ମୁ୍ମ୍ବାଇ: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସିଏଏ ଓ ଏନଆରସି ବିରୋଧରେ ଆଜି(ବୁଧବାର) ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଥିଲା । ଭାରତ ବନ୍ଦ ଚାଲିଥିବା ବେଳେ ଜଣେ ଦୋକାନୀ ପ୍ରଦର୍ଶନକାରୀଙ୍କ ଉପରେ ଲଙ୍କାଗୁଣ୍ଡ ଫୋପାଡିବା ଦୃଶ୍ୟ ସାମ୍ନାକୁ ଆସିଛି ।
ଦୋକାନ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ଲଙ୍ଗାଗୁଣ୍ଡ ଫୋପାଡି ଥିଲେ ଦୋକାନୀ କିଶୋର ପୋଦାର । ସେ କହିଥିଲେ, ମୁଁ ସିଏଏକୁ ସମର୍ଥନ କରୁଛି ତ' ମୁଁ ଦୋକାନ କାହିଁକି ବନ୍ଦ କରିବି । ଏହା ଶୁଣିବା ପରେ ସେମାନେ ହିଂସ୍ରକ ହୋଇଗଲେ ଓ ମୋ ଦୋକାନ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ତେଣୁ ମୁଁ ନିଜର ଆତ୍ମରକ୍ଷା ପାଇଁ ଲଙ୍କାଗୁଣ୍ଡ ଫୋପାଡିଥିଲି । ଏହି ଅଞ୍ଚଳର ସମସ୍ତ ଦୋକାନୀ ଏହି ବିରୋଧ ପ୍ରଦର୍ଶନକୁ ସମର୍ଥନ ଦେଇନଥିଲେ ଓ ଏହାର ବିରୋଧରେ ସର୍ଦ୍ଦାରଚୌକରେ ପ୍ରତିବାଦ କରିଥିଲେ । ଏହାପରେ ଦୋକାନୀ ଆଉ ଏକ ରାଲି କରିଥିଲେ ଓ ବନ୍ଦ ଥିବା ଦୋକାନ ଖୋଲିଥିଲେ ।
ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ