ETV Bharat / bharat

ଉଦ୍ଧବ ଠାକରେଙ୍କ ସିଏଏକୁ ସମର୍ଥନ, ଏନଆରସିକୁ ନା

author img

By

Published : Feb 3, 2020, 4:27 AM IST

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦଳୀୟ ମୁଖପାତ୍ର ସାମନାର ଏକ ସାକ୍ଷାତକାର ଅବସରରେ କହିଛନ୍ତି ସିଏଏକୁ ସମର୍ଥନ କରିବୁ କିନ୍ତୁ ଏନଆରସିକୁ ରାଜ୍ୟରେ ଲାଗୁ କରାଯିବ ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

maharasthara-cm-urdhab-thakrey-support-caa-but-did-not-support-nrc
ଉଦ୍ଧବ ଠାକରେ ସିଏଏକୁ ସମର୍ଥନ କରିବ କିନ୍ତୁ ଏନଆରସିକୁ ନୁହେଁ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ନାଗରିକ ସଂଶୋଧନ ଆଇନ(ସିଏଏ) କୁ ସମର୍ଥନ କରିବୁ କିନ୍ତୁ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି) କୁ ରାଜ୍ୟରେ ଲାଗୁ କରାଯିବ ନାହିଁ । ଏନଆରସି ଦ୍ବାରା କେବଳ ମୁସଲମାନ ନୁହେଁ ହିନ୍ଦୁ ମାନେ ମଧ୍ୟ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି ।

ସିଏଏ ଆଇନ ଦ୍ବାରା ଦେଶର କୌଣସି ନାଗରିକଙ୍କୁ ମଧ୍ୟ ଦେଶରୁ ପ୍ରତାଡିତ କରାଯିବ ନାହିଁ ବୋଲି କହିଛନ୍ତି । ଏନଆରସିକୁ ମହାରାଷ୍ଟ୍ରରେ ଲାଗୁ କରିବା ପାଇଁ ଦିଆଯିବ ନାହିଁ । ଏନଆରସି ଆଇନ କେବଳ ମୁସଲମାନଙ୍କ ପାଇଁ ନୁହେଁ ଏହା ହିନ୍ଦୁ ମାନଙ୍କୁ ମଧ୍ୟ ନିଜର ନାଗରିକତା ପ୍ରମାଣିତ କରିବା ପାଇଁ କଷ୍ଟକର ହୋଇପଡିବ ବୋଲି ଉଦ୍ଧବ କହିଛନ୍ତି ।

ସିଏଏ ଓ ଏନଆରସିକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜୋରଦାର ରାଜନୀତି ଚାଲୁଥିବା ବେଳେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିକୁ ନେଇ ଶିବସେନା ମେଣ୍ଟ ସରକାର ଅର୍ଥାତ ମହାଅଘାଡି ମେଣ୍ଟ ଗଠନ କରିଛି । କଂଗ୍ରେସ ଓ ଏନସିପି କେନ୍ଦ୍ର ସରକାର ଦ୍ବାରା ପ୍ରସ୍ତାବିତ ସିଏଏ ଓ ଏନଆରସିକୁ ଘୋର ବିରୋଧ କରୁଛନ୍ତି । ଏହି ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ହିଂସା, ବିକ୍ଷୋଭ ପ୍ରଦର୍ଶନ ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.