ମୁମ୍ବାଇ: ମହାରାଷ୍ଟ୍ରର ଆକୋଲାସ୍ଥିତ ମେଡିକାଲ କଲେଜର କୋରୋନା ଭାଇରସ ୱାର୍ଡରେ ଜଣେ ପୋଲିସର କାର୍ଯ୍ୟକଳାପ ବିବାଦ ସୃଷ୍ଟି କରିଛି। ପୋଲିସ ୟୁନିଫର୍ମରେ କୋରୋନା ୱାର୍ଡରେ ପ୍ରବେଶ କରିଥିବା ପୋଲିସ ଜଣକ ଭିଡିଓ ସୁଟିଂ ଆରମ୍ଭ କରିଥିଲେ। ଏହି ମାମଲାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଯେତେବେଳେ ପୋଲିସ କୋରୋନା ୱାର୍ଡରେ ପ୍ରବେଶ କରିଥିଲେ ସେତେବେଳେ ସେ କୌଣସି ପିପିଇ କିଟ୍ ମଧ୍ୟ ପିନ୍ଧି ନଥିଲେ । ଯାହା ନିୟମ ଅନୁଯାୟୀ ବାଧ୍ୟତାମୂଳକ ଅଟେ। ଭିଡିଓ ରେକର୍ଡିଂ ବିଷୟରେ ଅବଗତ ହେବା ମାତ୍ରେ ୱାର୍ଡ ବାହାରେ ଥିବା ସୁରକ୍ଷା କର୍ମୀମାନେ ପୋଲିସକୁ ପ୍ରଶ୍ନ କରିଥିଲେ । ମାତ୍ର ପୋଲିସ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ ।
ଘଟଣା ବଢିବା ଦେଖି ୱାର୍ଡର ଦାୟିତ୍ବରେ ଥିବା ଡାକ୍ତର ପୋଲିସକୁ କାହିଁକି ଭିଡିଓ ରେକର୍ଡିଂ କରୁଛନ୍ତି ଓ କାହା ଅନୁମତି ପାଇଛନ୍ତି ବୋଲି ପଚାରିବାରୁ ପୋଲିସ ଡାକ୍ତରଙ୍କ ଭିଡିଓ ରେକର୍ଡ କରିବାକୁ ଚେଷ୍ଟା କରିଥିଲା। ଏହାପରେ ଯେତେବେଳେ ଡାକ୍ତରଖାନାର ସୁରକ୍ଷା କର୍ମୀ ଓ ଡାକ୍ତର ପୋଲିସର ମୋବାଇଲ୍ ଛଡେଇ ନେବାକୁ ଚେଷ୍ଟା କରିଥିଲେ, ସେଠାରେ ହଙ୍ଗାମା ଦେଖାଦେଇଥିଲା ।
ସୂଚନାନୁଯାୟୀ, ପୋଲିସ ଜଣଙ୍କର ଜଣେ ସମ୍ପର୍କୀୟଙ୍କୁ ୱାର୍ଡରେ ଭର୍ତ୍ତି କରାଯାଇଛି। ପୋଲିସ ଜଣକ ତାଙ୍କର ଭିଡିଓ ରେକର୍ଡ କରିବାକୁ ଚାହୁଁଥିଲା। କିନ୍ତୁ ଭିଡିଓ ରେକର୍ଡିଂ କରୁଥିବାବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଦେଖିଥିଲେ। ପୋଲିସ କର୍ମଚାରୀଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା । ମାତ୍ର ଅନ୍ୟଜଣେ ଥାନା ଅଧିକାରୀଙ୍କ କହିବାନୁସାରେ, ମାମଲା ବର୍ତ୍ତମାନ ସମାଧାନ ହୋଇଯାଇଛି ତେଣୁ ଏହାକୁ ଆଗକୁ ବଢାନ୍ତୁ ନାହିଁ । ଅନ୍ୟପକ୍ଷେ ମେଡିକାଲ୍ କଲେଜ ପ୍ରତିଷ୍ଠାତାଙ୍କ କହିବାନୁସାରେ ଏହି ମାମଲାରେ ପୋଲିସ ପାଖରେ ଥିବା ଭିଡିଓ ଡିଲିଟ୍ କରାଯିବ ।