଆମ୍ବେଦକରଙ୍କ ବହୁଜନ ବଞ୍ଚିତ ଆଘାଡି ସହ ମେଣ୍ଟ କରିବା ଯୋଜନାରେ ରହିଛି ଦଳ । କିଛିଦିନ ପୂର୍ବେ ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଥିଲେ । ଆଉ ଆଜି ରାଜ୍ୟର ନବନିଯୁକ୍ତ କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାତ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟରେ 2 ଦିନ ପୂର୍ବରୁ କଂଗ୍ରେସ ପକ୍ଷରୁ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି ।

ଅଶୋକ ଚଭନଙ୍କ ବଦଳରେ ବାଲାସାହେବ ଥୋରାତଙ୍କୁ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ପଦରେ ଅବସ୍ଥାପିତ କରାଯାଇଛି । ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ମଧ୍ୟ ଆଲୋଚନା ହେଉଛି ।

Intro:Slug_ବିପଦସଂକୁଳ ଅବସ୍ଥାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ।
Format_SPL PKG
Reporter_Sanjay Kumar Parida, Rairangpur.
Date_15/07/2019
Anchor _ ରାଇରଙ୍ଗପୁର(ମୟୁରଭଞ୍ଜ): ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ସାର୍ବଜନୀନ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିଭଳି ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଏହିଢ଼ସବୁ ଯୋଜନା ପ୍ରକୃତରେ ଗ୍ରାମାଞ୍ଚଳକୁ ପହଞ୍ଚି ପାରୁନାହିଁ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ମୁଣ୍ଡାଠାକୁରା ଗ୍ରାମ ରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ। ବିଦ୍ୟାଳୟର ଶ୍ରେଣୀ ଗୃହ ବିପଦସଂକୁଳ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ ଦୁର୍ଘଟଣା ଘଟି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦୁର୍ଘଟଣା ର ଶିକାର ହୋଇଛନ୍ତି। ଆସନ୍ତୁ ଦେଖିବା ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ମୁଣ୍ଡାଠାକୁରା ଗାଁ ରୁ ଇଟିଭି ର ଗ୍ରାଉଣ୍ଡ ଜିରୋ ରିପୋର୍ଟ।
V.O.1_ ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଧିନରେ ଥିବା ମୁଣ୍ଡାଠାକୁରା ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅଫିସ ଗୃହ ଏବଂ ଶ୍ରେଣୀ ଗୃହ ଗୁଡିକ ବିପଦସଂକୁଳ ଅବସ୍ଥାରେ ପଡିରହିଛି।୧୯୫୧ ମସିହାରେ ସ୍ଥାପିତ ହୋଇଥିଲା ଜିଲ୍ଲାର ଏହି ସର୍ବପୁରାତନ ବିଦ୍ୟାଳୟ ଟି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟ ଟି ସ୍ଥାପିତ ହୋଇ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଣ୍ଡାଠାକୁରା ଆଶ୍ରମ ସ୍କୁଲ ନାମରେ ପରିଚିତ ଥିଲା। କିନ୍ତୁ ଗତ ଦୁଇ ବର୍ଷ ହେବ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ନବମ ଓ ଦଶମ ଶ୍ରେଣୀକୁ ମିଶାଯାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନାମରେ ନାମକରଣ କରାଗଲା। ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୋମଳମୋତି ଛାତ୍ର ଛାତ୍ରୀ ମାନେ ଭୁଇଁରେ ବସି ପାଠ ପଢ଼ୁଥିବା ବେଳେ ଏପର୍ଯ୍ୟନ୍ତ ବେଞ୍ଚ୍ ର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ଆଜିକୁ ଦୀର୍ଘ ୬୯ ବର୍ଷ ପୁର୍ଣ୍ଣ ହୋଇଗଲା ପରେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଯାଇଥିବା ପୁରୁଣା ଗୃହ ରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ। ତେବେ ସ୍କୁଲରେ ମୁଖ୍ୟ ସମସ୍ୟା ରହୁଛି ବିପଦସଂକୁଳ ଅବସ୍ଥାରେ ଶ୍ରେଣୀ ଗୃହ ଏବଂ ଅଫିସ ଗୃହ। ଅଫିସ ଗୃହ ଓ ଶ୍ରେଣୀ ଗୃହ ର ଛାତରୁ ମଝିରେ ମଝିରେ ସିମେଣ୍ଟ ପ୍ଲାଷ୍ଟର ଖସି ପଡୁଛି। ଫଳରେ ଶ୍ରେଣୀ ଗୃହ ରେ ବସି ପାଠ ପଢିବା ପାଇଁ କୋମଳମୋତି ଛାତ୍ର ଛାତ୍ରୀ ମାନେ ସୁରକ୍ଷିତ ମଣୁ ନାହାନ୍ତି ତଥା ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ କର୍ଣଗୋଚର ହୋଇପାରୁନାହିଁ।
ବାଇଟ୧_ପିକା ମୁଣ୍ଡା, ଛାତ୍ର, । ବାଇଟ୨_ ଲଭଲି ମୁର୍ମୁ, ଛାତ୍ରୀ।
V.O.2_ ମୁଣ୍ଡାଠାକୁରା ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାରଣ୍ଡା ଓ ଗୃହ ଗୁଡିକ ଫାଟି ଆଁ କରିଥିବା ବେଳେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିପଡୁଛି। ସାମାନ୍ୟ ବର୍ଷା ହେଲେ ସ୍କୁଲ ଗୃହ ରେ ପାଣି ମଧ୍ୟ ପଶି ଯାଉଥିବା ଦେଖାଦେଇଛି। କିଛି ଦିନ ପୂର୍ବରୁ ଅଫିସ ରେ ବସିଥିବା ସମୟରେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ଦୁଇଜଣ ଶିକ୍ଷୟିତ୍ରୀ ଆହତ ହୋଇଥିଲେ। ରଞ୍ଜିତା ବେହେରା ନାମକ ଜଣେ ଶିକ୍ଷୟିତ୍ରୀ ଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ସୁନୀତା ମୁର୍ମୁ ଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗି ମୁଣ୍ଡ ଫୁଲି ଯାଇଥିଲା। ସେହି ସମୟରେ ରଞ୍ଜିତା ବେହେରାଙ୍କ ତିନି ବର୍ଷ ର କୁନି ଝିଅ ଟି ତାଙ୍କ ସହିତ ଥିଲେ କିନ୍ତୁ ଝିଅଟି ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍କୁଲ ଗୃହର ସ୍ତମ୍ଭ ଗୁଡିକ ମଧ୍ୟ ଭାଙ୍ଗି ଯାଇଛି।ତେବେ ଅଫିସ ଗୃହ ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ପର୍ଯ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଅଛି।ଫଳରେ ଛାତ୍ରଛାତ୍ରୀ ଙ୍କ ଜୀବନ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଜୀବନ ମଧ୍ୟ ସୁରକ୍ଷିତ ନ ଥିବା ଦେଖାଦେଇଛି। ଏଭଳି ବିପଦ୍ଜନକ ଅବସ୍ଥାରେ ଗୃହ ଗୁଡିକ ଥିବାବେଳେ ଅଭିଭାବକ ମାନେ ନିଜର ପିଲାମାନଙ୍କୁ ସ୍କୁଲ କୁ ଛାଡିବା ପାଇଁ ସୁରକ୍ଷିତ ମନେ କରୁନାହାନ୍ତି।କାରଣ କେଉଁ ସମୟରେ ବିପଦ ଆସି ଯାଇପାରେ। ଘଟଣା ସମ୍ପର୍କରେ ଆମ ଇଟିଭି ପ୍ରତିନିଧି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂହ ଲାଗୁରୀ ଙ୍କୁ ସାକ୍ଷାତ କରି ପଚାରିବାରୁ ସେ ଖୁବ ଶୀଘ୍ର ପୁରୁଣା ଘର କୁ ଭାଙ୍ଗି ନୂଆ ଘର ନିର୍ମାଣ କରିବା ସହିତ ଅନ୍ୟାନ୍ୟ ମରାମତି କାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ତାଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି ତହିଁରେ ସମସ୍ତଙ୍କ ନଜର।
ବାଇଟ୩_ରଞ୍ଜିତା ବେହେରା, ଶିକ୍ଷୟିତ୍ରୀ । ବାଇଟ୪_ ଅନନ୍ତ ନାରାୟଣ ସିଂହ ଲାଗୁରୀ, ପ୍ରକଳ୍ପ ପ୍ରଶାସକ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା।
P2C _ ରାଇରଙ୍ଗପୁର ରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.