ETV Bharat / bharat

ଏପ୍ରିଲ 30 ଯାଏଁ ଲକଡାଉନ ମହାରାଷ୍ଟ୍ର

author img

By

Published : Apr 11, 2020, 7:08 PM IST

ଲକଡାଉନ ଅବଧି ବଢିବାରେ ଓଡିଶା, ପଞ୍ଜାବ ପରେ ମହାରାଷ୍ଟ୍ର ତୃତୀୟ ରାଜ୍ୟ । ପରିସ୍ଥିତିର ଭୟାବହତାକୁ ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଏପ୍ରିଲ 30 ଯାଏଁ ମହାରାଷ୍ଟ୍ର ଲକଡାଉନ
ଏପ୍ରିଲ 30 ଯାଏଁ ମହାରାଷ୍ଟ୍ର ଲକଡାଉନ

ମୁମ୍ବାଇ: ଆଶା ଅନୁସାରେ ମହାରାଷ୍ଟ୍ରରେ ଲକଡାଉନ ଅବଧି ବଢିଛି । ଏପ୍ରିଲ 14 ଯାଏଁ ଥିବା ଲକଡାଉନ ଏବେ 30 ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି ।

ଏହାସହ ଏପରି କରିବାରେ ଓଡିଶା, ପଞ୍ଜାବ ପରେ ମହାରାଷ୍ଟ୍ର ତୃତୀୟ ରାଜ୍ୟ । ପରିସ୍ଥିତିର ଭୟାବହତାକୁ ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି । ସେହିପରି କୋରୋନାଜନିତ ମୃତ୍ୟୁରେ ମଧ୍ୟ ଏହା ଆଗରେ ରହିଛି । ମାୟାନଗରୀ ମୁମ୍ବାଇ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଛନ୍ତି ଯେ ଆସନ୍ତା ସୋମବାର ମହାରାଷ୍ଟ୍ରରେ ପ୍ରଥମ କୋରୋନା ଆକ୍ରାନ୍ତ ବାହାରିବାର 5 ସପ୍ତାହ ପୁରିବ । ଏହା ଭିତରେ ମହାରାଷ୍ଟ୍ର ଦେଶକୁ ଅନେକ କିଛି ଶିଖାଇଛି । କଠିନ ସମୟରେ ମୁକାବିଲା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି ମହାରାଷ୍ଟ୍ର । କିଛି ମାତ୍ରାରେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲଗାଯାଇପାରିଛି । ପଜିଟିଭ ମାମଲାରେ ବୃଦ୍ଧିରେ ଗତ କିଛିଦିନ ହେବ କିଛିମାତ୍ରାରେ ରୋକ ଲାଗିଛି ବୋଲି ଉଦ୍ଧବ ଠାକରେ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.